Advertisment

୬,୬୦୦ କୋଟିର ବିଟକଏନ ସ୍କାମ: FIR ରୁଜୁ କରି ତଦନ୍ତ ଆରମ୍ଭ କଲା ସିବିଆଇ

୬,୬୦୦ କୋଟି ଟଙ୍କାର ବିଟକଏନ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅମିତ ଭରଦ୍ୱାଜ ଓ ଅଜୟ ଭରଦ୍ୱାଜ। ସିବିଆଇ ଏହି ଦୁଇ ଜଣଙ୍କ ନାଁ ଏଫଆଇଆରରେ ଉଲ୍ଲେଖ କରିଛି। ହୃଦଘାତରେ ଅମିତ ପ୍ରାଣ ହରାଇ ସାରିଥିବା ବେଳେ ଅଜୟ ଏବେ ଫେରାର ରହିଛନ୍ତି।

author-image
Hemant Lenka
BitCoin

BitCoin

ମହାରାଷ୍ଟ୍ର ବିଟକଏନ ସ୍କାନର ତଦନ୍ତ ବୁଧବାର ଠାରୁ ଆରମ୍ଭ କରିଛି ସିବିଆଇ। ୬,୬୦୦ କୋଟି ଟଙ୍କାର ଠକେଇ ମାମଲାରେ ସିବିଆଇ ଗୋଟିଏ ଏଫଆଇଆର ରୁଜୁ କରିଛି। ଏଥିରେ ୨ ଜଣଙ୍କ ନାଁ ରହିଥିଲା ବେଳେ ଆଉ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଜେରା ପାଇଁ ନୋଟିସ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏପରି ପଦକ୍ଷେପ ନେଇଛି।

Advertisment

୬,୬୦୦ କୋଟି ଟଙ୍କାର ବିଟକଏନ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅମିତ ଭରଦ୍ୱାଜ ଓ ଅଜୟ ଭରଦ୍ୱାଜ। ସିବିଆଇ ଏହି ଦୁଇ ଜଣଙ୍କ ନାଁ ଏଫଆଇଆରରେ ଉଲ୍ଲେଖ କରିଛି। ହୃଦଘାତରେ ଅମିତ ପ୍ରାଣ ହରାଇ ସାରିଥିବା ବେଳେ ଅଜୟ ଏବେ ଫେରାର ରହିଛନ୍ତି। ଏକାଧିକ ଏଜେନ୍ସି ଅଜୟଙ୍କ ନାଁରେ ଲୁକ ଆଉଟ ନୋଟିସ ଜାରି କରିଛନ୍ତି।

ଏହାବାଦ ସିବିଆଇ ଘଟଣାର ଅନ୍ୟତମ ଅଭିଯୁକ୍ତ ଗୌରବ ମେହେତାଙ୍କୁ ହାଜର ହେବାକୁ ନୋଟିସ କରିଛି। ତାଙ୍କୁ ଯଥାଶୀଘ୍ର ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି।

Advertisment

ପ୍ରାରମ୍ଭିକ ପର୍ଯ୍ୟାୟରେ ଇଡି ଭରଦ୍ୱାଜ ଭ୍ରାତାଙ୍କ ବିରୋଧରେ ଦିଲ୍ଲୀ, ପୁଣେ ଓ ଆଉ କିଛି ସ୍ଥାନରେ ନିବେଶକାରୀଙ୍କୁ ଠକିଥିବା ଅଭିଯୋଗରେ ଏଫଆଇଆର ରୁଜୁ କରିଥିଲା। ମହାରାଷ୍ଟ୍ର ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା ରୁଜୁ କରିଥିବା ମାମଲା ଓ ତଦନ୍ତ ଆଧାରରେ ଇଡି ଏପରି ପଦକ୍ଷେପ ନେଇଥିଲା। 

ଏବେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦିନକ ପୂର୍ବରୁ ବିଜେପିର ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ ସାମ୍ବାଦିକ ସମ୍ମିଳନୀ କରି ଗୋଟିଏ ଅଡିଓ କ୍ଲିପ ଜାରି କରିଥିଲେ। ଅଭିଯୋଗ ଅନୁସାରେ, ଏହି ଅଡିଓ କ୍ଲିପ ବାରାମତୀ ସାଂସଦ ସୁପ୍ରିୟା ସୁଲେ ଓ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେଙ୍କ ଭିତରେ ହୋଇଥିବା କଥୋପକଥନ। ସେମାନେ ଜଣେ ପୂର୍ବତନ ପୁଲିସ୍‌ କମିଶନର ଓ ଜଣେ ଡିଲରଙ୍କ ସହ ମିଶି ବେଆଇନ ବିଟକଏନ ନେଣଦେଣ ପାଇଁ ଷଡ଼ଯନ୍ତ୍ର କରିଥିବା ଏଥିରେ ଦାବି କରାଯାଇଛି।

ତେବେ ଏପରି ଅଭିଯୋଗକୁ ସୁପ୍ରିୟା ସୁଲେ ଖଣ୍ଡନ କରିଛନ୍ତି। ଅଡିଓ କ୍ଲିପରେ ଥିବା ଭଏସ ତାଙ୍କର ନୁହେଁ ବୋଲି ସେ କହିବା ସହ ବିଜେପି ଠିକ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶସ୍ତା ରାଜିନୀତିରେ ମାତିଥିବା ଅଭିଯୋଗ କରିଛନ୍ତି।

CBI Maharashtra Politics Bitcoin Allegations