Advertisment

ଶେଷରେ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କଲା ବେଙ୍ଗଲ ପୁଲିସ୍‌

କୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଟିମ ବେଙ୍ଗଲ ପୁଲିସ୍‌ ମୁଖ୍ୟାଳୟରେ ପହଞ୍ଚି ଯାଇଥିଲା। କାଗଜପତ୍ର କାମ ପରେ ସନ୍ଧ୍ୟା ବେଳେ ପୁଲିସ୍‌ ବିଧିବଦ୍ଧ ଭାବେ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିଛି।

CBI

CBI

Advertisment

କୋର୍ଟଙ୍କ ତାଗିଦ ଓ ବହୁ ବାଦବିବାଦ ପରେ ନିଲମ୍ବିତ ଟିଏମସି ନେତା ଶେଖ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିଛି ବେଙ୍ଗଲ ପୁଲିସ୍‌। ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ଶାହଜାହାଁଙ୍କୁ ବେଙ୍ଗଲ ପୁଲିସ୍‌ ଗିରଫ କରିଥିଲା।

Advertisment

ତେବେ କଲିକତା ହାଇକୋର୍ଟ ଘଟଣାର ତଦନ୍ତ ସିବିଆଇକୁ ଦେବା ସହ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ କହିଥିଲେ। ମଙ୍ଗଳବାର ବେଙ୍ଗଲ ସରକାର ଏହାକୁ ଖାତିର କରି ନଥିଲେ। ବୁଧବାର ପୁଣି କଲିକତା ହାଇକୋର୍ଟ ବିରକ୍ତ ପ୍ରକାଶ କରିବା ସହ ଦିନ ୪.୧୫ ସୁଦ୍ଧା ଶାହଜାହାଁଙ୍କୁ ସିବିଆଇ ହେପାଜତରେ ଛାଡ଼ିବାକୁ କହିଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଟିମ ବେଙ୍ଗଲ ପୁଲିସ୍‌ ମୁଖ୍ୟାଳୟରେ ପହଞ୍ଚି ଯାଇଥିଲା। କାଗଜପତ୍ର କାମ ପରେ ସନ୍ଧ୍ୟା ବେଳେ ପୁଲିସ୍‌ ବିଧିବଦ୍ଧ ଭାବେ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିଛି। ଏଥିସହ ଦୁଇ ଦିନ ଧରି ବେଙ୍ଗଲ ପୁଲିସ୍‌ ଓ ସିବିଆଇ ମଧ୍ୟରେ ଚାଲିଥିବା ଛକାପଞ୍ଝାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Advertisment

ଅନ୍ୟପକ୍ଷରେ ଶେଖ ଶାହଜାହାଁ କେସ୍‌ରେ ଇଡି ୧୨.୭୮ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି। କେବଳ ଇଡି ଅଧିକାରୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ନୁହନ୍ତି ଶାହଜାହାଁ। ସେ ଦୀର୍ଘ ବର୍ଷ ହେଲାଣି ସନ୍ଦେଶଖାଲିରେ ରହୁଥିବା ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଆଗକୁ ନିର୍ବାଚନ ଥିବା ବେଳେ ଏବେ ଶାସକ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ଏହାକୁ ନେଇ ରାଜନୀତିକ ବୟାନବାଜୀ ଚାଲିଛି।

Sheikh Shahjahan Sheikh Shahjahan Arrested CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe