Advertisment

ନିଟ୍‌ ପେପର ଲିକ୍‌: ପ୍ରଥମ ଥର ବିହାରରୁ ୨ ଜଣଙ୍କୁ ବାନ୍ଧିଲା ସିବିଆଇ

ଗିରଫ ହୋଇଥିବା ମନୀଷ କୁମାର ପେପର ଲିକ୍‌ର ଅନ୍ୟତମ କାର୍ପଟଦାର ବୋଲି କୁହାଯାଉଛି। କାରଣ ଦୁର୍ନୀତିରେ ସାମିଲ ଥିବା ଏକାଧିକ ଶିକ୍ଷାର୍ଥୀଙ୍କ ପାଇଁ ମନୀଷ ହିଁ ପାଟନାରେ ରୁମ ବୁକିଂ କରିଥିଲା।

NEET

NEET

Advertisment

ପୂରା ଦେଶରେ ହଇଚଇ ସୃଷ୍ଟି କରିଥିବା ନିଟ-ୟୁଜି ପେପର ଲିକ୍‌ ମାମଲାରେ ସିବିଆଇ ଗ୍ରହଣ କରିଛି ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ସିବିଆଇ ପ୍ରଥମଥର ପାଇଁ ଗିରଫଦାରୀ କରିଛି। ସିବିଆଇ ପକ୍ଷରୁ ବିହାରର ପାଟଣାରୁ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମନୀଷ କୁମାର ଓ ଆଶୁତୋଷ କୁମାର।

Advertisment

ମିଳିଥିବା ସୂଚନା ଅନୁସାରେ, ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇ ସିବିଆଇ ରିମାଣ୍ଡରେ ମଧ୍ୟ ନେଇଛି। ଗିରଫ ହୋଇଥିବା ମନୀଷ କୁମାର ପେପର ଲିକ୍‌ର ଅନ୍ୟତମ କାର୍ପଟଦାର ବୋଲି କୁହାଯାଉଛି। କାରଣ ଦୁର୍ନୀତିରେ ସାମିଲ ଥିବା ଏକାଧିକ ଶିକ୍ଷାର୍ଥୀଙ୍କ ପାଇଁ ମନୀଷ ହିଁ ପାଟନାରେ ରୁମ ବୁକିଂ କରିଥିଲା।

ସେ ନିଜ କାରରେ ପିଲାମାନଙ୍କୁ ନେବା ସହ ଖାଲି ରହିଥିବା ଗୋଟିଏ ସ୍କୁଲରେ ସେମାନଙ୍କୁ ରଖିଥିଲା। ସେଠାରେ ପିଲାମାନଙ୍କୁ ନିଟ ପ୍ରଶ୍ନପତ୍ର ସହ ଉତ୍ତର ମଧ୍ୟ ଯୋଗାଇ ଦିଆଯାଇଥିଲା। ତେଣୁ ସିବିଆଇ ତାଙ୍କୁ ଗିରଫ କରିଛି। ଆଶୁତୋଷ କୁମାର ମଧ୍ୟ ନିଜ ଘରେ କିଛି ପିଲାମାନଙ୍କର ରହିବାର ଦାୟିତ୍ୱ ତୁଲାଇ ଥିଲା।

Advertisment

ନିଟ୍‌ ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ ମାର୍କ ରଖି ଟପ୍‌ କରିବା ପରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ବିକ୍ଷୋଭ ହେଉଥିବା ବେଳେ ଘଟଣାର ତଦନ୍ତ ପାଇଁ ସିବିଆଇ ସ୍ୱତନ୍ତ୍ର ଟିମ ଗଠନ କରିଥିଲା।

ସିବିଆଇର ସ୍ୱତନ୍ତ୍ର ଟିମ ଏବେ ବିହାରରୁ ୨ ଜଣଙ୍କୁ ଗିରଫ କରିଛି। ସୋମବାର ନିଟ ପେପର ଲିକର ତଦନ୍ତ ଦାୟିତ୍ୱ କେନ୍ଦ୍ର ସରକାର ସିବିଆଇକୁ ହସ୍ତାନ୍ତର କରିଥିଲେ।

CBI NEET NEET Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe