Advertisment

ବଢ଼ିଲା ଅଡୁଆ, ସିସୋଦିଆଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କଲା CBI

ଆପ୍ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ସିବିଆଇ ଅଭିଯୋଗ କରିଛି।

ଅଦ୍ୟତନ ହୋଇଛି
Manish Sisodia

Manish Sisodia

Advertisment

ବଢ଼ିଲା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ତାଙ୍କ ବିରୋଧରେ ସିବିଆଇ ରୁଜୁ କଲା ଆଉ ଏକ ମାମଲା। ଦିଲ୍ଲୀ ସରକାରଙ୍କ ଫିଡ୍‌ବ୍ୟାକ୍ ୟୁନିଟ୍ ତଥା ଏଫ୍‌ବିୟୁ ଦୁର୍ନୀତି ମାମଲ‌ାରେ ଆମ୍ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ବିରୋଧରେ ଆଉ ଏକ ତାଜା ମାମଲା ରୁଜୁ କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍‌।

Advertisment

୨୦୧୫ରେ ଦିଲ୍ଲୀରେ କ୍ଷମତାକୁ ଆସିବା ପରେ ଆପ୍ ଦ୍ୱାରା ଏଫ୍‌ବିୟୁ ଗଠନ କରାଯାଇଥିଲା। ଉକ୍ତ ପ୍ରୋଜେକ୍ଟ ପାଇଁ ଆବଣ୍ଟନ ହୋଇଥିବା ପାଣ୍ଠି ଆପ୍ ସରକାରଙ୍କ ଦ୍ୱାରା ହଡ଼ପ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। କେନ୍ଦ୍ର ସରକାରଙ୍କ ମଧ୍ୟ ଏହି ୟୁନିଟ୍ ଗଠନକୁ ନେଇ କୌଣସି ଅନୁମତି ନଥିଲା। 

ଏହି ଫିଡ୍‌ବ୍ୟାକ୍ ୟୁନିଟି ସମ୍ପୂର୍ଣ୍ଣ ବେଆଇନ ହୋଇଥିବାରୁ ଏନେଇ ୨୦୧୬ରେ ସିବିଆଇ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ନିୟମ ବାହାରେ ଯାଇ ଫିଡବ୍ୟାକ୍ ୟୁନିଟ୍ ସୃଷ୍ଟି କରାଯାଇଥିବା ସିବିଆଇ ଦାବି କରିଥିଲା। ଏଥିସହ ଏହି ୟୁନିଟ୍ ଜରିଆରେ ଆପ୍ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ସିବିଆଇ ଅଭିଯୋଗ କରିଛି। 

Advertisment

ଏହି ମାମଲାରେ ସିସୋଦିଆଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ଏଲ୍‌ଜିଙ୍କ ଠାରୁ ସିବିଆଇ ଅନୁମତି ମାଗିଥିଲା ଏବଂ ଏନେଇ ଏଲ୍‌ଜିଙ୍କୁ ଏକ ଚିଠି ଲେଖିଥିଲା। ସିବିଆଇ ଚିଠିରେ ଏହା ଦର୍ଶାଇଛି ଯେ ଆପ୍ ସରକାର ଏକ ସିକ୍ରେଟ ସର୍ଭିସ ଫଣ୍ଡ ସୃଷ୍ଟି କରିଥିଲେ ଏବଂ ଏକ ଡିଟେକ୍ଟିଭ ଏଜେନ୍ସି ନିୟୋଜିତ କରିଥିଲେ। ସିବିଆଇ ଅଭିଯୋଗ ଅନୁଯାୟୀ ଏଫ୍‌ବିୟୁ କାର୍ଯ୍ୟକାରୀ କରିବା ପାଇଁ ‘ସିକ୍ରେଟ ସର୍ଭିସ ଏକ୍ସପେଣ୍ଡିଚର’ ପାଇଁ ୧ କୋଟିର ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ପାଣ୍ଠିରୁ ଟଙ୍କା ଉଠାଇବା ପାଇଁ ମିଥ୍ୟା ଭାଉଚର ବ୍ୟବହାର ହୋଇଥିଲା।

ଫେବ୍ରୁଆର ୨୦୧୬ ଏହି ଫିଡ୍‌ବ୍ୟାକ୍ ୟୁନିଟିକୁ ଗଠନ କରାଯାଇଥିଲା।  ପ୍ରାରମ୍ଭରେ ଏହି ୟୁନିଟରେ ୨୦ ଟି ନିଯୁକ୍ତି କରାଯିବାକୁ ନେଇ ବ୍ୟବସ୍ଥା ହୋଇଥିଲା। କିନ୍ତୁ ପରେ ଦିଲ୍ଲୀ ସରକାରଙ୍କ ଦୁର୍ନୀତି ନିବାରଣ ବ୍ୟୁରୋର ୮୮ ଟି ପଦବୀ ମଧ୍ୟରୁ ୨୦ ଟି ନିଯୁକ୍ତି ଏଫ୍‌ବିୟୁରୁ କରିବାକୁ କୁହାଯାଇଥିଲା। କାରଣ ଏଫ୍‌ବିୟୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଧୀନରେ କାମ କରେ। ତେବେ ୮୮ ଟି ପୋଷ୍ଟ ଯାହା ଏଫ୍‌ବିୟୁ ରେ ପୂରଣ ହେବାକୁ ଯାଉଥିଲା ତାହା ମଧ୍ୟ କେବଳ ଏକ ପ୍ରସ୍ତାବ ଥିଲା। ଏହି ପ୍ରସ୍ତାବ ବାବଦରେ ଏଲ୍‌ଜିଙ୍କ ଠାରୁ କୌଣସି ଅନୁମୋଦନ ନିଆଯାଇନଥିଲା। 

CBI Manish Malhotra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe