Advertisment

ବିଜୟ ମାଲ୍ୟାଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରି

ସ୍ୱତନ୍ତ୍ର ସିବିଆଇ କୋର୍ଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଋଣ ପରିଷୋଧ ନ କରିବା ମାମଲାରେ ଏହି ଏନ୍‌ବିଡବ୍ଲୁ ଜାରି କରିଛି।

Vijay Mallya

Vijay Mallya

Advertisment

ବଢ଼ିଲା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ହେଲେ ଏନ୍‌ବିଡବ୍ଲୁ ତଥା ଜାମିନ ବିହୀନ ଗିରଫ ପରଓ୍ୱାନା। ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଋଣ ପରିଷୋଧ ନ କରିବା ମାମଲାରେ ଏହି ଏନ୍‌ବିଡବ୍ଲୁ ଜାରି କରିଛି।

Advertisment

ସିବିଆଇ କୋର୍ଟର ଜଷ୍ଟିସ୍ ଏସ୍ ନାଏକ ନିମ୍ବାଲକର ଜୁନ୍ ୨୯ରେ ମାଲ୍ୟାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ତେବେ ସୋମବାର (ଜୁଲାଇ ୧) କୋର୍ଟଙ୍କ ଆଦେଶର କପି ବାହାରକୁ ଆସିଛି। କୋର୍ଟ କହିଛନ୍ତି, ୨୦୦୭ରୁ ୨୦୧୨ ମଧ୍ୟରେ ବିଜୟ ମାଲ୍ୟା ଏବଂ ତାଙ୍କ କମ୍ପାନୀକୁ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପ୍ରାୟ ୧୮୦ କୋଟି ଟଙ୍କା ଋଣ ଦେଇଛି।

ଏହି ମାମଲାରେ ବିଜୟ ମାଲ୍ୟାଙ୍କ ସମେତ ମୋଟ ୧୦ ଜଣ ଅଭିଯୁକ୍ତ ଅଛନ୍ତି। ଅଗଷ୍ଟ ୨୦୧୬ରେ ଏହି ମାମଲାରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଛି। କିନ୍ତୁ ପଳାତକ ବିଜୟ ମାଲ୍ୟାଙ୍କ ପାଇଁ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

Advertisment

ସିବିଆଇ କୋର୍ଟ ଶୁଣାଣି ସମୟରେ କହିଛି, ତଦନ୍ତରୁ ଜଣାପଡିଛି ଯେ ଦେବାଳିଆ ଏୟାରଲାଇନ୍ସ କିଙ୍ଗଫିସର ପ୍ରମୋଟର ବିଜୟ ମାଲ୍ୟା ଜାଣିଶୁଣି ସରକାରୀ ବ୍ୟାଙ୍କରୁ ନିଆଯାଇଥିବା ୧୮୦ କୋଟି ଟଙ୍କା ଋଣ ପରିଶୋଧ କରିନାହାଁନ୍ତି। ଇଡି ଦ୍ୱାରା ଅନୁସନ୍ଧାନ କରାଯାଉଥିବା ମନି ଲଣ୍ଡରିଂ ମାମଲାରେ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯାଇଛି। ବର୍ତ୍ତମାନ ସେ ଲଣ୍ଡନରେ ଅଛନ୍ତି ଏବଂ ଭାରତ ସରକାର ତାଙ୍କୁ ବ୍ରିଟିଶ ସରକାରଙ୍କଠାରୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରୁଛନ୍ତି।

CBI Court Vijay Mallya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe