Advertisment

ଆଜି ଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା

ସକାଳ ସାଢେ଼ ୧୦ଟାରୁ ଦିନ ସାଢେ଼ ଗୋଟାଏ ଯାଏ ପରୀକ୍ଷା ହେବ।

author-image
Tapas Behera
cbse exam

cbse exam

ଆଜି ଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ସକାଳ ସାଢେ଼ ୧୦ଟାରୁ ଦିନ ସାଢେ଼ ଗୋଟାଏ ଯାଏ ପରୀକ୍ଷା ହେବ। ପରୀକ୍ଷାର୍ଥୀ ମାନେ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ଦଶମ ପରୀକ୍ଷା ୨୧ ମାର୍ଚ୍ଚ ଯାଏ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୫ଯାଏ ଚାଲିବ। କୋଭିଡର ଦୁଇ ବର୍ଷ ପରେ ସ୍ୱାଭାବିକ ପରିସ୍ଥିତିରେ ପୂର୍ବ ପରି ଶତ ପ୍ରତିଶତ ସିଲାବସ୍ ରେ ପିଲାମାନେ ପରୀକ୍ଷା ଦେବେ।

Advertisment

ସାରା ଦେଶରୁ ପ୍ରାୟ ୩୯ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୭୨୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତବର୍ଷ ରାଜ୍ୟରେ ପ୍ରାୟ ୫୦ ହଜାର ପିଲା ପରୀକ୍ଷା ଦେଉଛନ୍ତି। ୨୧ ଲକ୍ଷ ୮୬ ହଜାର ୯୪୦ ଛାତ୍ରୀଛାତ୍ର ଦଶମ ପରୀକ୍ଷା ଦେଉଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୬ ଲକ୍ଷ ୯୬ ହଜାର ୭୭୦ ଛାତ୍ରୀଛାତ୍ର ଦେଉଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ୧୬ ଦିନରେ ଶେଷ ହେବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶେଷ ହେବାକୁ ୩୬ ଦିନ ଲାଗିବ ।

୭୬ ଟି ବିଷୟ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଏବଂ ମୋଟ ୧୧୫ ଟି ବିଷୟ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ। ଦଶମ ଶ୍ରେଣୀ ପରୀକ୍ଷା ପାଇଁ ମୋଟ ୭୨୪୦ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ବୋର୍ଡ କହିଛି। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୬୭୫୯ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଛାତ୍ରଙ୍କ ସଂଖ୍ୟା ୧୨ ଲକ୍ଷ ୪୭ ହଜାର ୩୬୪ ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୯ ଲକ୍ଷ ୩୮ ହଜାର ୫୬୬ ରହିଛି। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ସଂଖ୍ୟା ୯ ଲକ୍ଷ ୫୧ ହଜାର ୩୩୨ ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୭ ଲକ୍ଷ ୪୫ ହଜାର ୪୩୩ ରହିଛି।

Advertisment
India