Advertisment

NEET-UG ପ୍ରଶ୍ନପତ୍ର ଲିକ୍ ମାମଲା; ପାଟନାରୁ କିଙ୍ଗପିନଙ୍କୁ ବାନ୍ଧିଲା CBI

ବିହାରର ବିଭିନ୍ନ ସ୍ଥାନରେ ଛାପା ମାରି ପାଟନାରୁ ମୁଖ୍ୟ ଅଭିଯୁକ୍ତ ରାକେଶ ରଞ୍ଜନ ଓରଫ୍ ରକିକୁ ଗିରଫ କରିଛି CBI।

Students Protest

Students Protest

Advertisment

NEET-UG ପ୍ରଶ୍ନପତ୍ର ଲିକ୍ ମାମଲାର କିଙ୍ଗପିନ୍ ଗିରଫ। ଆଜି ସିବିଆଇ ବିହାରର ବିଭିନ୍ନ ସ୍ଥାନରେ ଛାପା ମାରି ପାଟନାରୁ ମୁଖ୍ୟ ଅଭିଯୁକ୍ତ ରାକେଶ ରଞ୍ଜନ ଓରଫ୍ ରକିକୁ ଗିରଫ କରିଛି। 

Advertisment

ଗିରଫ ପରେ ପାଟନା ଏବଂ କୋଲକାତାର ବିଭିନ୍ନ ସ୍ଥାନରେ ତଦନ୍ତ କରିଥିଲା ସିବିଆଇ। ଏହି ସମୟରେ ସିବିଆଇ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଲାଗିଛି। ରକିକୁ ଗିରଫ ପରେ ସିବିଆଇ ଆଜି କୋର୍ଟରେ ହାଜର କରିଥିଲା। ବିହାରରେ ହୋଇଥିବା ପେପର୍ ଲିକରେ ରକିର ହାତ ଥିବା ସିବିଆଇ କହିଛି। ଅଧିକ ତଦନ୍ତ ପାଇଁ ସିବିଆଇ ତାଙ୍କୁ ୧୦ ଦିନ ରିମାଣ୍ଡରେ ନେଇଛି। 

ସେପଟେ ଆଜି ସିବିଆଇ ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଦାଖଲ କରିଛି। NEET-UG ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ଜାଲିଆତିକୁ ନେଇ କରିଥିବା ତଦନ୍ତ ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରିଛି। ଜୁଲାଇ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। 

Advertisment

ଚଳିତ ବର୍ଷ ନିଟ୍ ପରୀକ୍ଷାକୁ ନେଇ ବିବାଦ ଲାଗି ରହିଛି। ୬୭ ଜଣ ପରୀକ୍ଷାର୍ଥୀ ଫୁଲ୍ ମାର୍କ ରଖି ପାସ୍ ହେବା ପରେ ପରୀକ୍ଷାରେ ଅନିୟମିତତା ସନ୍ଦେହ କରା ଯାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ NTA CBIକୁ ତଦନ୍ତ ନିର୍ଦ୍ଦେଶ ଦେଇଛି। 

NEET UG Question Leak NEET UG Row NEET UG-2024 CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe