Advertisment

ମହୁଆଙ୍କ ଘରେ ପଶିଲା ସିବିଆଇ

ମହୁଆଙ୍କ କୋଲକାତା ସ୍ଥିତ ଘର ସମେତ ଅନେକ ଠିକଣା ଉପରେ ଏକକାଳୀନ ରେଡ୍‌ କରିଛି ସିବିଆଇ।

author-image
Madhupriya Mistry
ଅଦ୍ୟତନ ହୋଇଛି
Mahua Moitra

Mahua Moitra

ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ଘରେ ପଶିଲା ସିବିଆଇ। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା ସିବିଆଇ ତାଙ୍କ ଘରେ ଆଜି ଚଢ଼ାଉ କରିଛି। ମହୁଆଙ୍କ କୋଲକାତା ସ୍ଥିତ ଘର ସମେତ ଅନେକ ଠିକଣା ଉପରେ ଏକକାଳୀନ ରେଡ୍‌ କରିଛି ସିବିଆଇ।

Advertisment

ଦୁର୍ନୀତି ନିବାରଣ ସଂସ୍ଥା ଲୋକପାଲଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ସିବିଆଇ ଗୁରୁବାର ଦିନ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏହାପରେ ଆଜି ତାଙ୍କର ଘର ସମେତ ଅନେକ ଠିକଣା ଉପରେ ରେଡ୍‌ କରିଛି।

ବଜେପି ସାଂସଦ ନୀଶିକାନ୍ତ ଦୁବେ ମହୁଆଙ୍କ ବିରୋଧରେ ସଂସଦରେ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ଆଣିଥିଲେ। ଏହାପରେ ସିବିଆଇ ଏହାର ଯାଞ୍ଚ କରିଥିଲା। ଯାଞ୍ଚରୁ ମିଳିଥିବା ତଥ୍ୟ ପରେ ଲୋକପାଳ ଏଜେନ୍ସି ଦ୍ୱାରା ସିବିଆଇକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ସମସ୍ତ ଦିଗ ଯାଞ୍ଚ କରିବା ପରେ ୬ ମାସ ମଧ୍ୟରେ ଏହି ମାମଲାରେ ସବିଶେଷ ତଥ୍ୟ ଦାଖଲ କରିବାକୁ ଲୋକପାଲ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କହିରଖୁ, ଅନୈତିକ ଆଚାରଣ ପାଇଁ ଗତ ବର୍ଷ ଡିସେମ୍ବରରେ ଲୋକସଭାରୁ ମହୁଆ ମୋଇତ୍ରାଙ୍କୁ ବହିଷ୍କାର କରାଯାଇଥିଲା। ପୂର୍ବତନ ସାଂସଦ ସୁପ୍ରିମକୋର୍ଟରେ ତାଙ୍କୁ ବହିଷ୍କାରକୁ ଚ୍ୟାଲେଞ୍ଜ କରିଛନ୍ତି। ଏଥିର ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର କୃଷ୍ଣନଗର ଲୋକସଭା ଆସନରୁ ଟିଏମସି ପ୍ରାର୍ଥୀ କରିଛି। 

TMC Cbi Raid Mahua Moitra Mahua Moitra Bribe Case