Advertisment

କ୍ରୂର କାଣ୍ଡ ଘଟାଇଲେ ୩ ଯୁବକ, ଷଣ୍ଢ ପାଟିରେ ପଶାଇଲେ ଜୀଅନ୍ତା କୁକୁଡ଼ା

କୁକୁଡ଼ାଟି ପ୍ରାଣ ବିକଳରେ ଆର୍ତ୍ତ ଚିତ୍କାର କରୁଥିବା ବେଳେ ରକ୍ତମାଂସ ଭକ୍ଷଣ ନିମନ୍ତେ ପ୍ରସ୍ତୁତ ନ ଥିବା ଷଣ୍ଢଟି ବି ଖୁବ୍‌ ଅସ୍ୱସ୍ତିକର ବୋଧ କରିଥିଲା। ଏହି ଭିଡିଓ ଅପଲୋଡ କରିଥିବା ୟୂ-ଟ୍ୟୁବରଙ୍କ ନାଁରେ ରୁଜୁ ହୋଇଛି ମାମଲା।

 force-feeding-live-rooster-to- -bull

force-feeding-live-rooster-to- -bull

Advertisment

ଅତ୍ୟନ୍ତ ବୀଭତ୍ସ, ହିଂସ୍ର, ନୃଶଂସ ଦୃଶ୍ୟ । କ୍ରୂର କାଣ୍ଡ ଘଟାଇଲେ ୩ ଯୁବକ । ତୃଣଭୋଜି ପ୍ରାଣୀ ବଳଦ ପାଟିରେ ଜୋରଜବରଦସ୍ତ ଭାବେ ଏକ ଜୀଅନ୍ତା କୁକୁଡ଼ାକୁ ପଶାଇଲେ । କୁକୁଡ଼ାଟି ପ୍ରାଣ ବିକଳରେ ଆର୍ତ୍ତ ଚିତ୍କାର କରୁଥିବା ବେଳେ ରକ୍ତମାଂସ ଭକ୍ଷଣ ନିମନ୍ତେ ପ୍ରସ୍ତୁତ ନ ଥିବା ଷଣ୍ଢଟି ବି ଖୁବ୍‌ ଅସ୍ୱସ୍ତିକର ବୋଧ କରିଥିଲା। ମାତ୍ର ଏପରି କରି ୩ ଯୁବକ ନିଜ ପାଶବିକ ପ୍ରକୃତିକୁ ଚରିତାର୍ଥ କରିଥିବା ବେଳେ ଏହାର ଭିଡିଓକୁ ସୋଶାଲ ମିଡିଆରେ ଅପଲୋଡ କରିଛନ୍ତି। ଏହି ଭିଡିଓ ଅପଲୋଡ କରିଥିବା ୟୂ-ଟ୍ୟୁବରଙ୍କ ନାଁରେ ରୁଜୁ ହୋଇଛି ମାମଲା। ଏପରି ଏକ ଘଟଣା ତାମିଲନାଡ଼ୁର ସାଲେମ ଜିଲ୍ଲାରେ ଘଟିଛି।

Advertisment

ଗତ ବର୍ଷ ଡିସେମ୍ବରରେ ଅଭିଯୁକ୍ତ ରଗୁ ଏହି ଭିଡିଓ ୟୁ-ଟ୍ୟୁବରେ ପୋଷ୍ଟ କରିଥିଲେ। ଉକ୍ତ ଭିଡିଓରେ ୩ ଯୁବକ ଏକ ଷଣ୍ଢକୁ କାବୁ କରି କରି ଧରିଥିବା ଦେଖିବାକୁ ମିଳିଥିଲା। ଏଥିସହ ସେମାନେ ଜୋରଜବରଦସ୍ତ ଭାବେ ଏକ ଜୀଅନ୍ତା କୁକୁଡ଼ାକୁ ଷଣ୍ଢ ପାଟିରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ଭାଇରାଲ ହେବା ପରେ ଏକ ଏନଜିଓ ତରଫରୁ ପୁଲିସ୍‌କୁ ଅବଗତ କରାଯାଇଥିଲା। ଏଥିରେ କୁହାଯାଇଥିଲା ଷଣ୍ଢ ତୃଣଭୋଜି ହୋଇଥିବା ବେଳେ ତାକୁ କଞ୍ଚା ମାଂସ ଖୁଆଇବା ଦ୍ୱାରା ସାଂଘାତିକ ବେମାର ହେବାର ଆଶଙ୍କା ରହିଛି।

Advertisment

ଷଣ୍ଢ ଜୈବକ ରୂପେ ମାଂସାସୀ ପ୍ରାଣୀ ନୁହେଁ। ଏହା ସତ୍ତ୍ୱେ ଅତି କ୍ରୂରତାର ସହ ତା’ ପାଟିରେ ଏକ ଜୀଅନ୍ତା କୁକୁଡ଼ା ପଶାଇବା ଦ୍ୱାରା ଉଭୟ ପଶୁ ଓ ପକ୍ଷୀ କେଉଁ ପ୍ରକାର ଅତ୍ୟାଚାରର ଶିକାର ହୋଇଛନ୍ତି ତାହା କଳ୍ପନା କଲେ ବି କଷ୍ଟ ହେଉଥିବା ଅଭିଯୋଗରେ କୁହାଯାଇଛି।

ପଶୁଙ୍କ ପ୍ରତି କ୍ରୂର ବ୍ୟବହାର ସହ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ମାମଲା ରୁଜୁ କରିବାକୁ ଏନଜିଓ ସଂସ୍ଥା ଅପିଲ୍‌ କରିଛି।

ଏହି ଅଭିଯୋଗ ଆଧାରରେ ଥରମଙ୍ଗଲମ ପୁଲିସ୍‌ ୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe