Advertisment

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ଛାତ୍ରୀମାନେ ଆଗରେ

ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ୮୭.୩୩ % ରହିଛି।

author-image
Niharika Rout
ଅଦ୍ୟତନ ହୋଇଛି
CBSE Result

CBSE Result

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ୮୭.୩୩ % ରହିଛି।

Advertisment

cbseresults.nic.in ଓ cbse. gov.inରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଛାତ୍ରଛାତ୍ରୀ ଏହି ସାଇଟ୍‌କୁ ଯାଇ ନିଜ ରେଜଲ୍ଟ ଜାଣିପାରିବେ।ଏଥିନିମନ୍ତେ ସେମାନଙ୍କୁ ନିଜ ରୋଲ ନମ୍ବର ଓ ଜନ୍ମ ତାରିଖ ଦେବାକୁ ପଡ଼ିବ । ଏହାପରେ ସାଇଟ୍‌ ଖୋଲିଲେ ସେମାନ ନିଜ ମାର୍କ ଜାଣିପାରିବେ। 

ଗତ ଥର ଅପେକ୍ଷା ଚଳିତ ଥର ପାସ୍ ହାର କମ୍ ଥିବା ଜଣାଯାଇଛି। ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ୬% ଥିବା ଜଣାଯାଇଛି। ଚଳିତ ଥର ଛାତ୍ରୀଙ୍କ ପାସ୍‌ ହାର ୯୦.୬୮% ଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୮୪.୬୭% ରହିଛି।

Advertisment

ସିବିଏସ୍‌ଇ ବୋର୍ଡରେ ଗତବର୍ଷ ୯୧.୨୫% ଛାତ୍ର ପାସ୍‌ କରିଥିବା ବେଳେ ଚଳିତ ଥର ଏହି ପାସ୍ ହାର ୮୪. ୬୭% ପାସ୍‌ହାର ରହିଛି। ସେହିପରି ଗତବର୍ଷ ସିବିଏସ୍‌ଇ ଦ୍ୱାଦଶର ୯୪% ଛାତ୍ରୀ ପାସ୍‌ କରିଥିବା ବେଳେ ଚଳିତ ବର୍ଷ ଏହା ୯୦.୮%ରେ ସୀମିତ ରହିଛି। ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ବି ଆଜି ପ୍ରକାଶ ପାଇବ ବୋଲି ଜଣାଯାଇଛି। 

ଚଳିତ ବର୍ଷ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଥିରୁଅନନ୍ତପୁର ଜୋନ୍‌ ୯୯.୯୯% ସ୍କୋର କରି ସବୁଠୁ ଆଗରେ ରହିଛି। ଜବାହର ନବୋଦୟ ବିଦ୍ୟାଳୟ ୯୭%ରୁ ଅଧିକ ରେଜଲ୍ଟ ଆଣି ସବୁଠୁ ଭଲ ପ୍ରଦର୍ଶନ କରିଥିବା ସ୍କୁଲ ତାଲିକାରେ ଆଗରେ ରହିଛି।

ଚଳିତ ବର୍ଷ ମେରିଟ ଲିଷ୍ଟ ପ୍ରକାଶ ପାଇବ ନାହିଁ ବୋଲି ସିବିଏସ୍‌ଇ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। କାରଣ ଏହା ଦ୍ୱାରା ପିଲାଙ୍କ ମାନସିକତା ଉପରେ ଖରାପ ପ୍ରଭାବ ପଡ଼ୁଛି। ଏହାବାଦ ଛାତ୍ରଛାତ୍ରୀ ପ୍ରଥମ, ଦ୍ୱିତୀୟ କିମ୍ବା ତୃତୀୟ କେଉଁ ଡିଭିଜନରେ ପାସ୍‌ କରିଛନ୍ତି ତାହା ବି ଉଲ୍ଲେଖ ହେବନି ବୋଲି କୁହାଯାଇଛି। ସେମାନେ କେବଳ ଲିଙ୍କ କ୍ଲିକ୍‌ କରି ନିଜ ମାର୍କସିଟ୍‌  ଦେଖିପାରିବେ। 

Delhi CBSE Result