Advertisment

୧୯୮୪ ଦଙ୍ଗା ଘଟଣା: କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ସ୍ୱର ନମୁନା ସଂଗ୍ରହ କଲା ସିବିଆଇ

ସମନ ଅନୁସାରେ ଆଜି ଟାଇଟଲର ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲ୍ୟାବରେ ପହଞ୍ଚିଥିଲେ। ଏହାପରେ ନିୟମ ଅନୁସାରେ ସିବିଆଇ ତାଙ୍କ ସ୍ୱର ନମୁନା ସଂଗ୍ରହ କରି ଅଧିକ ତଦନ୍ତ ଆରମ୍ଭ କରିଛି।

author-image
Hemant Lenka
 Jagdish Tytler

Jagdish Tytler

ଶିଖ ବିରୋଧୀ ଦଙ୍ଗାର ଅଭିଯୁକ୍ତ ଜଗଦୀଶ ଟାଇଟଲର ସ୍ୱର ନମୁନାକୁ ଆଜି ସଂଗ୍ରହ କରିଛି ସିବିଆଇ। ୧୯୮୪ରେ ଦିଲ୍ଲୀର ପଲ ବାଙ୍ଗାଶ ଅଞ୍ଚଳରେ ହୋଇଥିବା ଦଙ୍ଗା ଘଟଣାରେ ସିବିଆଇ ଟାଇଟଲରଙ୍କୁ ସମନ କରିଥିଲା। ଏହି ଅଞ୍ଚଳରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ପାଇଁ ଟାଇଟଲରଙ୍କୁ ଲୋକଙ୍କୁ ଉସକାଇଥିବା ଅଭିଯୋଗ ହୋଇଛି।

Advertisment

ସମନ ଅନୁସାରେ ଆଜି ଟାଇଟଲର ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲ୍ୟାବରେ ପହଞ୍ଚିଥିଲେ। ଏହାପରେ ନିୟମ ଅନୁସାରେ ସିବିଆଇ ତାଙ୍କ ସ୍ୱର ନମୁନା ସଂଗ୍ରହ କରି ଅଧିକ ତଦନ୍ତ ଆରମ୍ଭ କରିଛି। ୩୯ ବର୍ଷ ପୁରୁଣା ଦଙ୍ଗା ଘଟଣାରେ ସିବିଆଇକୁ କିଛି ତଥ୍ୟ ମିଳିଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଟାଇଟଲରଙ୍କ ସ୍ୱର ନମୁନାର ଆବଶ୍ୟକ ଥିଲା। ତେଣୁ ତାଙ୍କୁ ଆଜି ହାଜର ପାଇଁ ସମନ କରାଯାଇଥିଲା ବୋଲି ଜଣାପଡ଼ିଛି।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଅପରେସନ ବ୍ଲୁ ଷ୍ଟାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଶ୍ରୀମତୀ ଗାନ୍ଧିଙ୍କୁ ତାଙ୍କ ଦୁଇ ଶିଖ ବଡିଗାର୍ଡ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ସମଗ୍ର ଦେଶରେ ଶିଖ ବିରୋଧୀ ଦଙ୍ଗା ଦେଖିବାକୁ ମିଳିଥିଲା। ଏଥିରେ ପ୍ରାୟ ୧୭ ହଜାର ଲୋକ ପ୍ରାଣ ହରାଇଥିଲେ। କେବଳ ଦିଲ୍ଲୀରେ ଏହି ସଂଖ୍ୟା ୩ ହଜାର ରହିଥିଲା। ସିବିଆଇ ଘଟଣାର ତଦନ୍ତ କରି ଟାଇଟଲରଙ୍କୁ ୩ଥର କ୍ଲିନଚିଟ୍‌ ଦେଇଥିଲା। ହେଲେ କୋର୍ଟ ସିବିଆଇକୁ ପୁଣିଥରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

୭୮ ବର୍ଷୀୟ ଟାଇଟଲର ଏକଦା ଦିଲ୍ଲୀ କଂଗ୍ରେସର ପ୍ରମୁଖ ଚେହେରା ଥିଲେ। ଶିଖ ବିରୋଧୀ ଦଙ୍ଗାର ତଦନ୍ତ କରୁଥିବା ନାନାବତୀ କମିଶନ ଦେଇଥିବା ରିପୋର୍ଟରେ ତାଙ୍କ ନାଁ ରହିଥିଲା। ୨୦୦୪ ମନମୋହନ ସିଂହ ସରକାର ସମୟରେ ଟାଇଟଲରଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ହେଲେ ବିରୋଧ ଯୋଗୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ବିରୋଧ ଯୋଗୁ ସେ କଂଗ୍ରେସର ପ୍ରମୁଖ କାର୍ଯ୍ୟକ୍ରମରୁ ମଧ୍ୟ ଦୂରେଇ ରହୁଛନ୍ତି।

Congress Jagdish Tytler