Advertisment

ଦିଲ୍ଲୀ ମଦ ଦୁର୍ନୀତି: କେଜ୍ରିଓ୍ୱାଲଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା CBI

ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କହିଛି ସିବିଆଇ।

Kejriwal

Kejriwal

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆକ୍ସନ ମୁଡ୍‌ରେ ରହିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଥା ସିବିଆଇ। ଏହି ମାମଲାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ରାଉସ ଆଭେନ୍ୟୁ କୋର୍ଟରେ ଏହି ଚାର୍ଜଶିଟ୍‌ ଦାଖଲ ହୋଇଛି।

Advertisment

କେଜ୍ରିଓ୍ୱାଲଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଥିବା ବେଳେ ସିବିଆଇ ଏହି ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ କେଜ୍ରିଓ୍ୱାଲଙ୍କୁ ସିବିଆଇ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି। ଏଜେନ୍ସି କହିଛି ଯେ ଆପ୍‌ ପୂର୍ବତନ ମିଡିଆ ଦାୟିତ୍ୱରେ ଥିବା ତଥା କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଜୟ ନାୟାର ଅନେକ ମଦ ଉତ୍ପାଦକ ଏବଂ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଥିଲେ।

ମଦ ଦୁର୍ନୀତି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ସମସ୍ତ ସରକାରୀ ନିଷ୍ପତ୍ତି କେବଳ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଆଯାଇଛି। ଆମ୍‌ ଆଦମୀ ପାର୍ଟି ଏଥିପାଇଁ ୧୦୦ କୋଟି ଟଙ୍କା ଲାଞ୍ଚ ଆକାରରେ ନେଇଛି ବୋଲି କୋର୍ଟରେ ଶୁଣାଣି ପୂର୍ବରୁ ସିବିଆଇ କହିଛି।

Advertisment

ଏହାପୂର୍ବରୁ ଚଳିତ ବର୍ଷ ମେ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ମଦ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍‌) ମୁଖ୍ୟଙ୍କ ବିରୋଧରେ ୨୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଥିଲା।

କହିରଖୁ, ମଦ ଦୁର୍ନୀତି ସହିତ ସଂପୃକ୍ତ ଏକ ଅର୍ଥ ହେର୍‌ଫେର୍‌ ମାମଲାରେ ମାର୍ଚ୍ଚ ୨୧ ତାରିଖରେ ଆପ୍‌ ମୁଖ୍ୟଙ୍କୁ ଇଡି ଗିରଫ କରିଥିଲା। ସୁପ୍ରିମକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ସିବିଆଇ ତାଙ୍କୁ ସମ୍ପୃକ୍ତ ମାମଲାରେ ଜୁନ୍‌ ୨୬ରେ ଗିରଫ କରିଥିବାରୁ ସେ ଜେଲରେ ଅଛନ୍ତି।

CBI Arvind Kejriwal Delhi Liquor Policy Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe