Advertisment

ସିବିଆଇକୁ ଚକମା ଦେଲେ ଜିଏସ୍‌ଟି ଅଧିକାରୀ, ୨୫ ଲକ୍ଷ ନେଇ ଛୁ

ସିବିଆଇ ଟିମ୍‌ ଆଖି ଆଗରୁ ଲାଞ୍ଚ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଲେ ଜିଏସ୍‌ଟି ଅଧିକାରୀ। ପ୍ରାୟ ୧୫ ଦିନ ହେଲା ଖୋଜି ଖୋଜି ନୟାନ୍ତ ହୋଇ ସାରିଥିଲେ ବି ଜିଏସ୍‌ଟି ଅଧିକାରୀଙ୍କ ନାଁଗନ୍ଧ ମିଳୁନି

ଅଦ୍ୟତନ ହୋଇଛି
CBI & GST

CBI & GST

Advertisment

ସିବିଆଇ ଟିମ୍‌ ଖାଇଲା ଧୋକା। ଚକମା ଦେଲେ ଜିଏସ୍‌ଟି ଅଧିକାରୀ। ସିବିଆଇ ଟିମ୍‌ ଆଖି ଆଗରୁ ଲାଞ୍ଚ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଲେ ଜିଏସ୍‌ଟି ଅଧିକାରୀ। ପ୍ରାୟ ୧୫ ଦିନ ହେଲା ଖୋଜି ଖୋଜି ଏହି ତଦନ୍ତକାରୀ ସଂସ୍ଥାର ଅଧିକାରୀ ନୟାନ୍ତ ହୋଇ ସାରିଥିଲେ ବି ଜିଏସ୍‌ଟି ଅଧିକାରୀଙ୍କ ନାଁଗନ୍ଧ ପାଉ ନାହାନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ମୁମ୍ବାଇରେ ଘଟିଛି।

Advertisment

ମୁମ୍ବାଇର ଜଣେ ସୁନା ବ୍ୟବସାୟୀ ଅର୍ପିତ ଜଗୋଟିଆଙ୍କ ବିରୋଧରେ ସୁନା କାରବାରରେ ଅନିୟମିତତା କରିଥିବା ନେଇ ଜିଏସ୍‌ଟିରେ ମାମଲା ରୁଜୁ ହୋଇଥିଲା। ଏହି କେସ୍‌ରୁ ମୁକୁଳାଇବା ପାଇଁ ଜିଏସ୍‌ଟି ସୁପରିଣ୍ଟେଡେଣ୍ଟ ଧୀରେନ୍ଦ୍ର କୁମାର ତାଙ୍କୁ କୋଟିଏ ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ତାଙ୍କୁ ଜିଏସ୍‌ଟି କାର୍ଯ୍ୟାଳୟରେ ଅଟକ ରଖାଯାଇଥିବା ବେଳେ ଟଙ୍କା ଦେଲେ ଛଡ଼ାଯିବ, ନଚେତ ଗିରଫ କରାଯିବ ବୋଲି ଧମକ ଦିଆଯାଇଥିଲା ।

ଅର୍ପିତ ଜଗୋଟିଆ ଏନେଇ ନିଜ ସାଙ୍ଗ ଜିତେନ୍ଦ୍ର ଲୁନାବତଙ୍କୁ ଜଣାଇଥିଲେ । ଉଭୟ ପକ୍ଷ ଆଲୋଚନା ପରେ ତାହା ୫୦ ଲକ୍ଷରେ ଛିଣ୍ଡିଥିଲା। ଏହାପରେ ଉକ୍ତ ଦିନ ୨୫ ଲକ୍ଷ ଓ ପର ଦିନ ୨୫ ଲକ୍ଷ ଦେବାକୁ ଜିଏସ୍‌ଟି ସୁପରିଣ୍ଟେଡେଣ୍ଟ ଧୀରେନ୍ଦ୍ର କୁମାର ଅର୍ପିତ ଜଗୋଟିଆଙ୍କୁ କହିଥିଲେ।

Advertisment

ଏନେଇ ଅର୍ପିତଙ୍କ ବନ୍ଧୁ ଜିତେନ୍ଦ୍ର ଲୁନାବତ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଧୀରେନ୍ଦ୍ର କୁମାରଙ୍କୁ ଧରିବାକୁ ସିବିଆଇ ଜାଲ ବିଛାଇଥିଲା। ଯୋଜନା ଅନୁଯାୟୀ, ଜିତେନ୍ଦ୍ର ୨୫ ଲକ୍ଷ ନେଇ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତାଙ୍କ ପଛରେ ଥିଲା ସିବିଆଇ ଟିମ୍‌। ଉକ୍ତ ସମୟରେ ହଠାତ୍‌ ଜଣେ ବାଇକ୍‌ ଚାଳକ ଆସି ଜିତେନ୍ଦ୍ରଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ପଳାଇଥିଲା।

ସିବିଆଇ ଟିମ୍‌ ବାଇକ୍‌ ଚାଳକଙ୍କ ପିଛା କରିଥିବା ବେଳେ ଆଉ ତାଙ୍କ ପତ୍ତା ପାଇ ପାରି ନ ଥିଲା। ଏହାପରେ ସିବିଆଇ ଟିମ୍‌ ଜିଏସଟି କାର୍ଯ୍ୟାଳୟରେ ପହଞ୍ଚି ଅର୍ପିତଙ୍କ କେସ୍‌ ଫାଇଲ୍‌କୁ ଜବତ କରିଥିବା ବେଳ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା।

ଉକ୍ତ ବାଇକ୍‌ଟି ଅମୃତଲାଲ ଶଙ୍ଖାଲ ନାମକ ବ୍ୟକ୍ତିଙ୍କ ନାମରେ ଥିବା ବେଳେ ତାଙ୍କର ବି ପତ୍ତା ମିଳୁନି। ପୁଲିସ୍‌ ତାଙ୍କ ଘରକୁ ଯାଇ ପଚରାଉଚରା କରିବାରୁ ତାଙ୍କ ସ୍ୱାମୀ ଜିଏସ୍‌ଟି ସୁପରିଣ୍ଟେଡେଣ୍ଟ ଧୀରେନ୍ଦ୍ର କୁମାରଙ୍କ କହିବା ଅନୁଯାୟୀ ଜଣଙ୍କଠାରୁ ୨୫ ଲକ୍ଷ ଆଣି ଫେରାର ହୋଇ ଯାଇଥିବା କହିଥିଲେ। ଏଥିରେ ବବନ ନାମକ ଆଉ ଜଣେ ଯୁବକ ବି ସାମିଲ ଥିବା ସେ କହିଥିଲେ। ସିବିଆଇ ଏହି ୨ ଜଣଙ୍କ ସମେତ ଜିଏସ୍‌ଟି ସୁପରିଣ୍ଟେଡେଣ୍ଟ ଧୀରେନ୍ଦ୍ର କୁମାରଙ୍କର ବି ପତ୍ତା ପାଉନି।

CBI Cbi Raid GST
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe