ଦୁର୍ନୀତି ଅଭିଯୋଗ ଆଣିଥିଲେ ସତ୍ୟପାଲ ମଲିକ, ତାଙ୍କରି ସହଯୋଗୀମାନଙ୍କ ଠିକଣାରେ ସିବିଆଇ ରେଡ୍‌

ନିଜେ ସତ୍ୟପାଳ ମଲିକ ଏହି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ଏଥିସହ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବା ବେଳେ ପ୍ରକଳ୍ପର ଲାଇସେନ୍ସ ବାତିଲ କରିଥିଲେ।

ସତ୍ୟପାଳ ମଲିକ (ଫାଇଲ ଫଟୋ)

  • Published: Wednesday, 17 May 2023
  • , Updated: 17 May 2023, 08:05 PM IST

ଦିଲ୍ଲୀ ଓ ରାଜସ୍ଥାନ ସମେତ ୧୨ଟି ଠିକଣାରେ ରେଡ୍‌ କରିଛି ସିବିଆଇ। ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଲ ସତ୍ୟପାଲ ମଲିକଙ୍କ ୩ ସହଯୋଗୀଙ୍କ ଘରେ ମଧ୍ୟ ସିବିଆଇ ଛାନଭିନ କରିଛି। ଶ୍ରୀ ମଲିକଙ୍କ ପୂର୍ବତନ ପ୍ରେସ ସଚିବ, ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ବ୍ୟକ୍ତିଗତ ସହାୟକଙ୍କ ଠିକଣାରେ ଏପରି ରେଡ୍‌ ହୋଇଛି।

କିରୁ ହାଇଡ୍ରୋ ଇଲେକ୍ଟ୍ରିସିଟି ପାୱାର ପ୍ରକଳ୍ପ ଦୁର୍ନୀତି ଘଟଣାରେ ସିବିଆଇ ଏପରି ପଦକ୍ଷେପ ନେଇଛି। ନିଜେ ସତ୍ୟପାଳ ମଲିକ ଏହି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ଏଥିସହ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବା ବେଳେ ପ୍ରକଳ୍ପର ଲାଇସେନ୍ସ ବାତିଲ କରିଥିଲେ। ହେଲେ ଏବେ ତାଙ୍କରି ସହଯୋଗୀଙ୍କ ଘରେ ସିବିଆଇ ରେଡ୍‌ କରିବା ସମସ୍ତଙ୍କୁ ଚକିତ କରିଛି। 

ସତ୍ୟପାଲଙ୍କ ପ୍ରେସ ସଚିବ ଭାବେ ସୁନକ ବାଲି, ସିଏ ଭାବେ ଭିଏସ୍‌ ରାଣା ଓ ପିଏ ଭାବେ କେଏସ ରାଣା କାମ କରୁଥିଲେ। ସିବିଆଇ ଆଜି ଦିଲ୍ଲୀର ୧୦ଟି ଓ ରାଜସ୍ଥାନର ୨ଟି ସ୍ଥାନରେ ରେଡ୍‌ କରିଛି।

ତେବେ ୩ ପୂର୍ବତନ ସହଯୋଗୀଙ୍କ ଦିଲ୍ଲୀ ସ୍ଥିତ ଘର ଓ ଅନ୍ୟାନ୍ୟ ସ୍ଥାନରେ ଏପରି ରେଡ୍‌କୁ ସତ୍ୟପାଲ ମିଲିକ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ପୂରା ଘଟଣାରେ ଅଭିଯୋଗକାରୀଙ୍କୁ ସିବିଆଇ ହଇରାଣ କରିବା ଦୁର୍ଭାଗ୍ୟଜନକ। ସୁନକ ବାଲି କୌଣସି ସରକାରୀ ଦରମା ନ ନେଇ ମୋ ପ୍ରେସ ପରାମର୍ଶଦାତା/ସଚିବ ଭାବେ କାମ କରୁଥିଲେ।”

Related story