Advertisment

ଶାହରୁଖ ଖାନଙ୍କ ପୁଅଙ୍କୁ ଗିରଫ କରିଥିବା ସମୀର ୱାଙ୍ଖେଡେଙ୍କ ନାଁରେ ସିବିଆଇ ମାମଲା

ଏବେ ସେ ନିଜେ ଦୁର୍ନୀତି ମାମଲାରେ ଫସିଛନ୍ତି। ସିବିଆଇ ସୀମର ୱାଙ୍ଖେଡେଙ୍କ ସମେତ ୩ ଜଣ ସରକାରୀ ଅଫିସରଙ୍କ ନାଁରେ ଦୁର୍ନୀତି ମାମଲା ରୁଜୁ କରିଛି। ସେହିପରି ୨୯ଟି ସ୍ଥାନରେ ରେଡ ମଧ୍ୟ ଜାରି ରହିଛି। ସୀମରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରଆ ଭିଜିଲାନ୍ସ ଏହାର ତଦନ୍ତ କରିଥିଲା।

author-image
Hemant Lenka
sameer wankhede

sameer wankhede

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଅଫିସର ସମୀର ୱାଙ୍ଖେଡେଙ୍କ ଅଡ଼ୁଆ ବଢ଼‍ଛି। ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ସମୀରଙ୍କ ନାଁରେ ସିବିଆଇ ଦୁର୍ନୀତି ମାମଲା ରୁଜୁ କରିଛି। ଦୁଇ ବର୍ଷ ତଳେ ଡ୍ରଗ୍ସ ମାମଲାରେ ସମୀର ଓ ତାଙ୍କ ଟିମ ଆର୍ଯ୍ୟନଙ୍କୁ ଗିରଫ କରିଥିଲେ।

Advertisment

ଏବେ ସେ ନିଜେ ଦୁର୍ନୀତି ମାମଲାରେ ଫସିଛନ୍ତି। ସିବିଆଇ ସୀମର ୱାଙ୍ଖେଡେଙ୍କ ସମେତ ୩ ଜଣ ସରକାରୀ ଅଫିସରଙ୍କ ନାଁରେ ଦୁର୍ନୀତି ମାମଲା ରୁଜୁ କରିଛି। ସେହିପରି ୨୯ଟି ସ୍ଥାନରେ ରେଡ ମଧ୍ୟ ଜାରି ରହିଛି। ସୀମରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରଆ ଭିଜିଲାନ୍ସ ଏହାର ତଦନ୍ତ କରିଥିଲା।

ଭିଜିଲାନ୍ସ ଦେଇଥିବା ରିପୋର୍ଟ ଓ ପ୍ରାଥମିକ ତଦନ୍ତ କରି ସିବିଆଇ ପାଇଥିବା ତଥ୍ୟକୁ ଆଧାର କରି ଇଣ୍ଡିଆନ ରେଭିନ୍ୟୁ ସର୍ଭିସ(ଆଇଆରଏସ୍‌) ଅଫିସର ସମୀରଙ୍କ ନାଁରେ ମାମଲା କରିଛି।

Advertisment

ଭିଜିଲାନ୍ସ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ସମୀର ଦୁର୍ନୀତି କରି ବିପୁଳ ପରିମାଣର ସମ୍ପତ୍ତି ହାତେଇଛନ୍ତି। ତେଣୁ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି ଓ ସମୀରଙ୍କ ଘରେ ରେଡ୍‌ କରିଛି।

୨୦୨୧ ମସିହା ଅକ୍ଟୋବର ମାସରେ ସମୀରଙ୍କ ନେତୃତ୍ୱାଧୀନ ଗୋଟିଏ ଟିମ ମୁମ୍ବାଇ ଇଣ୍ଟରନ୍ୟାଶନାଲ କ୍ରୁଜ ଟର୍ମିନାଲରେ ଥିବା କୋରଡେଲିଆ କ୍ରୁଜରେ ରେଡ କରିଥିଲେ। ଏହି ସମୟରେ ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲେ। ପ୍ରାଥମିକ ଭାବେ ଡ୍ରଗ୍ସ ରଖିବା, ସେବନ କରିବା ଓ ଏହାର ଚାଲାଣ କରିବା ମାମଲା ରୁଜୁ ହୋଇଥିଲା।

ଆର୍ଯ୍ୟନ ଖାନଙ୍କୁ ୨୨ଦିନ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା। କିନ୍ତୁ ୨୦୨୨ ମେ’ ମାସରେ ପୂରା ମାମଲାରେ ଏନସିବି ଆର୍ଯ୍ୟନଙ୍କୁ କ୍ଲିନଚିଟ୍‌ ଦେଇଥିଲା। ତାଙ୍କ ବିରୋଧରେ ସମୀର ୱାଙ୍ଖେଡେ ଯେଉଁସବୁ ସାବି ଦାବି କରିଥିଲେ, ତା’ର ପ୍ରମାଣ ତଦନ୍ତ ବେଳେ ମିଳି ନଥିଲା।

ଏସବୁ ଭିତରେ ସମୀର ୱାଙ୍ଖେଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା। ସେ ଆର୍ଯ୍ୟନଙ୍କ ବିରୋଧରେ ଚାର୍ଜ ଫ୍ରେମ ନ କରିବାକୁ ୨୫ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ତାଙ୍କୁ ଚେନ୍ନାଇ ସ୍ଥିତ ଡିଜି ଟ୍ୟାକ୍ସପେୟର ସର୍ଭିସ ଡିରେକ୍ଟୋରେଟକୁ ବଦଳି କରାଯାଇଥିଲା।

CBI Aryan Khan Drug Case Sameer Wankhede