Advertisment

ମହିଳା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରୁ ମିଳିଲା ୩.୬ କେଜିର ଅଳଙ୍କାର

ସୋମବାର ମହିଳା ଯନ୍ତ୍ରୀ ଜଣଙ୍କ ୮୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରାପଡ଼ିଥିଲେ।

Gold

Gold

Advertisment

ଲାଞ୍ଚ ନେଇ ଧରା ପଡ଼ିଥିବା ଜଣେ ମହିଳା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ତଦନ୍ତକାରୀ ଅଧିକାରୀ ଜଳକା ହୋଇଛନ୍ତି। ତେଲଙ୍ଗାନାର ଆଦିବାସୀ କଲ୍ୟାଣ ଯନ୍ତ୍ରୀ ବିଭାଗରେ କାର୍ଯ୍ୟ କରୁଥିବା ମହିଳା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଘରକୁ ମିଳିଛି ୩.୬ କେଜି ସୁନା ଅଳଙ୍କାର। ଏହାର ମୂଲ୍ୟ ୧.୫୧ କୋଟି ଟଙ୍କା ହେବ।

Advertisment

ସେହିପରି ତାଙ୍କ ଘରୁ ନଗଦ ୬୫.୫ ଲକ୍ଷ ଟଙ୍କା ମିଳିଛି। ଏଥିସହ ଅନେକ ଜମିଜମାର କାଗଜପତ୍ର ତେଲଙ୍ଗାନା ଦୁର୍ନୀତି ନିରୋଧ ଶାଖା ଜବତ କରିଛି। ସୋମବାର ଏହି ମହିଳା ଯନ୍ତ୍ରୀ ଜଣଙ୍କ ୮୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରାପଡ଼ିଥିଲେ।

ସୋମବାର ଅଧିକାରୀ ଜଣଙ୍କ ଜଣେ ଲାଇସେନ୍ସ ପ୍ରାପ୍ତ ଠିକାଦାରଙ୍କ ଠାରୁ ୮୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେ ଲାଞ୍ଚ ନେଉଥିବା ବେଳେ ଯୋଜନାବଦ୍ଧ ଭାବେ ତାଙ୍କୁ ଏସିବି ଧରିଥିଲା। ଧରାପଡ଼ିବା ପରେ ଅଧିକାରୀ ଜଣଙ୍କ କ୍ୟାମେରା ଆଗରେ କାନ୍ଦି ପକାଇଥିଲେ। ତଥାପି ଏସିବିର ଅଧିକାରୀମାନେ ତାଙ୍କୁ ହେପାଜତକୁ ନେଇଥିଲେ।

Advertisment

ଏହାପରେ ତାଙ୍କ ଘରେ ରେଡ କରାଯାଇଥିଲା। ଏହି ସମୟରେ ନଗଦ ଟଙ୍କା, ବିପୁଳ ପରିମାଣର ସୁନା ଅଳଙ୍କାର ଓ ବିଭିନ୍ନ ପ୍ଲଟର କାଗଜପତ୍ର ମିଳିଛି। ଏବେ ବି ତାଙ୍କର ଆଉ କିଛି ଠିକଣାରେ ରେଡ ଚାଲିଥିବା ଜଣାପଡ଼ିଛି।

Raid Telangana CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe