Advertisment

ରାଜଧାନୀରେ ପିଲା ଚୋରି ରାକେଟ ସକ୍ରିୟ, ୮ ନବଜାତ ଉଦ୍ଧାର

ରାଜଧାନୀ ଦିଲ୍ଲୀରେ ସକ୍ରିୟ ଅଛି ପିଲା ଚୋରି ରାକେଟ୍‌। ଏହି ରାକେଟ ମୁଖ୍ୟତଃ ହସ୍ପିଟାଲମାନଙ୍କୁ ଟାର୍ଗେଟ କରୁଛି।

author-image
Niharika Rout
ଅଦ୍ୟତନ ହୋଇଛି
Rescue

Rescue

ରାଜଧାନୀ ଦିଲ୍ଲୀରେ ସକ୍ରିୟ ଅଛି ପିଲା ଚୋରି ରାକେଟ୍‌। ଏହି ରାକେଟ ମୁଖ୍ୟତଃ ହସ୍ପିଟାଲମାନଙ୍କୁ ଟାର୍ଗେଟ କରୁଛି। ହସ୍ପିଟାଲରୁ ନବଜାତକଙ୍କୁ ଚୋରି କରି ବିକ୍ରି କରାଯାଉଥିବା ଅଭିଯୋଗ ହୋଇ ଆସୁଛି।

Advertisment

ସିବିଆଇ ଚାଇଲ୍ଡ ଟ୍ରାଫିକିଂର ମାମଲାର ଖୋଳତାଡ଼ କରି ନବଜାତକଙ୍କୁ ଉଦ୍ଧାର କରି ସାରିଲାଣି। ଗତକାଲି ଏକ ଘରୁ ୨ ନବଜାତଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ଏହି ମାମଲାରେ ସିବିଆଇ କିଛି ମହିଳା, ପୁରୁଷଙ୍କୁ ଗିରଫ କରିଥିବା ଜଣାଯାଇଛି।

ଦିଲ୍ଲୀରେ ପିଲା ଚୋରି ମାମଲା ବଢ଼ିଥିବା ନେଇ ଅଭିଯୋଗ ହେବା ପରେ ସିବିଆଇ ଏହି ମାମଲାର ଛାନଭିନ ଆରମ୍ଭ କରିଥିଲ। ଇତି ମଧ୍ୟରେ ଗତକାଲିଠୁ ସିବିଆଇ ଟିମ୍‌ ବିଭିନ୍ନ ସ୍ଥାନରେ ରେଡ କରି ସାରିଲାଣି। ଚଢ଼ାଉ ସମୟରେ ସିବିଆଇ ଟିମ୍‌ ଏକ ଘରୁ ଦୁଇ ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି।

Advertisment

ପ୍ରାଥମିକ ତଦନ୍ତରୁ ନବଜାତକଙ୍କୁ ଚୋରି କରି ବିକ୍ରି କରାଯାଉଥିବା ବେଳେ ଏହା ପଛରେ ରାକେଟ ସକ୍ରିୟ ଥିବା ଜଣାଯାଇଛି। ସିବିଆଇ ଟିମ୍‌ ଛୁଆ ବିକ୍ରି କରୁଥିବା ମହିଳା ଓ କିଣୁଥିବା ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରୁଛି। ଏହି ଗ୍ୟାଙ୍ଗ ବିଭିନ୍ନ ହସ୍ପିଟାଲରୁ ନବଜାତକଙ୍କୁ ଚୋରି କରି ସେମାନଙ୍କୁ ବିକ୍ରି କରୁଥିଲେ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବହୁ ମହିଳା, ପୁରୁଷ ଓ ହସ୍ପିଟାଲର ୱାର୍ଡ ବୟ ବି ସମ୍ପୃକ୍ତ ଥିବା ଜଣାଯାଇଛି।

Delhi Child Trafficking