Advertisment

୧୨ ଘଣ୍ଟା ପରେ ସନ୍ଦୀପଙ୍କ ଘରୁ ବାହାରିଲା CBI, ମିଲିଲା ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ

ଗତକାଲି ୧୨ ଘଣ୍ଟା ଧରି କୋଲକାତା ବେଲେଘାଟରେ ଥିବା ସନ୍ଦୀପ ଘୋଷଙ୍କ ଘର, ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢାଉ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।

CBI Raid

CBI Raid

Advertisment

କୋଲକାତା ଅଭୟା କାଣ୍ଡ ମାମଲାରେ ଆଜି ଚଢ଼ାଉକୁ ଆହୁରି ଜୋରଦାର କରିପାରେ ସିବିଆଇ। ଗତକାଲି ଆର୍‌ଜି କର୍ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘର ସମେତ ୧୫ଟି ସ୍ଥାନରେ ସିବିଆଇ ରେଡ୍ ହୋଇଥିଲା। ଆଉ ଏଥିରୁ ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ ହୋଇଥିବା ସୂଚନା ମିଳିଛି।

Advertisment

ରେଡ୍ ବେଳେ ସିବିଆଇ ହାତରେ ବହୁତ କିଛି ଠୋସ୍‌ ପ୍ରମାଣ ମିଳିଛି। ସିବିଆଇ ହାତରେ ବହୁ କିଛି ଲାଗିଥିବା ସେ ଗଣମାଧ୍ୟମ ଆଗରେ କହିଛି। ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ସନ୍ଦୀପ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇର ଆଣ୍ଟି କରପ୍ସନ ୱିଙ୍ଗ। ଏହାପରେ ଗତକାଲି ୧୨ ଘଣ୍ଟା ଧରି କୋଲକାତା ବେଲେଘାଟରେ ଥିବା ସନ୍ଦୀପ ଘୋଷଙ୍କ ଘର, ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢାଉ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।

ମେଡିକାଲ କଲେଜର ପୂର୍ବତନ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ସଞ୍ଜୟ ବଶିଷ୍ଠଙ୍କ ଘର, ହସ୍ପିଟାଲ ପରିଚାଳନା ଓ ରୋଗୀ ସେବା ପାଇଁ ସାମଗ୍ରୀ ଯୋଗାଉଥିବା ସଂସ୍ଥାର କାର୍ଯ୍ୟାଳୟ ଏବଂ କର୍ମଚାରୀମାନଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ଆଜି ସିବିଆଇ ପୁଣି କିଛି ସ୍ଥାନରେ ରେଡ୍ କରିପାରେ ବୋଲି କୁହାଯାଉଛି।

Advertisment

ସେପଟେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରାୟର ଗତକାଲି ପଲିଗ୍ରାଫ ଟେଷ୍ଟ କରାଯାଇଛି। କୋଲକାତା ପ୍ରେସିଡେନ୍ସୀ ଜେଲରେ ହୋଇଛି ସଞ୍ଜୟର ପଲିଗ୍ରାଫ୍ ଟେଷ୍ଟ। ଆଜି ସଞ୍ଜୟର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ ଏବଂ ସିବିଆଇକୁ ଦେଇଥିବା ବୟାନକୁ ମେଳ କରାଯାଇପାରେ।

Cbi Raid Kolkata Rape-Murder Case EX-Principal Sandeep Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe