Advertisment

'ମହୁଆ ମାମଲାର ହେବ ସିବିଆଇ ତଦନ୍ତ'

ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Mahua Moitra

Mahua Moitra

Advertisment

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଦୁର୍ନୀତି ନିବାରଣ ପ୍ୟାନେଲ ଏହି ମାମଲାରେ ଏବେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଦାବି କରିଛନ୍ତି। ସେ ସୋଶାଲ ମିଡିଆରେ ଏନେଇ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।

Advertisment

ସୋଶାଲ ମିଡିଆ ପୋଷ୍ଟ 'X'ରେ ସେ ଲେଖିଛନ୍ତି, 'ମୋର ଅଭିଯୋଗ ପରେ ଲୋକପାଳ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ସମ୍ପର୍କୀ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।'

ଦୁହେଁ ହିଁ ମହୁଆ ମୋଇତ୍ରାଙ୍କୁ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ଆଣିଥିଲେ। ସେ ଏହି ପ୍ରସଙ୍ଗରେ ଆଇଟି ମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ। ନିଶିକାନ୍ତ ଦୁବେ ବର୍ତ୍ତମାନ ଝାଡ଼ଖଣ୍ଡର ଗୋଡାରୁ ବିଜେପି ସାଂସଦ ଅଛନ୍ତି। ଅନ୍ୟପଟେ ମହୁଆ ମୋଇତ୍ରା ପଶ୍ଚିମବଙ୍ଗର କୃଷ୍ଣନଗରରୁ ଟିଏମସି ସାଂସଦ ଅଛନ୍ତି।

Advertisment

ସୂଚନା ମୁତାବକ, ମହୁଆ ମୋଇତ୍ରାଙ୍କ ବିରୋଧରେ ଗୌତମ ଆଦାନୀ ଗ୍ରୁପ ଠାରୁ ଆରମ୍ଭ କରି ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ରହିଛି। ଏହି ପରିପ୍ରେକ୍ଷୀରେ ନିଶିକାନ୍ତ ଦୁବେ ଓମ ବିର୍ଲାଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇଥିଲେ।

ଏହି ପ୍ରସଙ୍ଗରେ ସଂସଦର ଏଥିକ୍ସ କମିଟି ନିଶିକାନ୍ତ ଦୁବେ ଏବଂ ମହୁଆ ମୋଇତ୍ରାଙ୍କ ପୂର୍ବତନ ସହଯୋଗୀ ଜୟ ଅନନ୍ତ ଦେହଦରାଙ୍କୁ ପ୍ରଶ୍ନ କରିଥିଲେ। ଏହା ପରେ ସେ ମହୁଆଙ୍କ ମଧ୍ୟ ଡାକିଥିଲେ, କିନ୍ତୁ କମିଟିରେ ହାଜର ହେବା ପରେ ସେଠାରେ ହଙ୍ଗାମା ଉପୁଜି ଥିଲା। ଜଣେ ସ୍ତ୍ରୀ ଲୋକଙ୍କୁ ତାଙ୍କ ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଉଥିବା ଅଭିଯୋଗ କରି ବିରୋଧୀ ସଦସ୍ୟ ମହୁଆଙ୍କୁ ସାଙ୍ଗରେ ନେଇ ଏଥିକ୍ସ କମିଟିର ପ୍ୟାନେଲରୁ ଓ୍ୱାକ୍‌ ଆଉଟ୍‌ କରିଥିଲେ।

Mahua Moitra Mahua Moitra Bribe Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe