Advertisment

ପ୍ରେମିକା ସହ ଧରା ପଡ଼ିଲେ ପୁଲିସ ବାବୁ, ଡିଏସ୍‌ପିରୁ ହେଲେ କନଷ୍ଟେବଳ

ଘରେ ସ୍ତ୍ରୀ ଥାଉ ଥାଉ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସହ କରୁଥିଲେ ପରକୀୟାପ୍ରିତି। ଶେଷରେ ଏହା ଡିଏସ୍‌ପିଙ୍କୁ ମହଙ୍ଗା ପଡିଛି। ପ୍ରମୋସନ୍‌ ବଦଳରେ ହୋଇଛି ତାଙ୍କର ଡିମୋସନ୍‌।

author-image
Madhupriya Mistry
ଅଦ୍ୟତନ ହୋଇଛି
senior UP Police officer demoted to constable

senior UP Police officer demoted to constable

ପ୍ରେମ କରି ଫସିଲେ ପୁଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା ସହ ରଙ୍ଗେ ହାତୋ ଧରାପଡିଲେ। ଘରେ ସ୍ତ୍ରୀ ଥାଉ ଥାଉ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସହ କରୁଥିଲେ ପରକୀୟାପ୍ରିତି। ଶେଷରେ ଏହା ତାଙ୍କୁ ଏବେ ମହଙ୍ଗା ପଡିଛି। ପ୍ରମୋସନ ହେବା ଦଳରେ ତାଙ୍କର ହୋଇଛି ଡିମୋସନ୍‌। ସେ ଡିଏସ୍‌ପିରୁ ପାଲଟିଛନ୍ତି କନଷ୍ଟେବଳ।

Advertisment

ଉତ୍ତର ପ୍ରଦେଶର ଉନ୍ନାଓ। ଏଠାକାର ଜଣେ ପୁଲିସ ଅଧିକାରୀ ଡେପୁଟି ଏସ୍‌ପି ରାଙ୍କରୁ ସିଧା କନଷ୍ଟେବଳକୁ ଖସି ଆସିଛନ୍ତି। ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସହ ହୋଟେଲ ରୁମ୍‌ରେ ଧରାପଡିଥିବା ଏହି ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ପୁଣିଥରେ ସର୍କଳ ଅଫିସରରୁ କନଷ୍ଟେବଳ ରାଙ୍କକୁ ଖସାଇ ଦିଆଯଆଇଛି।

ପୁଲିସ୍‌ ଅଧିକାରୀ କ୍ରିପା ଶଙ୍କର କନୌଜିଆ। ୨୦୨୧ ଜୁଲାଇ ୬ ତାରିଖରେ ପାରିବାରିକ କାରଣ ଦର୍ଶାଇ ଉନ୍ନାଓ ଏସ୍‌ପିଙ୍କ ଠାରୁ ଛୁଟି ମାଗିଥିଲେ। କିନ୍ତୁ ଛୁଟି ମଞ୍ଜୁର ହେବା ପରେ ଘରକୁ ଯିବା ପରିବର୍ତ୍ତେ ସେ ଅନ୍ୟତ୍ର ଚାଲି ଯାଇଥିଲେ। ସେ କାନପୁରର ଏକ ହୋଟେଲରେ ଚେକ୍‌ ଇନ୍‌ କରିଥିଲେ। ତାଙ୍କ ସହିତ ଜଣେ ମହିଳା କନଷ୍ଟେବଳ ମଧ୍ୟ ଥିଲେ। ଏହି ସମୟ ମଧ୍ୟରେ ସେ ଉଭୟ ବ୍ୟକ୍ତିଗତ ଏବଂ ସରକାରୀ ମୋବାଇଲ ନମ୍ବର ବନ୍ଦ କରିଦେଇଥିଲେ। ତାଙ୍କର ଦୁଇଟି ଯାକ ନମ୍ବର ବନ୍ଦ ଥିବାରୁ ଚିନ୍ତାରେ ପଡ଼ିଥିଲେ ତାଙ୍କ ସ୍ତ୍ରୀ।

Advertisment

ଏହାପରେ ଚିନ୍ତିତ ପତ୍ନୀ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ଛୁଟି ନେଇ ଘରକୁ ଯାଇଛନ୍ତି। କିନ୍ତୁ ଦୀର୍ଘ ସମୟ ପରେ ବି ସେ ପହଞ୍ଚି ନଥିବାରୁ ତାଙ୍କ ଚିନ୍ତା ଆହୁରି ବଢ଼ି ଯାଇଥିଲା। ଏହା ପରେ ସେ ଏନେଇ ଉନ୍ନାଓ ଏସପିଙ୍କୁ ଭେଟି ସ୍ୱାମୀଙ୍କୁ ଖୋଜିବା ପାଇଁ ସାହାଯ୍ୟ ମାଗିଥିଲେ।

ପରେ ଏସ୍‌ପି ତାଙ୍କ କ୍ରିପା ଶଙ୍କରଙ୍କ ମୋବାଇଲ ନମ୍ବର ଟ୍ରେସ୍‌ କରିବାକୁ ଆଦେଶ ଦେଇଥିଲେ। ପରେ ସେ ହୋଟେଲରେ ଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ସେଠାରେ ପହଞ୍ଚିଥିଲା। ତଲାସି ବେଳେ ସିସିଟିଭି ଫୁଟେଜରେ ନଜର ଆସିଥିଲେ ନିଜ ପ୍ରେମିକା ସହ ନଜର ଆସିଥିଲେ ପୁଲିସ ବାବୁ। ଏହାପରେ ଜଣେ ମହିଳା କର୍ମଚାରୀଙ୍କ ସହ ହୋଟେଲ ରୁମ୍‌ରୁ କ୍ରିପା ଶଙ୍କରଙ୍କୁ ରଙ୍ଗେହାତ ଧରା ହୋଇଥିଲା।

ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ସମଗ୍ର ମାମଲାର ସମୀକ୍ଷା କରି କ୍ରିପା ଶଙ୍କର କାନୌଜିଆଙ୍କୁ ସର୍କଲ ଅଫିସରରୁ ପୁଣି ଥରେ କନଷ୍ଟେବଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉନ୍ନାଓରେ ବିଘାପୁରର CO ଥିବା କ୍ରିପା ଶଙ୍କର କାନୌଜିଆଙ୍କୁ ବର୍ତ୍ତମାନ କନଷ୍ଟେବଳ କରାଯାଇଛି। ଗୋରଖପୁରର 26 PAC ବଟାଲିଅନରେ ତାଙ୍କର ନୂତନ ପୋଷ୍ଟିଂ ହୋଇଛି।

Extra Marital Affair UP Police Constable UP Deputy Superintendent