Advertisment

Karur Stampede: କରୁର ଦଳାଚକଟା: ବିଜୟଙ୍କୁ ୬ ଘଣ୍ଟା ଘାଣ୍ଟିଲେ ସିବିଆଇ

ବିଜୟଙ୍କ ପୂର୍ବରୁ କରୁର ଦଳା ଚକଟା ଘଟଣାରେ ସିବିଆଇର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଜେରା କରି ସାରିଛି। ସେହିପରି ତାମିଲନାଡୁର ପୂର୍ବତନ ଏଡିଜି(ଆଇନ ଶୃଙ୍ଖଳା) ଏସ ଡାଭିସନଙ୍କ ମଧ୍ୟ ହାଜର ହେବାକୁ ସମନ କରିଛି।

Vijya

ବିଜୟ

Advertisment

ଟିଭିକେ ମୁଖ୍ୟ ତଥା ଅଭିନେତା ବିଜୟଙ୍କୁ ୬ ଘଣ୍ଟା କାଳ ମାରାଥନ ଜେରା କରିଛି ସିବିଆଇ। ତାମିଲନାଡୁରର ଭୟଙ୍କର କରୁର ଦଳାଚକଟା(Karur Stampede 2025) ଘଟଣାରେ ବିଜୟଙ୍କୁ ଆଜି ସିବିଆଇ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଛି।

Advertisment

ଦଳାଚକଟା ଘଟଣାରେ ତାଙ୍କ ଦଳ କିମ୍ବା ଦଳର କୌଣସି କାର୍ଯ୍ୟକର୍ତ୍ତା ସାମିଲ ନଥିବା ବିଜୟ ବାରମ୍ବାର ଜେରା ବେଳେ ସିବିଆଇକୁ କହିଛନ୍ତି। ଏଥିସହ ଦଳାଚକଟା ପରେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ଥିବାରୁ ସେ ତୁରନ୍ତ ସଭା ସ୍ଥଳରୁ ଚାଲି ଯାଇଥିଲେ ବୋଲି ତଦନ୍ତକାରୀ ଅଧିକାରୀଙ୍କୁ କହିଛନ୍ତି। 

ସୂତ୍ର ଅନୁସାରେ, କରୁର ଦଳା ଚକଟା ଘଟଣାରେ ପୂର୍ବରୁ ମଧ୍ୟ ସିବିଆଇ ଅନେକ ଟିଭିକେ କାର୍ଯ୍ୟକର୍ତ୍ତାଙ୍କୁ ଜେରା କରିଥିଲା। ସେମାନେ ଯେଉଁ ସବୁ କଥା କହିଥିଲେ ଆଜି ବିଜୟ ସମାନ କଥା ଦୋହରାଇଛନ୍ତି। ଏବେ ଏହି ବୟାନଗୁଡ଼ିକୁ ବିଶ୍ଲେଷଣ କରାଯିବ ଓ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୁଲିସ୍‌ ଅଧିକାରୀମାନଙ୍କ ବୟାନ ସହ ମେଳ କରାଯିବ। ଘଟଣା ଦିନ ବିଜୟ ସଭା ସ୍ଥଳକୁ ଆସିବାରେ ଅନେକ ବିଳମ୍ବ କରିବାରୁ ପ୍ରବଳ ଭିଡ଼ ହୋଇଥିଲା ଓ ଏହାପରେ ଦଳାଚକଟା ଦେଖାଯାଇଥିଲା ବୋଲି ପୁଲିସ୍‌ ଅଧିକାରୀମାନେ ମତ ରଖିଥିଲେ।

Advertisment

୨୦୨୫ ସେପ୍ଟେମ୍ବର ୨୫ରେ କରୁର ଦଳା ଚକଟାରେ ୪୧ ଜଣଙ୍କ ଜୀବନ ଯାଇଥିଲା ଓ ୬୦ ଜଣ ଆହତ ହୋଇଥିଲେ। ଏହି ଘଟଣାର ତଦନ୍ତ ସିବିଆଇ କରୁଛି। ବିଜୟଙ୍କ ରାଲି ବେଳେ ଦଳାଚକଟା ହୋଇଥିବାରୁ ତାଙ୍କ ପକ୍ଷ ଜାଣିବାକୁ ସିବିଆଇ ତାଙ୍କୁ ସମନ କରିଥିଲା। ସମନ ଅନୁସାରେ ବିଜୟ ଦିନ ପ୍ରାୟ ୧୦.୩୦ରେ ଆଜି ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏଥିପାଇଁ ସିବିଆଇ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। 

ସିବିଆଇ ଅଫିସରେ କାଗଜପତ୍ର କାମ ଶେଷ ହେବା ପରେ ସିବିଆଇର ଦୁର୍ନୀତି ନିରୋଧ ଶାଖା ତାଙ୍କୁ ଜେରା ଆରମ୍ଭ କରିଥିଲା। ବିଜୟଙ୍କ ସହ ଟିଭିକେ ନେତା ଏ ଅର୍ଜୁନ ଓ ନିର୍ମଳ କୁମାର ମଧ୍ୟ ବିମାନ ଯୋଗେ ଦିଲ୍ଲୀ ଆସିଥିଲେ। ବିଜୟ ସିବିଆଇ ମୁଖ୍ୟାଳୟକୁ ଆସୁଥିବାରୁ ପ୍ରବଳ ଭିଡ଼ର ଆଶଙ୍କା ରହିଥିଲା।

ଏଥିପାଇଁ ଦିଲ୍ଲୀ ପୁଲିସ୍‌ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସବୁ ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସିବିଆଇ ଅଫିସରଆ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ତଥାପି ବିଜୟଙ୍କ କିଛି ପ୍ରଶଂସକ ସିବିଆଇ ଅଫିସ ବାହାରେ ଏକାଠି ହୋଇ ଭିଡ଼ କରିଥିଲେ। 

ବିଜୟଙ୍କ ପୂର୍ବରୁ କରୁର ଦଳା ଚକଟା ଘଟଣାରେ ସିବିଆଇର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଜେରା କରି ସାରିଛି। ସେହିପରି ତାମିଲନାଡୁର ପୂର୍ବତନ ଏଡିଜି(ଆଇନ ଶୃଙ୍ଖଳା) ଏସ ଡାଭିସନଙ୍କ ମଧ୍ୟ ହାଜର ହେବାକୁ ସମନ କରିଛି। କାରଣ ଏକଦା ସେ ଏହି ଘଟଣାର ତଦନ୍ତ କରୁଥିଲେ। 

Karur Stampede 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe