Advertisment

'ପ୍ରମାଣ ନଷ୍ଟ ଆଶଙ୍କା, କ୍ରାଇମ୍‌ ସିନ୍‌ରେ ରହିଛି ଏକାଧିକ ଫୁଟ୍ ପ୍ରିଣ୍ଟ'

ସୁପ୍ରିମକୋର୍ଟଙ୍କୁ ଦେଇଥିବା ଷ୍ଟାଟସ ରିପୋର୍ଟରେ କୋଲକାତା ପୁଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
CBI Status Reporter

CBI Status Reporter

'ଏକାଧିକ ପ୍ରମାଣ ନଷ୍ଟ ଆଶଙ୍କା। କ୍ରାଇମ୍‌ ସିନ୍‌ରେ ମିଳିଛି ଏକାଧିକ ଫୁଟ୍‌ ପ୍ରିଣ୍ଟ।' କୋଲକାତା ଦୁଷ୍ମର୍କ ଓ ହତ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟରେ ସିବିଆଇ ଦାଖଲ କରିଥିବା ଷ୍ଟାଟସ ରିପୋର୍ଟରେ ଏଭଳି କିଛି ସାଙ୍ଘାତିକ ଖୁଲାସା କରିଛି।

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆଜି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ସିଲ ବନ୍ଦ ଲଫାପାରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛି। ଏହି ଷ୍ଟାଟସ୍‌ ରିପୋର୍ଟରେ ତଦନ୍ତ କେତେ ଦୂର ଗଲା। କ'ଣ କ'ଣ ସବୁ ତଦନ୍ତ କରାଯାଇଛି, କେତେ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଫରେନ୍‌ସକ୍‌ ରିପୋର୍ଟରେ କ'ଣ ସବୁ ଆସିଲା ଓ ମାମଲାକୁ ନେଇ ବଡ଼ ଖୁଲାସା କରିଛି ସିବିଆଇ।

ଷ୍ଟାଟସ ରିପୋର୍ଟରେ କୋଲକାତା ପୁଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ କରିଛି। ସନ୍ଦେହ ଆଧାରରେ ସିବିଆଇ ଯେଉଁମାନଙ୍କୁ ପଚରାଉଚରା କରିଛି ସେମାନଙ୍କ ଲମ୍ବା ତାଲିକା ମଧ୍ୟ ରିପୋର୍ଟରେ ଦେଇଛି। ଘଟଣାସ୍ଥଳ ସୁରକ୍ଷିତ ନ ଥିବା ସିବିଆଇ ତା' ରିପୋର୍ଟରେ କହିଛି।

Advertisment

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ୬ ଦିନ ବିତିଗଲାଣି। ଏହି ୬ ଦିନ ଭିତରେ ସିବିଆଇ ଦୁଇ ଜଣଙ୍କୁ ଲଗାତର ପଚରାଉଚରା ଜାରି ରଖିଛି। ଏହି ମାମଲାର ପ୍ରଥମ ମୁଖ୍ୟ ଅଭିଯୁକ୍ତ ହେଲା ସଞ୍ଜୟ ରୟ ଏବଂ ଦ୍ୱିତୀୟଟି ହେଲେ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ। ଏହି ଦୁଇ ଜଣଙ୍କୁ ସିବିଆଇ ଘନ ଘନ ଜେରା ଜାରି ରଖିଛି।

ସିବିଆଇ ଡାକ୍ତରଖାନା ଯାଇ ସମସ୍ତ ଫୋରେନସିକ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଛି। ଏହି ଘଟଣା ପୂର୍ବରୁ ଏବଂ ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ଡାକ୍ତରଖାନାର ସିସିଟିଭି ଫୁଟେଜ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି କ୍ରାଇମ୍‌ ସିନ୍‌ରେ ଏକାଧିକ ଫୁଟ୍‌ପ୍ରିଣ୍ଟ ଦେଖିବାକୁ ମିଳିଛି। ଏହା ବ୍ୟତୀତ ନିକଟରେ ନବୀକରଣ କାର୍ଯ୍ୟ ହୋଇଥିବାରୁ ଅନେକ ପ୍ରମାଣ ନଷ୍ଟ କରାଯାଇଥିବା ସନ୍ଦେହ କରାଯାଉଛି ସିବିଆଇ ତା' ଷ୍ଟାଟସ୍‌ ରିପୋର୍ଟରେ କହିଛି।

କେବଳ ସଞ୍ଜୟ ରୟ ସମ୍ପୃକ୍ତ ଅଛନ୍ତି ନା ଆହୁରି ଅଧିକ ଅଭିଯୁକ୍ତ ଏହି ଜଘନ୍ୟକାଣ୍ଡରେ ସାମିଲ ଅଛନ୍ତି ସେ ନେଇ ସିବିଆଇ ତଦନ୍ତ କରିଛି। ଏନେଇ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇ କୋର୍ଟଙ୍କୁ ସିବିଆଇ ଦେଇଛି। ଗତ ୬ ଦିନରେ ସିବିଆଇ ହସ୍ପିଟାଲ ତଥା କ୍ରାଇମ୍‌ ସିନ୍‌କୁ ଅନେକ ଥର ଗସ୍ତ କରିଛି। ବିଶେଷଜ୍ଞଙ୍କ ସହ ଘଟଣାସ୍ଥଳରୁ ଅନେକ ନମୁନ ସଂଗ୍ରହ କରାଯାଇଛି। ଏଥିସହ ସେହି ସ୍ଥାନର ମ୍ୟାପିଂ ମଧ୍ୟ କରାଯାଇଥିଲା ବୋଲି ସିବିଆଇ ନିଜ ରିପୋର୍ଟରେ କହିଛି।

Supreme Court Kolkata Rape-Murder Case CBI Status Report