Advertisment

କୋଲକାତା ହରର: ମହିଳା ଡାକ୍ତରଙ୍କୁ କରାଯାଇ ନ ଥିଲା ଗଣଦୁଷ୍କର୍ମ, ସଞ୍ଜୟ ଏକମାତ୍ର ଅଭିଯୁକ୍ତ!

ଅଗଷ୍ଟ ୯ରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା।

Sanjoy Roy

Sanjoy Roy

Advertisment

କୋଲକାତା ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ବଡ଼ ସୂଚନା ମିଳିଛି। ମହିଳା ଡାକ୍ତରଙ୍କୁ ହସ୍ପିଟାଲରେ କୌଣସି ପ୍ରକାରର ଗଣଦୁଷ୍କର୍ମ କରାଯାଇ ନାହିଁ। ତଦନ୍ତ ବେଳେ ମିଳିଥିବା ପ୍ରମାଣରୁ ସ୍ପଷ୍ଟ ହୋଇଛି ଯେ ସଞ୍ଜୟ ରୟ ହିଁ ପୂରା ଘଟଣାର ଏକମାତ୍ର ଅଭିଯୁକ୍ତ। ସେ ହିଁ ଦୁଷ୍କର୍ମ ପରେ ମହିଳା ଡାକ୍ତରଙ୍କୁ ହତ୍ୟା କରିଥିଲା ବୋଲି ସିବିଆଇ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ମିଳିଛି।

Advertisment

ଅଗଷ୍ଟ ୯ରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସୋଶାଲ ମିଡିଆରେ ଫେକ ନ୍ୟୁଜର ଫ୍ୟାକ୍ଟ୍ରୀ ମଧ୍ୟ ଖୋଲିଥିଲା।

ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯାଇଛି, ତାଙ୍କ ଶରୀରରୁ ୧୫୧ ମିଲିଗ୍ରାମର ସିମେନ ମିଳିଛି, ତାଙ୍କ ବେକକୁ ଅଭିଯୁକ୍ତ କାମୁଡ଼ି ଖାଇ ଯାଇଛି ଭଳି ଅନେକ କଥା ପ୍ରଚାର କରାଯାଇଥିଲା। ତେବେ ପ୍ରଥମେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏପରି ଅଭିଯୋଗ ମିଛ ପ୍ରମାଣିତ ହୋଇଥିବା ବେଳେ ଏବେ ଗଣଦୁଷ୍କର୍ମ ଦିଗକୁ ମଧ୍ୟ ସିବିଆଇ ଅଗ୍ରାହ୍ୟ କରି ଦେଇଛି।

Advertisment

ସୂତ୍ର ଅନୁସାରେ, ସିବିଆଇ କରୁଥିବା ତଦନ୍ତ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ଓ ଖୁବଶୀଘ୍ର ହାଇକୋର୍ଟରେ ଚାର୍ଜଶିଟ ଦାଖଲ ହେବ। ସିବିଆଇ ପକ୍ଷରୁ ଅଭିଯୁକ୍ତର ଡିଏନଏ ରିପୋର୍ଟ ପାଇଁ ଦିଲ୍ଲୀ ଏମ୍ସର ବିଶେଷଜ୍ଞ କମିଟି ପାଖକୁ ପଠାଯାଇଛି। ମେଡିକାଲ ରିପୋର୍ଟ ଆସିବା ପରେ ସିବିଆଇ ତା’ର ତଦନ୍ତକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବ।

ତଦନ୍ତ ବେଳେ ସିବିଆଇରୁ ୧୦୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଥିବା ବେଳେ ୧୦ଥର ବିଭିନ୍ନ ସନ୍ଦିଗ୍ଧଙ୍କ ମିଛ ଧରା ପରୀକ୍ଷା କରିଛି। ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କର ଦୁଇ ଥର ମିଛ ଧରା ପରୀକ୍ଷା କରାଯାଇଥିଲା।

ସବୁ କିଛିକୁ ବିଶ୍ଲେଷଣ କରିବା ପରେ ସିବିଆଇ ଜାଣିବାକୁ ପାଇଛି ଯେ ସଞ୍ଜୟ ବ୍ୟତୀତ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଉ କେହି ସାମିଲ ନାହାନ୍ତି।

ତଥାପି ସନ୍ଦୀପ ଘୋଷଙ୍କୁ ସିବିଆଇ ୨ ସପ୍ତାହରୁ ଅଧିକ ଦିନ ଜେରା କରିଥିଲା। ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସେ ସାମିଲ ନଥିଲେ ମଧ୍ୟ ତାଙ୍କୁ ଆର୍ଥିକ ହେରଫେର ମାମଲାରେ ସିବିଆଇ ସୋମବାର ଗିରଫ କରିଛି।

ସିବିଆଇ ପୂରା ଘଟଣାର ଷ୍ଟାଟସ ରିପୋର୍ଟ ଆସନ୍ତା ୧୭ ତାରିଖରେ କଲିକତା ହାଇକୋର୍ଟରେ ଦାଖଲ କରିବ ବୋଲି ଜଣାପଡ଼ିଛି।

Kolkata Kolkata Doctor Rape And Murder Case Sanjoy Roy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe