Advertisment

ଅବକାରୀ ନୀତି: ଇଡି ଗିରଫ କରିଥିଲା, ଏବେ ଜେରା କରିବ ସିବିଆଇ

କବିତା ହେଉଛନ୍ତି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ। ଇଡି ଦ୍ୱାରା ଗିରଫ ହୋଇଥିବା କବିତା ଏବେ ତହାର ଜେଲରେ ରହିଛନ୍ତି।

K Kavitha

K Kavitha

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ବିଆରଏସ୍‌ ନେତ୍ରୀ କେ କବିତାଙ୍କୁ ଜେରା କରିବ ସିବିଆଇ। ଜେରା ପାଇଁ ଆଜି ସିବିଆଇକୁ ଦିଲ୍ଲୀର ଗୋଟିଏ କୋର୍ଟ ଅନୁମତି ଦେଇଛନ୍ତି।

Advertisment

ଇଡି ଓ ସିବିଆଇ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା ଆଜି କବିତାଙ୍କୁ ଜେଲ ଭିତରେ ଜେରା କରିବାକୁ ସିବିଆଇକୁ ଗ୍ରୀନ୍ନ ସିଗ୍ନାଲ ଦେଇଛନ୍ତି।

କବିତା ହେଉଛନ୍ତି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ। ଇଡି ଦ୍ୱାରା ଗିରଫ ହୋଇଥିବା କବିତା ଏବେ ତହାର ଜେଲରେ ରହିଛନ୍ତି।

Advertisment

ମାର୍ଚ୍ଚ ୧୫ରେ ଇଡି ଅଧିକାରୀମାନେ ହାଇଦ୍ରାବାଦର ବଞ୍ଜରା ହିଲ୍ସ ସ୍ଥିତ କବିତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଜେରା କରିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ତିହାର ଜେଲକୁ ପଠାଇ ଦେଇଥିଲେ।

ଗୁରୁବାର କବିତା ୧୬ ବର୍ଷୀୟର ପୁଅର ପରୀକ୍ଷା ପାଇଁ ଜାମିନ ଦେବାକୁ ଆବେଦନ କରିଥିଲେ। ଏହା ଉପରେ ଏଯାଏ ଶୁଣାଣି ହୋଇନାହିଁ। ଦିଲ୍ଲୀର କ୍ଷମତାସୀନ ଆପ୍‌କୁ ସାଉଥ ଗ୍ରୁପ ପକ୍ଷରୁ ଅଧିକ ମଦ ଲାଇସେନ୍ସ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି।

ଏହି ଗ୍ରୁପର ଜଣେ ସକ୍ରିୟ ସଦସ୍ୟ ହେଉଛନ୍ତି କେ କବିତା। ତେଣୁ ଇଡି ତାଙ୍କୁ ଗିରଫ କରିଛି। ଇଡି ମନିଲଣ୍ଡରିଂ ମାମଲାରେ ତାଙ୍କୁ ବାନ୍ଧିଛି। ଏବେ ସିବିଆଇ ଅବକାରୀ ନୀତିର ଅପରାଧିକ ଦିଗର ତଦନ୍ତ କରିବା ପାଇଁ କବିତାଙ୍କୁ ଜେରା କରିବ।

ED Raid CBI K.Kavitha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe