Advertisment

ATM Cash Van Robbery: ଫିଲ୍ମ ଷ୍ଟାଇଲ୍‌ରେ ଏଟିଏମ କ୍ୟାଶ ଭ୍ୟାନ ଲୁଟ: ୩ ଗିରଫ, ନଗଦ ୫.୭୬ କୋଟି ଜବତ

ଲୁଟ ଘଟଣାରେ କର୍ଣ୍ଣାଟକା, ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ ଗୋଆରେ ପ୍ରାୟ ୩୦ରୁ ଅଧିକ ଲୋକଙ୍କୁ ଜେରା କରାଯାଇଥିଲା। ଘଟଣା ୨୪ ଘଣ୍ଟା ମଧ୍ୟରେ କିଛି ସୁରାକ ମିଳିଥିଲା। ଏହାଦ୍ୱାରା ଅଭିଯୁକ୍ତଙ୍କ ଗତିବିଧି ଓ ଗାଡ଼ି ସମ୍ପର୍କରେ ସୂଚନା ମିଳିଥିଲା

Cash

ଭ୍ୟାନ୍‌

Advertisment

ହାଇପ୍ରୋଫାଇଲ୍ ଏଟିଏମ(ATM) କ୍ୟାଶ ଭ୍ୟାନ ଲୁଟ ଘଟଣାରେ ବେଙ୍ଗାଲୁରୁ(Bengaluru) ପୁଲିସ୍‌କୁ ବଡ଼ ସଫଳତା। ପୁଲିସ୍‌ ଏହି ଳୁଟ ଘଟଣା ଉପରୁ ପରଦା ହଟାଇବା ସହ ୩ ଜଣଙ୍କୁ ଗିରଫ କରିଛି। ସେହିପରି ନଗଦ ୫.୭୬ କୋଟି ଟଙ୍କା ଜବତ କରିଛି। ପୂରା ବେଙ୍ଗାଲୁରୁକୁ ଦୋହଲାଇ ଦେଇଥିବା ଏହି କ୍ୟାଶ ଭ୍ୟାନ ଲୁଟ ଘଟଣାର ୬୦ ଘଣ୍ଟା ମଧ୍ୟରେ ପୁଲିସ ଏହା ଉପରୁ ପରଦା ହଟାଇ ନୂଆ ଉଦାହରଣ ସୃଷ୍ଟି କରିଛି। 

Advertisment

ସିଏମଏସ୍‌ ପକ୍ଷରୁ ଚଳାଚଳ କରୁଥିବା କ୍ୟାଶ ଭ୍ୟାନରେ ୭.୧୧ କୋଟି ଟଙ୍କା ଯାଉଥିବା ବେଳେ ଏହାକୁ ମଙ୍ଗଳବାର ଫିଲ୍ମ ଷ୍ଟାଇଲରେ ଲୁଟ(Robbery) କରାଯାଇଥିଲା। ଏହି ବଡ଼ଧରଣର ଲୁଟ ପଛରେ ବେଶ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ସନ୍ଦେହ କରି ପୁଲିସ୍‌ ଯାଞ୍ଚ ଆରମ୍ଭ କରିଥିଲା।

ମଙ୍ଗଳବାର ଦିନ ୧୨.୪୮ରେ ସିଏମଏସ୍ କ୍ୟାଶ ଭ୍ୟାନକୁ ଅଶୋକ ପିଲାର-ଜୟନଗର ଡାଏରୀ ସର୍କଲରେ କିଛି ଲୋକ ନିଜକୁ ଆରବିଆଇ ଅଧିକାରୀ ଭାବେ ପରିଚୟ ଦେଇ ଅଟକାଇଥିଲେ। ବାସ୍ତବରେ ସେମାନେ ଥିଲେ ଲୁଟେରା।

Advertisment

ଗାଡ଼ି ଅଟକିବା ପରେ ସେମାନେ ଏଥିରେ ଥିବା କର୍ମଚାରୀମାନଙ୍କୁ ବନ୍ଧୁକ ମୁନରେ ଧମକାଇ କ୍ୟାଶ ବାକ୍ସଗୁଡ଼ିକୁ ସିଜ କରି ଦେଇଥିଲେ। ଏହାପରେ ୧.୧୬ ସୁଦ୍ଧା ଗାଡ଼ିକୁ ଖାଲି କରି ଟଙ୍କା ସହ ଫେରାର ହୋଇ ଯାଇଥିଲେ। ଲୁଟ ନେଇ ଖବର ମିଳିବା ପରେ ସିଦ୍ଦାପୁରା ପୁଲିସ୍‌ ଷ୍ଟେସନରେ ଗୋଟିଏ ମାମଲା ରୁଜୁ ହୋଇଥିଲା। 

ଗିରଫ ଅଭିଯୁକ୍ତ 

ଟଙ୍କା ଲୁଟ ପାଇଁ ହୋଇଥିବା ଯୋଜନା ଓ କାର୍ଯ୍ୟକାରୀ ସହ ସିଧାସଳଖ ଜଡ଼ିତ ଥିବା ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ କନଷ୍ଟେବଲ ମଧ୍ୟ ରହିଛନ୍ତି। ଏହବାଦ ସିଏମଏସ୍‌ କମ୍ପାନୀର ଗାଡ଼ିଗୁଡ଼ିକ ଦାୟିତ୍ୱରେ ଥିବା ଅଧିକାରୀ ଓ କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ ଗିରଫ ହୋଇଛନ୍ତି।

ଗାଡ଼ି ଚଳାଚଳ ଦାୟିତ୍ୱରେ ଥିବା ଅଧିକାରୀ ଜଣଙ୍କ ଏହାର ଟ୍ରାକ କରିବା ସହ ଭ୍ୟାନଗୁଡ଼ିକ ଗତିବିଧି ଉପରେ ନଜର ରଖିଥାଆନ୍ତି। ସେହିପରି ପୂର୍ବତନ କର୍ମଚାରୀ ଜଣଙ୍କ ଅପରେସନାଲ ପ୍ରକ୍ରିୟା ଓ ଆଭ୍ୟନ୍ତରୀଣ ତଥ୍ୟ ଦେଇଥିଲେ। ଗୋବିନ୍ଦପୁରା ପୁଲିସ୍‌ ଷ୍ଟେସନରେ କନଷ୍ଟେବଲ ଭାବେ କାମ କରୁଥିବା ବ୍ୟକ୍ତି ତୃଣମୂଳସ୍ତରରେ ସହାୟତା କରିବା ସହ ବିଭିନ୍ନ ଗୁପ୍ତ ତଥ୍ୟ ଲୁଟେରାଙ୍କୁ ଦେଇଥିଲେ।

ପୁଲିସ୍‌ର କହିବାକ କଥା ଯେ ବଡ଼ଧରଣର ଲୁଟ ପାଇଁ ଗ୍ୟାଙ୍ଗ ପକ୍ଷରୁ ୩ ମାସ ଧରି ଯୋଜନା ଚାଲିଥିଲା। ସେମାନେ ନିୟମିତ କ୍ୟାଶ ଭ୍ୟାନର ରୁଟରେ ରେକି କରୁଥିଲେ। କେଉଁଠି ସିସିଟିଭି ଫୁଟେଜ ନାହିଁ ଓ କେଉଁ ନିଛାଟିଆ ଅଞ୍ଚଳ ଦେଇ ଗାଡ଼ି ଯାଉଛି, ସେସବୁ ଅଞ୍ଚଳର ତଥ୍ୟ ସଂଗ୍ରହ କରିଥିଲେ।

ପୁଲିସ ଟ୍ରାକିଂରୁ ବର୍ତ୍ତିବା ପାଇଁ ସେମାନେ ଏକାଡ଼ିକ ଗାଡ଼ିର ବ୍ୟବହାର କରୁଥିଲେ। ନମ୍ବର ପ୍ଲେଟ ବଦଳାଇ ଦେଉଥିଲେ। ସେହିପରି ରେକି ସମୟରେ ମୋବାଇଲ ଫୋନର ବ୍ୟବହାର ମଧ୍ୟ କରୁ ନଥିଲେ। ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ସେମାନେ ବିଭିନ୍ନ ଭାଷାରେ ମଧ୍ୟ ପରସ୍ପର ସହ ଯୋଗାଯୋଗ କରୁଥିଲେ। 

ପୂରା ଲୁଟ ଘଟଣାରେ ୬ରୁ ୮ ଜଣ ସାମିଲ ଥିବା ପୁଲିସ୍‌ ଆଶଙ୍କା କରୁଛି। ତେଣୁ ଗିରଫ ୩ ଜଣଙ୍କ ଜରିଆରେ ପୁଲିସ୍‌ ସେମାନଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। 
ବେଙ୍ଗାଲୁରୁ ପୁଲିସ୍‌ କମିଶନର ସୀମନ୍ତ କୁମାର ସିଂହ କହିଛନ୍ତି, “ସମସ୍ତ ଅଭିଯୁକ୍ତ ବେଙ୍ଗାଲୁରୁର। ପ୍ରତିଟି ଅଭିଯୁକ୍ତ କେଉଁ ଭୂମିକା ଗ୍ରହଣ କରିଥିଲେ, ତା’ର ବିସ୍ତୃତ ତଥ୍ୟ ଏବେ ଆମେ ଦେବୁ ନାହିଁ।

କିନ୍ତୁ ଏହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାମଲା। ଆମେ ସିଏମଏସ୍‌ କମ୍ପାନୀର ମୁଖ୍ୟମାନଙ୍କୁ ଆଲୋଚନା ପାଇଁ ଡାକିଛୁ। ଆଗକୁ ଯେମିତି ଏପରି ଘଟଣା ନ ଘଟିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ଆମେ ଏମିତି କିଛି ଟ୍ରଙ୍କ ପାଇଛୁ, ଯେଉଁଥିରେ ନଗଦ ଟଙ୍କା ରହୁଥିଲା। ପୂର୍ବତନ କର୍ମଚାରୀ ଜଣଙ୍କ ପ୍ରାୟ ବର୍ଷକ ତଳେ ଚାକିରି ଛାଡ଼ି ଦେଇଥିଲେ। ତଥାପି ସେ କମ୍ପାନୀର ବିଭିନ୍ନ କର୍ମଚାରୀଙ୍କ ଯୋଗାଯୋଗରେ ରହିଥିଲେ। ଗିରଫ ୩ ଅଭିଯୁକ୍ତ ଲୁଟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।”

ଲୁଟ ଘଟଣାରେ କର୍ଣ୍ଣାଟକା, ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ ଗୋଆରେ ପ୍ରାୟ ୩୦ରୁ ଅଧିକ ଲୋକଙ୍କୁ ଜେରା କରାଯାଇଥିଲା। ଘଟଣା ୨୪ ଘଣ୍ଟା ମଧ୍ୟରେ କିଛି ସୁରାକ ମିଳିଥିଲା। ଏହାଦ୍ୱାରା ଅଭିଯୁକ୍ତଙ୍କ ଗତିବିଧି ଓ ଗାଡ଼ି ସମ୍ପର୍କରେ ସୂଚନା ମିଳିଥିଲା। 

୬୦ ଘଣ୍ଟାରେ ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହେବାକୁ ପୁଲିସ୍‌ କମିଶନର ତଦନ୍ତକାରୀ ଟିମ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। 

Bengaluru Robbery ATM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe