Advertisment

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ତଦନ୍ତ ଦାୟିତ୍ୱ ପାଇଲା ସିବିଆଇ

ତୁରନ୍ତ ସିବିଆଇକୁ ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ହାଇକୋର୍ଟ ପୁଲିସ୍‌କୁ କହିଛନ୍ତି।

ଅଦ୍ୟତନ ହୋଇଛି
CBI

CBI

Advertisment

ପୂରା ଦେଶକୁ ଦୋହଲାଇ ଦେଇଥିବା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତଦନ୍ତ କରିବ ସିବିଆଇ। କଲିକତା ହାଇକୋର୍ଟ ଆଜି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ପୁଲିସ୍‌ ବର୍ତ୍ତମାନ ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସାରିଛି। ତଥାପି ଆଜି ହାଇକୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

Advertisment

ତୁରନ୍ତ ସିବିଆଇକୁ ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ହାଇକୋର୍ଟ ପୁଲିସ୍‌କୁ କହିଛନ୍ତି। ଗୁରୁବାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯିବ ସହ ହତ୍ୟା କରାଯାଇଥିଲା।

ଘଟଣାର ୬ ଘଣ୍ଟା ମଧ୍ୟରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରି ସାରିଛି। ତେବେ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ଅନେକ ତ୍ରୁଟି କରିଥିବା ହୃଦୟଙ୍ଗମ କରି ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପୀଡ଼ିତାଙ୍କ ପରିବାର ଲୋକ ମଧ୍ୟ ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରିବାକୁ ଦାବି କରିଥିଲେ। ଏହାଦ୍ୱାରା ଘଟଣା ସହ ଜଡ଼ିତ ପ୍ରମାଣ ସହ କୌଣସି ପ୍ରକାରର ହେରଫେର ହେବନାହିଁ ବୋଲି ସେମାନେ ଦାବି କରିଥିଲେ। ଏହାକୁ ଗ୍ରହଣ କରି ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

୩୧ ବର୍ଷୀୟା ପୀଡ଼ିତା କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଭାବେ କାମ କରୁଥିଲେ। ଉକ୍ତ ମେଡିକାଲର କ୍ୟାମ୍ପସ୍‌ରେ ଥିବା ସେମିନାର ହଲ୍‌ରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରିଛି।

କୋଲକାତା ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ୍‌ ସଞ୍ଜୟ ରୟକୁ ଜେରା କରିବା ମାତ୍ରେ ସେ ତା’ର ଅପରାଧକୁ ସ୍ୱୀକାର କରି ନେଇଥିଲା। ସେ କୌଣସି ପଶ୍ଚାତାପ କରି ନ ଥିଲା। ବେଧଡ଼କ ଅନ୍ଦାଜରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ପୁଲିସ୍‌କୁ ସେ କହୁଥିବା ଶୁଣିବାକୁ ମିଳିଛି।

ସଞ୍ଜୟର ମୋବାଇଲରେ ଅନେକ ଅଶ୍ଳୀଳ ଭିଡିଓ ରହିଛି। ଘଟଣା ଦିନ ରାତିରେ ମଧ୍ୟ ସେ ପ୍ରଚୁର ମଦ ପିଇ ଅଶ୍ଳୀଳ ଭିଡିଓ ସବୁ ଦେଖିଥିଲା। ଏହାପରେ ହସ୍ପିଟାଲର ସେମିନାର ହଲକୁ ଯାଇ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ମାରି ଦେଇଥିବା ତଦନ୍ତରୁ ଜଣାପଡ଼ିଛି।

କୋଲକାତା ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୂରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଫେଡେରେସନ ଅଫ ଅଲ୍‌ ଇଣ୍ଡିଆ ମେଡିକାଲ ଆସୋସିଏସନ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି। ଏଥିପାଇଁ ସମସ୍ତ ମେଡିକାଲରେ OPD ସେବା ପ୍ରଭାବିତ ହୋଇଛି। 

CBI Cbi Inquiry Kolkata Murder Case Kolkata Doctor Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe