Advertisment

ଓଡ଼ିଶା ଟ୍ରେନ ଟ୍ରାଜେଡି: ସିବିଆଇ ତଦନ୍ତରୁ କିଛି ଫାଇଦା ମିଳିବନି କହିଲେ ମମତା ବାନାର୍ଜୀ

ସିବିଆଇ ଘଟଣା ପଛର କାରଣ ଖୋଜିବାକୁ ଥିବା ବେଳେ ଏଥିରୁ କୌଣସି ପ୍ରକାରର ଫାଇଦା ବା ଫଳ ମିଳିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

Mamata

Mamata

Advertisment

ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଓ ଭୟଙ୍କର ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ। ଏନେଇ ରେଳବାଇ ବୋର୍ଡ ସୁପାରିସ କରିଛି। ବାଲେଶ୍ୱରର ବାହାନଗାରେ ଘଟିଥିବା ଟ୍ରିପଲ ଟ୍ରେନ ଟ୍ରାଜେଡିରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ସିବିଆଇ ଘଟଣା ପଛର କାରଣ ଖୋଜିବାକୁ ଥିବା ବେଳେ ଏଥିରୁ କୌଣସି ପ୍ରକାରର ଫାଇଦା ବା ଫଳ ମିଳିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଶାଲିମାରରୁ ଚେନ୍ନାଇ ଯାଉଥିଲା। ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅଧିକାଂଶ ଲୋକ ପ୍ରାଣ ହରାଇବା ସହ ଆହତ ହୋଇଛନ୍ତି। କିଛି ଆହତ ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ରହିଥିବା ବେଳେ ଆଉ କିଛି କୋଲକାତାରେ ଥିବା ଏସଏସକେଏମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ଆଜି ଏସଏସକେଏମ ହସ୍ପିଟାଲକୁ ଯାଇ ମମତା ଆହତଙ୍କୁ ଭେଟିଥିଲେ। ଏହାପରେ ସେ ସିବିଆଇ ତଦନ୍ତକୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି, “ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା ବେଳେ ମୁଁ ମଧ୍ୟ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଥିଲି। ୧୨ ବର୍ଷ ତଳେ ସିବିଆଇ ଏହାର ତଦନ୍ତ କରିଥିଲା। କିନ୍ତୁ ଏହାର କୌଣସି ଫଳ ମିଳିଲା ନାହିଁ।

ମୁଁ ସୈନଥିଆ ଦୁର୍ଘଟଣାକୁ ମଧ୍ୟ ସିବିଆଇକୁ ଦେଇଥିଲି। ଏହାର ମଧ୍ୟ ରେଜଲ୍ଟ ମିଳି ନଥିଲା। ସିବିଆଇ ଅପରାଧିକ ମାମଲାର ତଦନ୍ତ କରେ। ଏହା ଏକ ଦୁର୍ଘଟଣାଜନିତ ମାମଲା। ରେଳବାଇ ସୁରକ୍ଷା କମିଶନ ଏଠାରେ ରହିଛି। ସେମାନେ ପ୍ରଥମେ ଏହାର ତଦନ୍ତ କରନ୍ତି।

ଆମେ ଚାହୁଁଛୁ ସତ କ’ଣ ଲୋକମାନେ ଜାଣନ୍ତୁ। ସତକୁ ଚାପି ଦେବାର ସମୟ ଏବେ ନୁହେଁ। ଯେଉଁମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି, ସେମାନଙ୍କ କଥା ଥରେ ଭାବନ୍ତୁ।”

ଚିହ୍ନଟ ହୋଇପାରୁ ନଥିବା ମୃତକଙ୍କ ପରିବାର ଲୋକଙ୍କୁ ଖୋଜିବା ଏବେ ପ୍ରଥମ କାମ ବୋଲି ଦିଦି କହିଛନ୍ତି। ସେ କହିଛନ୍ତି, “ଏବେ ବି ଅନେକ ଲୋକଙ୍କ ମୃତଦେହ ଚିହ୍ନଟ ହୋଇପାରିନି। ମୋ ସୂଚନା ଅନୁସାରେ ଏବେ ବି ୧୨୦ଟି ମୃତଦେହ ଚିହ୍ନଟ ହୋଇନି। ସେମାନଙ୍କୁ ପ୍ରଥମେ ଏହି କାମ ଶେଷ କରିବାକୁ ଦିଆଯାଉ।”

ହସ୍ପିଟାଲରେ ମମତା ବାନାର୍ଜୀ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସେ ବାହାନଗାରେ ଘଟିଥିବା ଦୁର୍ଘଟଣାକୁ ଶତାବ୍ଦୀର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି ମଧ୍ୟ କହିଛନ୍ତି।

ଦିଦି କହିଛନ୍ତି, “ମୁଁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଆହତଙ୍କୁ ଭେଟିଛି। ଜଣେ ହାତ ହରାଇଥିବା ବେଳେ ଆଉ ଜଣେ ଗୋଡ଼ ହରାଇଛନ୍ତି। ବାକି ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।

ଆସନ୍ତାକାଲି ମୁଁ କଟକ ଯିବି। ସେଠାରେ ୫୩ ଜଣ ଆହତ ଆଡମିଟ ହୋଇଛନ୍ତି। ଆମ ରାଜ୍ୟକୁ ଏଯାଏ ୭୬ଟି ମୃତଦେହ ଆସିଛି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୦୬ ଜଣ ଚିକିତ୍ସିତ ହେଉଛନ୍ତି। କେବଳ ମେଦିନିପୁରରେ ୬୬ ଜଣ ଚିକିତ୍ସିତ ଅଛନ୍ତି।”

Odisha Mamata Banerjee Train Accident Train Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe