Advertisment

କୋଲକାତା ହରର୍‌: ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍‌

ସନ୍ଦୀପ ଘୋଷଙ୍କ ଘର ସମେତ କୋଲକାତାର ୧୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି।

CBI raid on Sandeep Ghose House

CBI raid on Sandeep Ghose House

Advertisment

କୋଲକାତା ଆର୍‌ଜି କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ। ତାଙ୍କ ଘରେ ଆଜି ରେଡ୍ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।

Advertisment

ବେଲେଘାଟରେ ଥିବା ସନ୍ଦୀପ ଘୋଷଙ୍କ ଘର ସମେତ କୋଲକାତାର ୧୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ସନ୍ଦୀପ ଘୋଷଙ୍କ ଘର ବ୍ୟବତୀତ ସିବିଆଇର ଏକ ଟିମ୍‌ ଆର୍‌ ଜି କର ହସ୍ପିଟାଲ ଫରେନ୍ସିକ୍‌ ଡିପାର୍ଟମେଣ୍ଟର ଡକ୍ଟର ଦେବାଶିଷ ସୋମଙ୍କ ଘରେ ମଧ୍ୟ ପହଞ୍ଚିଛି।

ଦେବଶିଷ ସୋମ ସନ୍ଦୀପ ଘୋଷଙ୍କ ଅତି ନିକଟତର। ଦେବଶିଷଙ୍କ ଘର କୋଲକାତାର କେଶଟୋପୁରରେ ଅଛି। ଆରଜି କର ହସ୍ପିଟାଲରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ସିବିଆଇ ଟିମ୍ ତାଙ୍କ ଘରେ ମଧ୍ୟ ଚଢ଼ାଉ କରିଛି। ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ଗତକାଲି ସନ୍ଦୀପ ଘୋଷ ବିରୋଧରେ ଆଣ୍ଟି କରନପସନ୍ ୱିଙ୍ଗ ମାମଲା ଦାୟର କରିଥିଲା। ଏହାପରେ ତାଙ୍କ ଗିରଫ ସମ୍ଭାବନା ବଢ଼ିଛି।

Advertisment

ସେପଟେ ଆଜି ସଞ୍ଜୟ ପଲିଗ୍ରାଫ୍ ଅର୍ଥାତ ଲାଇ ଡିଟେକସନ୍ ଟେଷ୍ଟ ହୋଇପାରେ। ଯେଉଁଥିପାଇଁ ପ୍ରେସିଡେନ୍ସି ଜେଲରେ ସବୁ ପ୍ରକାର ବ୍ୟବସ୍ଥା ସରିଛି। CBI, CFSL, କୋଲକାତା ଓ ଦିଲ୍ଲୀର କିଛି ବଛା ବଛା ଡାକ୍ତରଙ୍କୁ ନେଇ ୧୬ ଜଣିଆ ଟିମ୍ ପ୍ରସ୍ତୁତ ହୋଇଛି। ଦିନେ କିମ୍ୱା ଦୁଇ ଦିନରେ ମେଡିକାଲ୍‌ର ପୂର୍ବତନ ଅଧକ୍ଷ ସନ୍ଦୀପ ଘୋଷଙ୍କ ସମେତ ୪ ସନ୍ଦିଗ୍ଧଙ୍କ ବି ପଲିଗ୍ରାଫ୍ ଟେଷ୍ଟ ହେବ।

Cbi Raid Kolkata Rape-Murder Case EX-Principal Sandeep Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe