Advertisment

ବଢ଼ିଲା ଜୈନ୍‌ଙ୍କ ଅଡୁଆ, ଯାଞ୍ଚ ପାଇଁ ଅନୁମତି ମାଗିଲା ସିବିଆଇ

ଗତ ନଭେମ୍ବର ୧୦ ତାରିଖରେ ଯାଞ୍ଚ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ସିବିଆଇ ଚିଠି ଲେଖିଥିଲା।

author-image
Madhupriya Mistry
Satyendra Jain

Satyendra Jain

ବଢ଼ିଲା ଆମ୍‌ ଆଦମ୍‌ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ। ଜାମିନ୍‌ରେ ଥିଲେ ବି ତାଙ୍କ ପିଛା ଛାଡୁନି କେନ୍ଦ୍ର ତଦନ୍ତକାରୀ ସଂସ୍ଥା। ତାଙ୍କ ବିରୋଧରେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନାଙ୍କୁ ଅନୁମତି ମାଗିଲା ସିବିଆଇ। କେବଳ ସତୈନ୍ଦ୍ର ଜୈନ୍‌ ନୁହେଁ ତିହାର ଜେଲ୍‌ର ଅନେକ ଅଧିକାରୀଙ୍କ ବିରୋଧରେ ଯାଞ୍ଚ କରିବା ପାଇଁ ସିବିଆଇ ଅନୁମତି ମାଗିଛି। ଏମାନଙ୍କ ବିରୋଧରେ ଜେଲର ଅନେକ କଏଦୀ ଓ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଟଙ୍କା ହଡପ କରି ନେଇଥିବା ଅଭିଯୋଗ ରହିଛି। ଏ ସବୁର ତଦନ୍ତ ପାଇଁ ଦିଲ୍ଲୀ ଏଲ୍‌ଜିଙ୍କୁ ଚିଠି ଲେଖି ସିବିଆଇ ଅନୁମତି ମାଗିଛି।

Advertisment

ସୂଚନା ମୁତାବକ, ଗତ ନଭେମ୍ବର ୧୦ ତାରିଖରେ ଯାଞ୍ଚ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ସିବିଆଇ ଚିଠି ଲେଖିଥିଲା। ସତ୍ୟେନ୍ଦ୍ର ଜୈନ୍‌ ଜେଲ ମନ୍ତ୍ରୀ ଥିବା ବେଳେ ତତ୍କାଳୀନ ଡିଜି ସନ୍ଦୀପ ଗୋଏଲ ଓ ଏଡିଜି ମୁକେଶ ପ୍ରସାଦଙ୍କ ସହ ମିଶି ତିହାର ଜେଲ୍‌ରୁ ବିପୁଳ ପରିମାଣରେ ବଟି ଆଦାୟ କରୁଥିଲେ ବୋଲି ସିବିଆଇ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ଲେଖିଥିବା ଚିଠିରେ କହିଛି।

ସତ୍ୟେନ୍ଦ୍ର ଜୈନ୍‌ ନିଜ ଲୋକଙ୍କ ଜରିଆରେ ୨୦୧୮ରୁ ୨୦୨୧ ଯାଏ ମହାଠକ ସୁକେଶ ଚନ୍ଦ୍ର ଶେଖର ଠାରୁ ୧୦ କୋଟି ଟଙ୍କା ବଟି ଆକାରରେ ନେଇଥିବା ଅଭିଯୋଗ ରହିଛି। ତିହାର ଜେଲ୍‌ ନମ୍ବର-୪ର ସୁପରିଣ୍ଟେଣ୍ଡେଣ୍ଟ ରାଜକୁମାର ଜିଏକି ଡିଜି ଗୋଏଲଙ୍କ ଘନିଷ୍ଟ ଥିଲା, ସେ ସୁକେଶ ଚନ୍ଦ୍ର ଶେଖର ଠାରୁ ଟଙ୍କା ଆଦାୟ କରୁଥିଲା। ଏପରିକି ପେଟିଏମ୍‌ ଜରିଆରେ ମଧ୍ୟ ଟଙ୍କା ନେଇଥିବା ସିବିଆଇ କହିଛି।

Advertisment

ଗୋଏଲ ଓ ମୁର୍କେଶ ପ୍ରସାଦ ୨୦୧୯ରୁ ୨୦୨୨ ଯାଏଁ ସୁକେଶ ଚନ୍ଦ୍ର ଶେଖର ଠାରୁ ୧୨.୫୦ କୋଟି ଟଙ୍କା ନେଇଛନ୍ତି। ଟଙ୍କା ବଦଳରେ ଏମାନେ ଜିହାର ଜେଲରେ କଏଦୀଙ୍କୁ ଉପଯୁକ୍ତ ଲଗ୍‌ଜୁରୀ ସୁବିଧା ଯୋଗାଇଥିବା ଅଭିଯୋଗ ରହିଛି। ଏସବୁ ଅଭିଯୋଗର ତଦନ୍ତ କରିବା ପାଇଁ ଏବେ ସିବିଆଇ ଦିଲ୍ଲୀ ଏଲ୍‌ଜିଙ୍କୁ ଅନୁମତି ମାଗିଛି।

Delhi Cbi Inquiry Satyendra Jain