Advertisment

ବଢ଼ିଲା ମହୁଆଙ୍କ ଅଡ଼ୁଆ, ରୁଜୁ ହେଲା ମାମଲା

ବେଆଇନ ବାଂଲାଦେଶୀଙ୍କ ଅନୁପ୍ରବେଶ ରୋକିବାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଫଳ ହୋଇଥିବାରୁ ତାଙ୍କ ମୁଣ୍ଡ କଟା ଯିବା ଦରକାର ବୋଲି ମହୁଆ କହିଥିଲେ।

author-image
Hemant Lenka
Mahua

Mahua

ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ସାଂସଦ ମହୁଆ ମୈତ୍ରାଙ୍କ ଅଡ଼ୁଆ ବଢ଼ିଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସମ୍ପର୍କରେ ସେ ଦେଇଥିବା ବିବାଦୀୟ ବୟାନ ପାଇଁ ତାଙ୍କ ନାଁରେ ରୁଜୁ ହୋଇଛି ମାମଲା। ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଛତିଶଗଡ଼ ପୁଲିସ୍‌ ବିଧିବଦ୍ଧ ଭାବେ ମହୁଆଙ୍କ ନାଁରେ ମାମଲା କରିଛି।

Advertisment

ରାୟପୁରରେ ଥିବା ମାନା କ୍ୟାମ୍ପ ପୁଲିସ୍‌ ନିକଟରେ ସ୍ଥାନୀୟ ଅଞ୍ଚଳର ଗୋପାଳ ସାମାନ୍ତୋ ପ୍ରଥମେ ମହୁଆଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମହୁଆ ଦେଇଥିବା ବୟାନ ଗଣତାନ୍ତ୍ରିକ ପ୍ରତିଷ୍ଠାନ ପ୍ରତି ଅପମାନ। ସେ ମୁଣ୍ଡ କାଟ ଭଳି ବୟାନ ଦେଇ ଘୃଣା ସୃଷ୍ଟି କରିଛନ୍ତି ଓ ଏହା ଜାତୀୟ ଏକତା ପ୍ରତି ବିପଦ ବୋଲି ନିଜ ଅଭିଯୋଗରେ କହିଥିଲେ। ଏଥିପାଇଁ ମାନା କ୍ୟାମ୍ପ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଶୁକ୍ରବାର ମହୁଆ ବିବାଦୀୟ ବୟାନ ଦେଇଥିଲେ। ବେଆଇନ ବାଂଲାଦେଶୀଙ୍କ ଅନୁପ୍ରବେଶ ରୋକିବାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଫଳ ହୋଇଥିବାରୁ ତାଙ୍କ ମୁଣ୍ଡ କଟା ଯିବା ଦରକାର ବୋଲି ମହୁଆ କହିଥିଲେ। ନଦିଆରେ ଆୟୋଜନ କାର୍ଯ୍ୟକ୍ରମରେ ମହୁଆ କହିଥିଲେ ଯେ ସୀମା ସୁରକ୍ଷା ଦାୟିତ୍ଷ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଓ ଅମିତ ଶାହ ଏହାକୁ ଅସ୍ୱୀକାର କରିପାରିବେ ନାହିଁ। ଅନୁପ୍ରବେଶ ପାଇଁ ଟିଏମସିକୁ ଦାୟୀ କରିବା ଭୁଲ ବୋଲି ମହୁଆ ମତ ରଖିଥିଲେ।

Advertisment

ଏନେଇ ମହୁଆଙ୍କ ବିରୋଧରେ ଗୋପାଳ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ମୁଁ ହୃଦୟରୁ ଏପରି ଅଭିଯୋଗ କରିଛି। ମୁଁ ମହୁଆଙ୍କ ସଂପ୍ରଦାୟର ଲୋକ ଓ ସେ ଯେତେବେଳେ ଏପରି ଲଜ୍ଜାଜନକ ଭୁଲ କଥା ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସମ୍ପର୍କରେ କହୁଛନ୍ତି, ଏହା ପୂରା ସଂପ୍ରଦାୟ ପ୍ରତି ଅପମାନ। ତାଙ୍କୁ ଦଣ୍ଡ ଦିଆଯାଉ ଓ ତାଙ୍କ ସଦସ୍ୟତା ପଦ ରଦ୍ଦ କରାଯାଉ।”

ଧାରା ୧୯୬ ଓ ୧୯୭ ଆଧାରରେ ଛତିଶଗଡ଼ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

TMC Amit Shah Mahua Moitra