Advertisment

ନିଜ ଭାଷଣ ପାଇଁ ଅଡ଼ୁଆରେ ପଡ଼ିଲେ ମାୟାବତୀଙ୍କ ପୁତୁରା, ମାମଲା ରୁଜୁ

ନିର୍ବାଚନୀ ପ୍ରଚାର କରୁ କରୁ ଅଡ଼ୁଆରେ ପଡ଼ି ଯାଇଛନ୍ତି ମାୟାବତୀଙ୍କ ପୁତୁରା। ଏକ ନିର୍ବାଚନୀ ରାଲିର ପ୍ରଚାର କରୁ କରୁ ପାଟିରୁ ଏପରି କଥା ବାହାରିଗଲା ଯେ ତାଙ୍କ ବିରୋଧରେ ରୁଜୁ ହୋଇଗଲା ମାମଲା।

author-image
Niharika Rout
Uttar Pradesh

Uttar Pradesh

ନିର୍ବାଚନୀ ପ୍ରଚାର କରୁ କରୁ ଅଡ଼ୁଆରେ ପଡ଼ି ଯାଇଛନ୍ତି ମାୟାବତୀଙ୍କ ପୁତୁରା। ଏକ ନିର୍ବାଚନୀ ରାଲିର ପ୍ରଚାର କରୁ କରୁ ପାଟିରୁ ଏପରି କଥା ବାହାରିଗଲା ଯେ ତାଙ୍କ ବିରୋଧରେ ରୁଜୁ ହୋଇଗଲା ମାମଲା।

Advertisment

ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ଯାଇଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ଜୋରଦାର ପ୍ରଚାର। ଏଥିନିମନ୍ତେ ରବିବାର ସୀତାପୁରରେ ଏକ ନିର୍ବାଚନର ରାଲିକୁ ସମ୍ବୋଧନ କରୁ କରୁ ମାୟାବତୀଙ୍କ ପୁତୁରା ଆକାଶ ଯୋଗୀ ସରକାରଙ୍କ ଉପରେ ଲଗାଇଛନ୍ତି ବଡ଼ ଆରୋପ ।

ଆକାଶ ଯୋଗୀ ସରକାରଙ୍କୁ ତାଲିବାନ ସହ ତୁଳନା କରିବାକୁ ପଛାଇ ନାହାନ୍ତି। କେବଳ ଏତିକି ନୁହେଁ, ଉତ୍ତରପ୍ରଦେଶ ସରକାରକୁ ସେ ବୁଲଡୋଜର ସରକାର ଓ ଦେଶଦ୍ରୋହୀଙ୍କ ସରକାର ବୋଲି ବି କହିଛନ୍ତି। ଏହା ଏକ ଆତଙ୍କବାଦୀ ସରକାର ହୋଇଥିବା ବେଳେ ଯୁବବର୍ଗଙ୍କୁ ଭୋକିଲା ଛାଡ଼ି ଦେଉଛି ଓ ବୟସ୍କଙ୍କୁ ଗୋଲାମି କରିବାକୁ ବାଧ୍ୟ କରୁଛି ବୋଲି କହିଛନ୍ତି। ଆଫଗାନିସ୍ତାନରେ ତାଲିବାନ ଏପରି ସରକାର ଚଳାଉଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଅପରାଧିକ ରେକର୍ଡ ଉପରମୁହାଁ ଥିବା ବେଳେ ସରକାର ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ଏପରି ଆପତ୍ତିଜନକ ଭାଷଣ ଦେବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ୍‌ ଆକାଶଙ୍କ ସମେତ ଆଉ ୪ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ନିର୍ବାଚନୀ ରାଲି ବେଳେ ହିଂସାକୁ ଉସୁକାଇବା ଓ ଅସଂସଦୀୟ ଭାଷା କହିବା ଆଚାର ସଂହିତାର ଉଲ୍ଲଘଂନ ବୋଲି ପୁଲିସ୍‌ କହିଛି।

Bjp Uttar Pradesh Mayabati