ସିବିଆଇ ପିଞ୍ଜରାବଦ୍ଧ ଶୁଆ ନୁହେଁ ବୋଲି ପ୍ରଦର୍ଶନ କରୁ, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ?

କେଜ୍ରିୱାଲଙ୍କୁ ଆଜି ଜାମିନ ଦେବା ପରେ ସୁପ୍ରିମକୋର୍ଟ ସିବିଆଇର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅଧୀନରେ ଥିବା ସିବିଆଇ ପିଞ୍ଜରା ଭିତରରେ କଏଦୀ ହୋଇ ରହିଥିବା ଶୁଆ ନୁହେଁ ବୋଲି ନିଜ ଆଚରଣ ଦ୍ୱାରା ସମସ୍ତଙ୍କୁ ପ୍ରଦର୍ଶିତ କରୁ ବୋଲି ବିଚାରପତି ଭୂୟାଁ ମତ ରଖିଛନ୍ତି।

arvind Kejriwal

ଅରବିନ୍ଦ କେଜ୍ରିୱାଲ (ଫାଇଲ ଫଟୋ)

Hemant Lenka
  • Published: Friday, 13 September 2024
  • Updated: 13 September 2024, 04:22 PM IST

ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଜାମିନ ମିଳିଛି। ତାଙ୍କୁ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଜାମିନ ଦେଇଛନ୍ତି। ଜାମିନ ମିଳିଥିବାରୁ ସେ ଆଜି ସନ୍ଧ୍ୟା ସୁଦ୍ଧା ଜେଲରୁ ବାହାରିବେ। ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମେ ଇଡି ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ଏହା ପରେ ଜୁନ୍ ୨୬ରେ ସିବିଆଇ ତାଙ୍କୁ ଅବକାରୀ ନୀତି ସହ ଗୋଟିଏ ଦୁର୍ନୀତି ମାମଲାରେ ଗିରଫ କରିଥିଲା।

ତେବେ କେଜ୍ରିୱାଲଙ୍କୁ ଆଜି ଜାମିନ ଦେବା ପରେ ସୁପ୍ରିମକୋର୍ଟ ସିବିଆଇର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ସିବିଆଇ ପିଞ୍ଜରା ଭିତରରେ କଏଦୀ ହୋଇ ରହିଥିବା ଶୁଆ ନୁହେଁ ବୋଲି ନିଜ ଆଚରଣ ଦ୍ୱାରା ସମସ୍ତଙ୍କୁ ପ୍ରଦର୍ଶିତ କରୁ ବୋଲି ବିଚାରପତି ଭୂୟାଁ ମତ ରଖିଛନ୍ତି।

କେଜ୍ରିୱାଲଙ୍କୁ ଜାମିନ ଦେବା ବେଳେ କ’ଣ କହିଲେ ସୁପ୍ରିମକୋର୍ଟ?

Also Read

୧- କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବା ବେଳେ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, "ଦୀର୍ଘ ଦିନ ଜେଲରେ ରହିବା ସ୍ୱତନ୍ତ୍ରତା ପାଇଁ ଗୋଟିଏ ସମସ୍ୟା। କୋର୍ଟ ସାଧାରଣତଃ ସ୍ୱତନ୍ତ୍ରତା ସପକ୍ଷରେ ରୁହନ୍ତି। ଆମେ ଅରବିନ୍ଦ କେଜ୍ରିୱାଲଙ୍କୁ ୧୦ ଲକ୍ଷ ଟଙ୍କା ବଣ୍ଡ ବଳରେ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଉଛୁ।”

୨- ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, ଗୋଟିଏ ବିକଶିତ ସମାଜ ପାଇଁ ଜାମିନ ଉପରେ ଗୋଟିଏ ବିକଶିତ ନ୍ୟାୟପାଳିକାର ଆବଶ୍ୟକତା ରହିଛି। ବିଚାର ସମୟରେ ଅଭିଯୁକ୍ତକୁ ଦୀର୍ଘ ସମୟ ଧରି ଜେଲ ଭିତରେ ରଖାଯିବା ଠିକ ନୁହେଁ। କୋର୍ଟଙ୍କ ପୂର୍ବ ରାୟରେ ମଧ୍ୟ ଏହାକୁ ସ୍ୱୀକୃତି ମିଳିଛି। ଯେତେବେଳେ ବିଚାର ପ୍ରକ୍ରିୟା ଟ୍ରାକରୁ ହଟି ଯାଏ ସେତେବେଳେ କୋର୍ଟ ସ୍ୱତନ୍ତ୍ରତା ଉପରେ ଫୋକସ କରନ୍ତି। ଏହାପରେ ଆମେ ଧାରା ୨୧ ଉପରେ ଆଲୋଚନା କରିଛୁ।

୩- ସିବିଆଇର ଗିରଫଦାରୀକୁ ବେଆଇନ ଦର୍ଶାଇ ଏହା ରଣନୀତି ଆଧାରରେ କରାଯାଇଥିବା କେଜ୍ରିୱାଲ ଦାବି କରିଥିଲେ। କିନ୍ତୁ ଜଷ୍ଟିସ ସୂର୍ଯ୍ୟକାନ୍ତ ଗିରଫଦାରୀ ଆଦୌ ବେଆଇନ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି, ଅନ୍ୟ କୌଣସି ମାମଲାରେ ପୂର୍ବରୁ ଜେଲରେ ଥିବା ଜଣେ ବ୍ୟକ୍ତିଙ୍କୁ ତଦନ୍ତ ଆଳରେ ଆଉ ଗୋଟିଏ ମାମଲାରେ ଗିରଫ କରିବାର କୌଣସି ପ୍ରତିବନ୍ଧକ ନାହିଁ। ସିବିଆଇ ଏହାର ଆବେଦନପତ୍ରରେ ଉଲ୍ଲେଖ କରିଛି ଯେ ଗିରଫଦାରୀର କାହିଁକି ଆବଶ୍ୟକ ଥିଲା।

୪- ଜାମିନ ପ୍ରଦାନ କରିବା ବେଳେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଏହି ମାମଲାରେ ସର୍ବସାଧାରଣରେ ମତ ରଖିପାରିବେ ନାହିଁ। ସେ ଟ୍ରାଏଲ କୋର୍ଟରେ ସମସ୍ତ ଶୁଣାଣି ପାଇଁ ଉପସ୍ଥିତ ରହିବେ। ଇଡି ମାମଲାରେ ଜାମିନ ଦେବା ବେଳେ ଲାଗୁ ହୋଇଥିବା ସର୍ତ୍ତ ମଧ୍ୟ ତାଙ୍କ ଉପରେ ଲାଗୁ ହେବ।

୫- ସିବିଆଇ ଗିରଫଦାରୀର ଆଇନଗତ ବୈଧତା ନେଇ ଖଣ୍ଡପୀଠ ମଧ୍ୟରେ ମତପାର୍ଥକ୍ୟ ରହିଛି। ଦୁଇ ବିଚାରପତି ପୃଥକ ମତ ଦେଇଥିଲେ ହେଁ ସର୍ବସମ୍ମତରେ ମାମଲାର ଶୁଣାଣି ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ସିବିଆଇ ଗିରଫଦାରୀ ବେଆଇନ ନୁହେଁ ବୋଲି କହିଥିଲେ ହେଁ ଜଷ୍ଟିସ ଭୂୟାଁ ସିବିଆଇ ଦ୍ୱାରା ଗିରଫଦାରୀ ଉତ୍ତର ଅପେକ୍ଷା ଅଧିକ ପ୍ରଶ୍ନ ଉଠାଇଛି ବୋଲି କହିଛନ୍ତି।

୬- ଜଷ୍ଟିସ ଭୂୟାଁ କହିଛନ୍ତି, ସିବିଆଇ ଦ୍ୱାରା ଗିରଫଦାରୀ ଉତ୍ତର ଅପେକ୍ଷା ଅଧିକ ପ୍ରଶ୍ନ ଉଠାଇଛି। ସିବିଆଇ ତାଙ୍କୁ ଗିରଫ କରିବାର ଆବଶ୍ୟକତା ଅନୁଭବ କରି ନ ଥିଲା ଓ ଏଥିପାଇଁ ତାଙ୍କୁ ୨୦୨୩ ମାର୍ଚ୍ଚ ମାସରେ କେବଳ ଜେରା କରିଥିଲା। ଇଡିର ଗିରଫଦାରୀରୁ ଜାମିନ ମିଳିବା ପରେ ହିଁ ସିବିଆଇ ହଠାତ ସକ୍ରିୟ ହୋଇଥିଲା ଓ କେଜ୍ରିୱାଲଙ୍କୁ ହେପାଜତକୁ ନେବାକୁ ଚାହିଁଥିଲା। ହେଲେ ଏହାପୂର୍ବରୁ ୨୨ ମାସ ଧରି ତାଙ୍କୁ ଗିରଫ କରିବାର ଆବଶ୍ୟକତା ପଡ଼ି ନଥିଲା। ସବିଆଇର ଏପରି ପଦକ୍ଷେପ ଓ ଗିରଫଦାରୀର ସମୟ ଅନେକ ପ୍ରଶ୍ନ ଉଠାଇଛି। ଇଡି ମାମଲାରେ ମିଳିଥିବା ଜାମିନକୁ ବିଳମ୍ବିତ କରିବା ପାଇଁ ସିବିଆଇ ତାଙ୍କୁ ଗିରଫ କରିଥିଲା।

୭- ଜଷ୍ଟିସ ଭୂୟାଁ ଆହୁରି କହିଛନ୍ତି, ସିବିଆଇ ଦୂରଦୃଷ୍ଟି ସମ୍ପନ୍ନ ହେବା ଦରକାର। ସବୁ ପ୍ରକାରର କଥାକୁ ନିଶ୍ଚିତ କରାଯିବା ଉଚିତ। ଗୋଟିଏ ଦେଶରେ ଧାରଣାର ଗୁରୁତ୍ୱ ରହିଛି ଓ ସିବିଆଇ ପଞ୍ଜୁରୀ ଭିତରର ଶୁଆ ବୋଲି ସୃଷ୍ଟି ହୋଇଥିବା ଧାରଣାକୁ ଦୂର କରିବା କଥା। ସିବିଆଇ ପିଞ୍ଜରା ଭିତରର ଶୁଆ ନୁହେଁ ବୋଲି ପ୍ରଦର୍ଶନ କରୁ। ସିବିଆଇ ସନ୍ଦେହରୁ ଊର୍ଦ୍ଧ୍ୱରେ ରହିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story