Advertisment

ଡନ୍ ଭଳି ଅମ୍ରିତପାଲକୁ ଖୋଜୁଛି ପୁଲିସ, ଆସାମ ଗଲେ ୪ ସହଯୋଗୀ

ପୁଲିସକୁ ଚକ୍‌ମା ଦେଇ ଅମ୍ରିତପାଲ ଫେରାର ହେବା ବେଳେ ୪ ଜଣ ବାଇକ୍ ଚାଳକଙ୍କୁ ଧକ୍କା ଦେଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Amritpal Singh

Amritpal Singh

ବଲିଉଡର ସୁପରହିଟ୍ ଫିଲ୍ମ ଡନ୍ ର ଏକ ଡାଏଲଗ ମନେଥିବ ଆପଣଙ୍କର। ଯେଉଁଥିରେ କୁହାଯାଇଥିଲା ଡନକୁ ଧରିବା ଏତେ ସହଜ ନୁହେଁ। ୨୪ଟି ଦେଶର ପୁଲିସ ଡନକୁ ପିଛା କଲେ ମଧ୍ୟ ତାକୁ ଧରିବା ଏତେ ସହଜ ନୁହେଁ। ରିଲ୍ ଲାଇଫର ଏଭଳି ଏକ ଡାଏଲଗ୍ ଏବେ ପଞ୍ଜାବର ଖଲିସ୍ତାନୀ ସମର୍ଥକ ଅମ୍ରିତପାଲଙ୍କ ଘଟଣାରେ ଦେଖିବାକୁ ମିଳିଛି । ଓ୍ୱାରିସ ପଞ୍ଜାବ ଦେ'ର ମୁଖ୍ୟ ଅମ୍ରିତପାଲ ସିଂହଙ୍କୁ ପଞ୍ଜାବ ପୁଲିସ ଏଯାଏ ଗିରଫ କରି ପାରିନାହିଁ। 

Advertisment

ଅମୃତପାଲ ଗତକାଲି ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହେବା ପରେ ପୁଲିସ ତାକୁ ଧରିବା ପାଇଁ ତନାଘନା କରୁଛି। ଏହାରି ଭିତରେ ପଞ୍ଜାବ ପୁଲିସକୁ ଚକ୍‌ମା ଦେଇ ଅମ୍ରିତପାଲ ଫେରାର ହେବା ବେଳେ ୪ ଜଣ ବାଇକ୍ ଚାଳକଙ୍କୁ ଧକ୍କା ଦେଇଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମ୍ରିତପାଲଙ୍କ ଗାଡିକୁ ପୁଲିସ ପଞ୍ଜାବ ମହତପୁର ଗାଁରୁ ଉଦ୍ଧାର କରିଛି। ତାକୁ ଧରିବା ପାଇଁ ଚାରିଅଡେ ହାଇଆଲର୍ଟ ଜାରି କରାଯାଇଛି।

ସେପଯେ ଅମ୍ରିତପାଲର ଗିରଫ ହୋଇଥିବା ୪ ସହଯୋଗୀଙ୍କୁ  କଡା ସୁରକ୍ଷା ଭିତରେ ଆସାମ ନିଆଯାଇଛି । ଦିବ୍ରୁଗଡ଼ର ସେଣ୍ଟ୍ରାଲ ଜେଲ୍‌କୁ ଏହି  ୪ ସହଯୋଗୀଙ୍କୁ ସ୍ଥାନାନ୍ତର କରିବା ବେଳେ ସମୋନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ବାୟୁସେନାର ବ୍ୟବହାର କରାଯାଇଥିଲା । ଆକାଶ ମାର୍ଗରୁ ସୁରକ୍ଷା ଦେଇଥିଲା ବାୟୁସେନାର ଏଏନ୍‌୩୨ ବିମାନ ।  

Advertisment

ଏହାରି ଭିତରେ ଏକ ବଡ ସୂଚନା ଆସିଛି ଯେ ଅମ୍ରିତପାଲ ସିଂହ ସହ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ରହିଛି। ଅମୃତସର ଡିଆଇଜି ସ୍ୱପନ ଶର୍ମା ଦାବି କରିଛନ୍ତି ଯେ ଅମ୍ରିତପାଲଙ୍କର କିଛି ପାକିସ୍ତାନ-ଆଇଏସ୍ ଲିଙ୍କ୍ ରହିଛି । ଅମ୍ରିତପାଲ ସିଂହଙ୍କ ପରାମର୍ଶଦାତା ସରବଜିତ ସିଂହ କାଲସିଙ୍କୁ ଗିରଫ କରାଯାଇଛି। 

କାଲସିଙ୍କ ଏବଂ ତାଙ୍କ ସହ ଜଡିତ ଲୋକଙ୍କ ଫୋନରେ ପାକିସ୍ତାନୀ ନମ୍ବର ଥିବା ଦେଖିବାକୁ ମିଳିଛି। ପାକିସ୍ତାନରେ କଥାବାର୍ତ୍ତା ହେଉଥିବା ମୋବଇଲ ନମ୍ବର ଗୁଡ଼ିକର ଅନୁସନ୍ଧାନ କରାଯାଉଛି। କୁହାଯାଉଛି ଯେ ଏହି ମୋବାଇଲ ନମ୍ବରରୁ ପ୍ରାୟ ୩୦ କୋଟି ଟଙ୍କା ଫଣ୍ଡି ହୋଇଛି।

ଅମ୍ରିତପାଲ ସିଂହଙ୍କ ପରାମର୍ଶଦାତା କୁହାଯାଉଥିବା ଦଲଜିତ ସିଂହ କଲସି ଓରଫ ସରବଜିତ ସିଂହ କଲସିଙ୍କୁ ଗିରଫ କରାଯାଇଛି। ଶନିବାର ପୁଲିସ ହେପାଜତରୁ ଖସି ପଳାଇଥିବା ଅମ୍ରିତପାଲର ପ୍ରଥମ ସିସିଟିଭି ଫୁଟେଜରେ ପଞ୍ଜାବ ପୁଲିସ ତା'ର ପିଛା କରୁଥିବା ଦେଖିବାକୁ ମିଳିଛି, ସେହି ସମୟରେ ତାଙ୍କ ମର୍ସିଡିଜ କାର ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ଯାଉଥିଲା। କିନ୍ତୁ ଅମ୍ରିତପାଲ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ପଞ୍ଜାବ ପୁଲିସ ଏବେ ଲୋକଙ୍କୁ ଶାନ୍ତି ବଜାୟ ରଖିବା ସହ ଗୁଜବ ଉପରେ ଧ୍ୟାନ ନଦେବାକୁ ନିବେଦନ କରିଛି। ରାଜ୍ୟ ଏବଂ ସହରରୁ ଆସୁଥିବା ସମସ୍ତ ଫେକ ନ୍ୟୁଜ ଏବଂ ହେଟ ସ୍ପୀଚ ଉପରେ ନଜର ରଖାଯାଇଛି ଏବଂ ଫେକ୍ ନ୍ୟୁଜ ପ୍ରଚାର କରୁଥିବା ସମସ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପଞ୍ଜାବ ସରକାର ରାଜ୍ୟର ସୀମାରେ ସମସ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ଯାଏ ସମସ୍ତ ଏସଏମଏସ ସେବା ଏବଂ ଭଏସ କଲ୍ ବ୍ୟତୀତ ସମସ୍ତ ମୋବାଇଲ ନେଟୱର୍କ ସେବା ବନ୍ଦ ରହିବ।

ଗତ ମାସରେ ଅମୃତପାଲ ଓ ତାଙ୍କ ସମର୍ଥକମାନେ ଅମୃତସର ସହର ଉପକଣ୍ଠରେ ଥିବା ଅଜନାଲା ଥାନା ଉପରେ ଖଣ୍ଡା ଓ ବନ୍ଧୁକ ଧରି ଆକ୍ରମଣ କରିଥିଲେ। ଏହାପରଠୁ ଚର୍ଚ୍ଚାରେ ରହିଆସଛନ୍ତି ପଳାତକ ବୋଲି ଘୋଷିତ ହୋଇଥିବା ଏହି ଅପରାଧୀ।

Punjab Amritpal Singh Punjab Police