Advertisment

ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ଲାଲୁଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍

ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଲାଲୁ, ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
 Bihar deputy chief minister Tejaswi Yadav

Bihar deputy chief minister Tejaswi Yadav

ଜମି ବଦଳରେ ରେଲୱେରେ ଚାକିରି ମାମଲାରେ ସିବିଆଇର ଚାର୍ଜସିଟ୍ ଦାଖଲ। ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ।

Advertisment

ଲାଲୁ, ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ତେଜସ୍ୱୀ ଯାଦବ ଏବେ ବିହାରର ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଯାହାକୁ ନେଇ ଏଠାରେ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। 

ଦିଲ୍ଲୀର ରାଉଜ୍‌ ଏଭନ୍ୟୁ କୋର୍ଟରେ ସିବିଆଇ ଏହି ୪ ଜଣଙ୍କ ନାମରେ ସାର୍ଜସିଟ୍ ଦାଖଲ କରିଛି। ତେବେ ଏହା ଉପରେ କୋର୍ଟରେ କୌଣସି ଶୁଣାଣି ହୋଇନି। ମାତ୍ର ଏହି ମାମଲା ଆସନ୍ତା ୧୨ ତାରିଖରେ ଶୁଣାଣି ହେବାକୁ ସମୟ ଧାର୍ଯ୍ୟ ହୋଇଛି। ତେଣୁ ତେଜସ୍ୱୀ ଓ ତାଙ୍କ ପରିବାର ଆଗରେ ସମସ୍ୟା ଠିଆ ହୋଇଛି।

Advertisment

ସୂଚନା ଥାଉକି, ଏହି ମାମଲା ୧୪ ବର୍ଷ ପୁରୁଣା। ଯେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା ଓ ବିହାରରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ। ୨୦୨୨ ମେ’ ୧୮ ତାରିଖରେ ସିବିଆଇ ମାମଲା ରୁଜୁ କରିଥିଲା।

ସିବିଆଇ ମୁତାବକ, ଲୋକଙ୍କୁ ପ୍ରଥମେ ବିକଳ୍ପ କର୍ମଚାରୀ ଭାବେ ରେଲୱେ ଗ୍ରୁପ୍‌ ଡି’ ପଦବୀରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ଜମି କିଣାବିକା ହୋଇଗଲା, ତାହାପରେ ଏହି କର୍ମଚାରୀଙ୍କୁ ପଦବୀରେ ସ୍ଥାୟୀ କରିଦିଆଗଲା। ଏହି ନିଯୁକ୍ତି ନେଇ କୌଣସି ସାଧାରଣ ବିଜ୍ଞାପନ ପ୍ରକାଶ କରାଯାଇନଥିଲା। ମାତ୍ର ଯେଉଁ ପରିବାରମାନେ ଲାଲୁଙ୍କ ପରିବାରକୁ ଜମି ଦେଇଥିଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ମୁମ୍ୱାଇ, ଜଗଦଲପୁର, କୋଲକାତା, ଜୟପୁର ଓ ହାଜିପୁରରେ ନିଯୁକ୍ତ କରାଯାଇଥିଲା।

Tejashwi Yadav CBI Bihar Lalu Prasad Yadav CBI Investigation