Advertisment

କେଜ୍ରିୱାଲଙ୍କୁ ଆଉ ଏକ ଝଟକା, ଗିରଫ କଲା CBI

ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ମଧ୍ୟରେ ଗିରଫ କରିଛି ସିବିଆଇ।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ପୁଣି ଅଡ଼ୁଆ ବଢିଛି। ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ମଧ୍ୟରେ ଗିରଫ କରିଛି ସିବିଆଇ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସିବିଆଇ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି।

Advertisment

ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍ ଅଭିଯୋଗରେ ପୂର୍ବରୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ମାମଲାରେ ନିକଟରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟରେ ଜାମିନ ଆବେଦନ ସ୍ଥଗିତ ରହିଥିବା ବେଳେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ।

ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ କେଜ୍ରିୱାଲଙ୍କୁ ଆଉ ଏକ ଝଟକା ଲାଗିଛି। ମଦ ନୀତି ଦୁର୍ନୀତି ମାମଲାରେ ଗିରଫ କରିନେଇଛି ସିବିଆଇ। ତେବେ ଏପରିସ୍ଥିତିରେ ସୁପ୍ରିମକୋର୍ଟ ଯଦି କେଜ୍ରିୱାଲଙ୍କୁ ଜାମିନ ଦିଅନ୍ତି, ତଥାପି ସେ ଜେଲରେ ରହିବେ। 

Advertisment

ପ୍ରକାଶ ଥାଉକି, ଦୀର୍ଘ ୪ ମାସ ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ସମନ କରିବା ପରେ ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଲୋକସଭା ନିର୍ବାଚନ ପାଇଁ ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ଏବଂ ସର୍ବୋଚ୍ଚ ଅଦାଲତ ତାଙ୍କୁ ମେ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ। 

ସର୍ତ୍ତ ଅନୁସାରେ ପ୍ରଚାର ସରିବାର ଗୋଟିଏ ଦିନ ପରେ ଅର୍ଥାତ ଜୁନ ୩ରେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ କେଜ୍ରିୱାଲ। ଏହାପରେ ପୁନର୍ବାର ବେଲ୍ ଆବେଦନ କରିଥିଲଏ ଏବଂ ରାଉଜ ଆଭେନ୍ୟୁ କୋର୍ଟ ମଧ୍ୟ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହାକୁ ସ୍ଥଗିତ ରଖିବା ପରେ ସୁପ୍ରିମକୋର୍ଟରେ ଆବେଦନ ବିଚାରାଧୀନ ରହିଛି। ଏହାରି ମଧ୍ୟରେ କେଜ୍ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରିନେଇଛି ସିବିଆଇ। 

Arvind Kejriwal Delhi Liquor Policy Scam CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe