Advertisment

ପପୁ ଯାଦବଙ୍କ ବିରୋଧରେ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗ, ମାମଲା ରୁଜୁ

ଗତ ଗୁରୁବାର ପୁଲିସ୍‌ ପପୁ ଯାଦବଙ୍କ ଗାଡ଼ି ଟେକି ନେଇଥିବା ବେଳେ ଗତକାଲି ତାଙ୍କ ବିରୋଧରେ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ ଖଞ୍ଜାଚି ହାଟ ଥାନାରେ ଏକ ମାମଲା ରୁଜୁ ହୋଇଛି।

Papu Yadav

Papu Yadav

Advertisment

କଂଗ୍ରେସରେ ସାମିଲ ହୋଇ ମଧ୍ୟ ସ୍ୱାଧୀନ ଭାବେ ନିର୍ବାନଚ ଲଢ଼ୁଥିବା ପପୁ ଯାଦବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପପୁ ଯାଦବ ଚଳିତ ନିର୍ବାଚନରେ ବିହାରର ପୂର୍ଣ୍ଣିୟା ଲୋକସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ବେଳେ ତାଙ୍କ ସମସ୍ୟା ଥମିବା ନାଁ ଧରୁନି।

Advertisment

ଗତ ଗୁରୁବାର ପୁଲିସ୍‌ ତାଙ୍କ ଗାଡ଼ି ଟେକି ନେଇଥିବା ବେଳେ ଗତକାଲି ତାଙ୍କ ବିରୋଧରେ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ ଖଞ୍ଜାଚି ହାଟ ଥାନାରେ ଏକ ମାମଲା ରୁଜୁ ହୋଇଛି।

କାର୍ଯ୍ୟରତ ପୁଲିସ୍‌ ଅଧିକାରୀଙ୍କୁ ଧମକ ଦେବା ଓ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ପପୁ ଯାଦବଙ୍କ ବିରୋଧରେ ଏପରି ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ଥାନା ଅଧିକାରୀଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ନିର୍ବାଚନୀ ରାଲିରେ ନିୟୋଜିତ ଥିବା ପପୁ ଯାଦବଙ୍କ ଏକ ଗାଡ଼ିକୁ ପୁଲିସ୍‌ ଅଟକାଇଥିଲା। ମାତ୍ର ଡ୍ରାଇଭର ଅଟକିବା ପରିବର୍ତ୍ତେ ଗାଡ଼ିକୁ ଦ୍ରୁତ ଗତିରେ ପପୁ ଯାଦବଙ୍କ ଘରକୁ ନେଇ ଯାଇଥିଲେ। ପୁଲିସ୍‌ ଅଧିକାରୀ ସେଠାରେ ପହଞ୍ଚିବା ପରେ ପପୁ ଯାଦବ ସେମାନଙ୍କୁ ଧମକ ଦେବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ।

ଅପରପକ୍ଷେ, ବିହାର ଶାସକ ଦଳ ଜେଡିୟୁ ଓ ବିଜେପି ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ପପୁ ଯାଦବ ଅଭିଯୋଗ କରିଛନ୍ତି।

ଯେତେବେଳେ ବିହାରରେ ଇଣ୍ଡିଆ ଆଲାଇନ୍ସରେ ସିଟ୍ ବଣ୍ଟନ ହୋଇଥିଲା ସେତେବେଳେ ପୂର୍ଣ୍ଣିଆ ସିଟ୍ ଆରଜେଡି ଖାତାକୁ ଆସିଥିଲା। କିନ୍ତୁ ପପୁ ଯାଦବ ଏହି ଆସନ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ପପୁ ଯାଦବ ଏହି ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜିଦ୍ ଧରିଛନ୍ତି।

ଗୋଟିଏ ପଟେ ଆରଜେଡି ପ୍ରାର୍ଥୀ ବିମା ଭାରତୀ ନାମାଙ୍କନ ଦାଖଲ କରିଥିବାବେଳେ କଂଗ୍ରେସ ନେତା ପପୁ ଯାଦବ ମଧ୍ୟ ସ୍ୱାଧୀନ ଭାବେ ନିଜ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ଣ୍ଣିୟାରେ ଆସନ୍ତା ୧ ତାରିଖରେ ମତଦାନ ହେବ ।

Bihar Papu Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe