Advertisment

କୋର୍ଟଙ୍କ ଆଶ୍ୱସ୍ତି ପରେ ମମତାଙ୍କ ପୁତୁରାଙ୍କୁ ପୁଣି ସିବିଆଇ ସମନ୍

ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସିବିଆଇ ଏହାର ତଦନ୍ତ କରିବା ସହ ଟିଏମସିର ଜଣେ ବିଧାୟକଙ୍କୁ ୬୫ ଘଣ୍ଟା ଜେରା କରିବା ପରେ ଗିରଫ କରିଛି।

TMC

TMC

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ସମନ କରିଛି। ଶିକ୍ଷକ ନିଯୁକ୍ତି ସ୍କାମ ମାମଲାରେ ତାଙ୍କୁ ସିବିଆଇ ଆସନ୍ତାକାଲି ପଚରାଉଚରା କରିବାକୁ ଚାହୁଁଛି। ଏଥିପାଇଁ ତାଙ୍କୁ ସମନ କରାଯାଇଛି। ଏହି ମମାଲାରେ ସୁପ୍ରିମକୋର୍ଟ ତାଙ୍କୁ ଆଶ୍ୱସ୍ତି ଦେବାର କିଛି ଘଣ୍ଟା ପରେ ହିଁ ସମନ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସିବିଆଇ ଏହାର ତଦନ୍ତ କରିବା ସହ ଟିଏମସିର ଜଣେ ବିଧାୟକଙ୍କୁ ୬୫ ଘଣ୍ଟା ଜେରା କରିବା ପରେ ଗିରଫ କରିଛି। ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ସିବିଆଇ ତଦନ୍ତରେ ସାମିଲ କରିବାକୁ ଚାହୁଁଥିବାରୁ ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଉପରେ ଆଜି ରୋକ ଲଗାଇ ଦେଇଥିଲେ। ଏହା ସତ୍ତ୍ୱେ ସିବିଆଇ ତାଙ୍କୁ ଆସନ୍ତାକାଲି ହାଜର ହେବାକୁ ସମନ କରିଛି।

ଏପରି ସମନକୁ ବିରୋଧ କରି ବାନାର୍ଜୀ କହିଛନ୍ତି, “ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ସମନ କରି ଆମକୁ ହଇରାଣ କରିବାକୁ ଚାହୁଁଛି। ମୋତେ ହଇରାଣ ଓ ଟାର୍ଗେଟ କରାଯାଉଛି। ସୁପ୍ରିମକୋର୍ଟ ଆଜି ସକାଳେ କ୍ୟାଲକାଟା ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି।

Advertisment

ହାଇକୋର୍ଟ ସିବିଆଇକୁ ମୋତେ ସମନ ପାଇଁ ଅନୁମତି ଦେଇଥିଲେ। ଏହା ଉପରେ ରୋକ ଲାଗିଥିଲେ ହେଁ ଦିନ ୧.୪୫ରେ ମୋତେ ସମନ ପଠାଯାଇଛି। ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର।” ଅଭିଷେକ ବାନାର୍ଜୀ ନିଜର ଏପରି ଟ୍ୱିଟ ସହ ନିର୍ଦ୍ଦେଶନାମାର କପି ମଧ୍ୟ ପୋଷ୍ଟ କରିଛନ୍ତି।

ଗତକାଲି ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ମୁଖ୍ୟମନ୍ତ୍ରୀର ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ୯ ଘଣ୍ଟା ଧରି ଜେରା କରିଥିଲା। ଏପରି ଜେରା ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଆପ୍‌ ଓ ନିଜେ କେଜ୍ରିୱାଲ ଅଭିଯୋଗ କରିଛନ୍ତି। ଏବେ ଟିଏମସି ମଧ୍ୟ ସିବିଆଇ ସମନକୁ ନେଇ ବିଜେପିକୁ ଟାର୍ଗେଟ କରିଛି। ତେଣୁ ସିବିଆଇକୁ ନେଇ ଏବେ ବିଜେପି ବନାମ ବିରୋଧୀ ଲଢ଼େଇ ଜୋରଦାର ହୋଇଛି। 

TMC CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe