Advertisment

NEET ପେପର୍‌ ଲିକ୍‌: ୭ ସ୍ଥାନରେ CBIର ଚଢ଼ାଉ, ସାମ୍ବାଦିକ ଗିରଫ

ଗୁଜରାଟର ୪ଟି ଜିଲ୍ଲା ସମେତ ୭ଟି ସ୍ଥାନରେ ସିବିଆଇ ରେଡ୍‌ କରିଛି।

NEET Paper Leak Case

NEET Paper Leak Case

Advertisment

ଥମୁନି ନିଟ୍‌ ପେପର୍‌ ଲିକ୍‌ ବିବାଦ। ଏହାକୁ ନେଇ ରାଜନୀତି ଜୋର୍‌ ଧରିଥିବା ବେଳେ ଆକ୍ସନ ମୁଡ୍‌ରେ ରହିଛି ସିବିଆଇ। ଘନ ଘନ ଚଢ଼ାଉ କରିବା ସହ ଏହି ମାମଲାରେ ଜାରି ରହିଛି ଗିରଫଦାରୀ। ଆଜି ଗୁଜରାଟର ୪ଟି ଜିଲ୍ଲା ସମେତ ୭ଟି ସ୍ଥାନରେ ସିବିଆଇ ରେଡ୍‌ କରିଛି।

Advertisment

ସୂଚନା ମୁତାବକ, ଗୋଧ୍ରା, ଖେଡା, ଆନନ୍ଦ ଓ ଅହମ୍ମଦାବାଦ ସମେତ ୭ଟି ସ୍ଥାନରେ ଆଜି ସକାଳୁ ସିବିଆଇର ଟିମ୍‌ ଚଢ଼ାଉ କରଛି। ସେପଟେ ହଜରିବାଗ ଅଞ୍ଚଳରୁ ଆଉ ଜଣେ ସାମ୍ବାଦିକକୁ ସିବିଆଇ ଗିରଫ କରିଛି। ଗିରଫ ସାମ୍ବାଦିକ ଜଣକ ହେଲେ ଜମାଲୁଦ୍ଦିନ୍‌। ଏହି ସାମ୍ବାଦିକଙ୍କ ବିରୋଧରେ ଓଏସିସ୍‌ ସ୍କୁଲ ହଜାରିବାଗର ପ୍ରିନ୍ସପାଲ ଓ ଭାଇସ୍‌ ପ୍ରିନ୍ସପାଲ୍‌କୁ ଆସିଷ୍ଟ କରୁଥିବା ଅଭିଯୋଗ ରହିଛି।

NEET UG ପେପର୍‌ ଲିକ୍ ମାମଲାରେ ସିବିଆଇର ଏହା ହେଇଛି ପଞ୍ଚମ ଗିରଫଦାରୀ। ଏହାପୂର୍ବରୁ ସିବିଆଇ ଓଏସିସ୍ ସ୍କୁଲ ହାଜରିବାଗର ପ୍ରିନ୍ସପାଲ ଏହସାନ୍‌ ଉଲହକ, ଭାଇସ ପ୍ରିନ୍ସପାଲ ଇମତିଆଜ ଆଲାମ, ମନୀଷ ଏବଂ ଆଶୁତୋଷଙ୍କୁ ଗିରଫ କରିଥିଲା।

Advertisment

ସୂତ୍ରରୁ ପ୍ରକାଶ ଯେ ଜମାଲୁଦ୍ଦିନ ଝାରଖଣ୍ଡର ଏକ ହିନ୍ଦୀ ଖବରକାଜରେ କାର୍ଯ୍ୟରତ ବୋଲି ତଦନ୍ତରୁ ଜଣାପଡିଛି। ସେ ଫୋନ୍ ମାଧ୍ୟମରେ ଲଗାତର ପ୍ରିନ୍ସିପାଲ ଓ ଭାଇସ୍‌ ପ୍ରିନ୍ସପାଲଙ୍କଙ୍କ ସହ ଯୋଗାଯୋଗରେ ଥିଲେ। କଲ୍ ଲିଷ୍ଟ ଏବଂ ପଚରାଉଚରା ମାଧ୍ୟମରେ ପେପର୍‌ ଲିକରେ ପ୍ରିନ୍ସିପାଲ୍ ଏବଂ ଭାଇସ ପ୍ରିନ୍ସିପାଲଙ୍କୁ ଜମାଲୁଦ୍ଦିନ୍‌ ସହାୟତା କରିଥିବା ସିବିଆଇ ଜାଣିବାକୁ ପାଇଥିଲା।

NEET Paper Leak Issue CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe