Advertisment

କୋଲକାତା ହରର: ପ୍ରମାଣ ନଷ୍ଟ କରିବା ଘଟଣାରେ ସନ୍ଦୀପ ଘୋଷ ଓ ପୁଲିସ୍‌ ଅଧିକାରୀ ଗିରଫ

ସିବିଆଇ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିବା ଘଟଣାରେ ଆରଜି କରର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ବାନ୍ଧିଛି।

ଅଦ୍ୟତନ ହୋଇଛି
 Ex Principal

Ex Principal

Advertisment

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ହରର ଘଟଣାରେ ସିବିଆଇ ଦ୍ୱାରା ଦ୍ୱିତୀୟ ଥର ପାଇଁ ଗିରଫ ହୋଇଛନ୍ତି ଡାକ୍ତର ସନ୍ଦୀପ ଘୋଷ। ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।

Advertisment

ସିବିଆଇ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିବା ଘଟଣାରେ ଆରଜି କରର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ବାନ୍ଧିଛି। ତାଙ୍କ ସହ କୋଲକାତା ପୁଲିସ୍‌ର ଜଣେ ଅଧିକାରୀ ମଧ୍ୟ ଗିରଫ ହୋଇଛନ୍ତି। ପୂର୍ବରୁ ମେଡିକାଲ କଲେଜରେ ଆର୍ଥିକ ହେରଫେର ପାଇଁ ସିବିଆଇ ସନ୍ଦୀପଙ୍କୁ ଗିରଫ କରିଥିଲା।

ସିବିଆଇ ଗିରଫ କରିଥିବା ପୁଲିସ୍‌ ଅଧିକାରୀ ଜଣଙ୍କ ହେଉଛନ୍ତି ଅଭିଜିତ ମଣ୍ଡଳ। ସେ ତାଲା ପୁଲିସ ଷ୍ଟେସନର ଏସଏଚଓ ଭାବେ କାମ କରନ୍ତି। ଅଭିଜିତ ପ୍ରାରମ୍ଭିକ ପର୍ଯ୍ୟାୟରେ ଘଟଣାର ତଦନ୍ତ କରିଥିଲେ। ଏହି ସମୟରେ ସେ ଘଟଣା ସହ ଜଡ଼ିତ କିଛି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଏଥିସହ ଏଫଆଇଆର ଡେରିରେ ଫାଇଲ କରିଥିଲେ। 

Advertisment

ସିବିଆଇ ତଦନ୍ତରୁ ଏକଥା ଜାଣିବା ପରେ ତାଙ୍କୁ ଗିରଫ କରିଛି। ସନ୍ଦୀପ ଘୋଷ ଓ ଗିରଫ ଏସଏଚଓ ଜଣଙ୍କ ତଦନ୍ତକାରୀ ଅଧିକାରୀଙ୍କୁ ବିଭ୍ରାନ୍ତ କରିଥିଲେ। ଏହାବାଦ ସେମାନେ ପ୍ରମାଣକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ ବୋଲି ସିବିଆଇ ଜାଣିବାକୁ ପାଇଛି। 

Kolkata Doctor Rape And Murder Case CBI Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe