Advertisment

Karur Stampede: କରୁର ଦଳାଚକଟା: ପୁଣି ବିଜୟଙ୍କୁ ହାଜର ହେବାକୁ ନୋଟିସ କଲା ସିବିଆଇ

ଏହାପୂର୍ବରୁ ସିବିଆଇ କରୁର ଦଳାଚକଟା ଘଟଣାରେ ବିଜୟଙ୍କୁ ଚଳିତ ବର୍ଷ ଜାନୁଆରୀ ୧୨ ଓ ଜାନୁଆରୀ ୧୯ରେ ଜେରା କରିଥିଲା। ଦୁଇଟି ପର୍ଯ୍ୟାୟରେ ତାଙ୍କୁ ଘଣ୍ଟାଘଣ୍ଟା ପ୍ରଶ୍ନ କରାଯାଇଥିବା ବେଳେ ଏବେ ଆଉ ଥରେ ଜେରା କରାଯିବ।

Vijay

ବିଜୟ

Advertisment

ଅଭିନେତାର ନେତା ବନିଥିବା ଟିଭିକେର ମୁଖ୍ୟ ବିଜୟ(Vijay Karur Stampede)ଙ୍କୁ ପୁଣି ସମନ କରିଛି ସିବିଆଇ। ଗତବର୍ଷ ତାମିଲନାଡୁର କରୁରରେ ହୋଇଥିବା ଭୟଙ୍କର ଦଳାଚକଟା ଘଟଣାରେ ବିଜୟଙ୍କୁ ପୁଣି ଘାଣ୍ଟିବାକୁ ନିଷ୍ପତ୍ତି ନେଇଛି ସିବିଆଇ। ବିଜୟଙ୍କ ରାଜନୀତିକ ରାଲିରେ ଦଳା ଚକଟା ହୋଇଥିବାରୁ ସିବିଆଇ ତାଙ୍କୁ ତୃତୀୟର ଥର ଜେରା କରିବାକୁ ଚାହୁଁଛି।

Advertisment

ଏଥିପାଇଁ ଆସନ୍ତାକାଲି ତାଙ୍କୁ ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ ନୋଟିସ କରାଯାଇଛି। ଏହାପୂର୍ବରୁ ସିବିଆଇ କରୁର ଦଳାଚକଟା ଘଟଣାରେ ବିଜୟଙ୍କୁ ଚଳିତ ବର୍ଷ ଜାନୁଆରୀ ୧୨ ଓ ଜାନୁଆରୀ ୧୯ରେ ଜେରା କରିଥିଲା। ଦୁଇଟି ପର୍ଯ୍ୟାୟରେ ତାଙ୍କୁ ଘଣ୍ଟାଘଣ୍ଟା ପ୍ରଶ୍ନ କରାଯାଇଥିବା ବେଳେ ଏବେ ଆଉ ଥରେ ଜେରା କରାଯିବ। ତଦନ୍ତ ବେଳେ ମିଳିଥିବା ଅତିରିକ୍ତ ପ୍ରମାଣ ଓ ତଥ୍ୟ ସମ୍ପର୍କରେ ବିଜୟଙ୍କ ଆଭିମୁଖ୍ୟ ଜାଣିବାକୁ ଚାହୁଁଛି। ଖାସ ସେଥିପାଇଁ ତାଙ୍କୁ ପୁଣିଥରେ ହାଜର ହେବାକୁ ନୋଟିସ କରାଯାଇଛି। 

ସେପ୍ଟେମ୍ବର ୨୭ରେ ବିଜୟଙ୍କ ରାଜନୀତିକ ଦଳ ଟିଭିକେ କରୁର ଠାରେ କରିଥିବା ସଭାରେ ବ୍ୟାପକ ଦଳାଚକଟା ହୋଇଥିଲା। ଏଥିରେ ୪୧ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ।

Advertisment

ବିଜୟଙ୍କୁ ଦେଖିବା ଓ ତାଙ୍କ ଭାଷଣ ଶୁଣିବାକୁ ଲକ୍ଷାଧିକ ଲୋକ ଏକାଠି ହେବାରୁ ଏପରି ସ୍ଥିତି ଘଟିଥିଲା। ଘଟଣାକୁ ନେଇ ବିବାଦ ବଢ଼ିବାରୁ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି। ବିଜୟଙ୍କୁ ତୃତୀୟ ଥର ପାଇଁ ସମନ କରିବା ପୂର୍ବରୁ ସିବିଆଇ ପକ୍ଷରୁ ଟିଭିକେର ବରିଷ୍ଠ ନେତା ଓ ଅଧିକାରୀଙ୍କୁ ଜେରା କରାଯାଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ କରୁର ଦଳଚକଟା ଘଟଣାର ସିବିଆଇ ତଦନ୍ତକୁ ତାମିଲନାଡୁର ଡିଏମକେ ସରକାର ବିରୋଧ କରୁଥିଲେ। ତଦନ୍ତ ପାଇଁ ସରକାର ଏସ୍‌ଆଇଟି ଗଠନ କରିଥିଲେ। ଏସ୍‌ଆଇଟି ତଦନ୍ତ ସପକ୍ଷରେ ମଧ୍ୟ ଡିଏମକେ ସରକାର ସୁପ୍ରିମକୋର୍ଟରେ ମତ ରଖିଥିଲେ।

କିନ୍ତୁ ସୁପ୍ରିମକୋର୍ଟ ଘଟଣାର ତଦନ୍ତ ସିବିଆଇ କରିବ ବୋଲି କହିଥିଲେ। କରୁର ଦଳାଚକଟା ଜାତୀୟ ଚେତନାକୁ ଦୋହଲାଇ ଦେଇଛି ଓ ଏହାର ସ୍ୱାଧୀନ ଏବଂ ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ନିଜ ରୁଲିଂରେ ଉଲ୍ଲେଖ କରିଥିଲେ। 

କୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଅଧିକାରୀମାନେ ତାମିଲନାଡୁ ଏସ୍‌ଆଇଟି ଠାରୁ ତଦନ୍ତ ଦାୟିତ୍ୱ ନେଇଥିଲେ। ତଦନ୍ତ ସମୟରେ ସିବିଆଇ କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ଅନୁମତି, ଭିଡ଼ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ, ପୁଲିସ ଫୋର୍ସର ମୁତୟନ ଓ ଜରୁରୀ ସ୍ଥିତିର ମୁକାବିଲା ପାଇଁ କ’ଣ ସବୁ ବ୍ୟବସ୍ଥା ହୋଇଥିଲା, ତା’ର ଯାଞ୍ଚ କରିଛି। ଏଥିସହ ଟିଭିକେ କର୍ମକର୍ତ୍ତାଙ୍କ ବୟାନ ମଧ୍ୟ ରେକର୍ଡ କରିଛି। 

Vijay Karur Stampede
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe