Advertisment

ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା

ଦୁର୍ଘଟଣା ଘଟିବାର ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର। ମାର୍ଚ୍ଚ ମାସ ସୁଦ୍ଧା ସରକାର ଏନେଇ ସଂଶୋଧିତ ଯୋଜନା ଆଣିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀ।

author-image
Debadatta Aryashrestha
Nitin Gadkari

Nitin Gadkari

ସଡ଼କ ଦୁର୍ଘଟଣାର ଶିକାର ହେଲେ ଏଣିକି ଆହତମାନଙ୍କୁ ମିଳିବ ମାଗଣା ଚିକିତ୍ସା। ନିଜେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ବଡ଼ ଘୋଷଣା କରିଛନ୍ତି। ସାରା ଦେଶରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ କ୍ୟାଶଲେସ୍ ଚିକିତ୍ସା ପାଇଁ ମାର୍ଚ୍ଚ ମାସ ସୁଦ୍ଧା ସରକାର ସଂଶୋଧିତ ଯୋଜନା ଆଣିବେ ବୋଲି କହିଛନ୍ତି ଗଡ଼କରୀ।

Advertisment

ଏହି ଯୋଜନା ଅଧିନରେ ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ପ୍ରତି ବ୍ୟକ୍ତିଙ୍କ ପାଇଁ ଦୁର୍ଘଟଣା ଘଟିବାର ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର। ସମସ୍ତ ବର୍ଗର ରାସ୍ତାରେ ମୋଟର ଯାନ ଦ୍ୱାରା ଘଟୁଥିବା ସମସ୍ତ ସଡ଼କ ଦୁର୍ଘଟଣାରେ ଏହି ଯୋଜନା ପ୍ରଯୁଜ୍ୟ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପୁଲିସ, ଡାକ୍ତରଖାନା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମନ୍ୱୟରେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (NHA) ଏହି ଯୋଜନାର କାର୍ଯ୍ୟକାରୀ କରିବ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଇ-ଡିଟେଲ୍ଡ ଆକ୍ସିଡେଣ୍ଟ ରିପୋର୍ଟ (eDAR) ଜରିଆରେ ଏକ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ଏକ ଆପ୍ଲିକେଶନ ଚାଲିବ। ପୀଡ଼ିତମାନେ କିମ୍ବା ସେମାନଙ୍କ ସଂପର୍କୀୟ ପୀଡ଼ତଙ୍କ ଦୁର୍ଘଟଣା ପରେ ଏହି ଆପ୍ ଜରିଆରେ ପଞ୍ଜୀକରଣ କରିବେ। ଦୁର୍ଘଟଣା ଘଟିଥିବା ଦିନ ଠାରୁ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ପୀଡ଼ିତ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବେ। ତେବେ ମାର୍ଚ୍ଚ ୧୪ରେ ଚଣ୍ଡିଗଡ଼ରେ ପରୀକ୍ଷାମୂଳକ ଭାବେ ଏହି ଯୋଜନାକୁ ଆରମ୍ଭ କରାଯିବ। ପରେ ଅନ୍ୟ ୬ଟି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ପରେ ଧିରେ ଧିରେ ଏହା ସାରା ଦେଶରେ କାର୍ଯ୍ୟକାରୀ ହୋଇଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି।

Advertisment
Accident Nitin Gadkari Cashless Treatment To Accident Victim Road And Transport Ministry