Advertisment

CBSE ୧୦ମ ରେଜଲ୍ଟ, ଭୁବନେଶ୍ୱର ରିଜିଅନରେ ୯୩.୬୪% ପିଲା ପାସ୍‌

ଚଳିତ ବର୍ଷ ମୋଟ ୨୧,୮୪,୧୧୭ ଜଣ ଶିକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୧,୬୫,୮୦୫ ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିବା ପିଲାଙ୍କ ମଧ୍ୟରୁ ୨୦,୧୬,୭୭୯ ଜଣ ପାସ୍‌ କରିଛନ୍ତି।

author-image
Hemant Lenka
CBSE

CBSE

ସିବିଏସ୍‌ଇ ପକ୍ଷରୁ ଆଜି ଉଭୟ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ପ୍ରଥମେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ରେଜଲ୍ଟ ବାହାରିଥିଲା। ଅପରାହ୍ନରେ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ମୋଟ ପିଲାଙ୍କ ମଧ୍ୟରୁ ୯୩.୧୨% ଶିକ୍ଷାର୍ଥୀ ପାସ୍‌ କରିଛନ୍ତି।

Advertisment

ଚଳିତ ବର୍ଷ ମୋଟ ୨୧,୮୪,୧୧୭ ଜଣ ଶିକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୧,୬୫,୮୦୫ ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିବା ପିଲାଙ୍କ ମଧ୍ୟରୁ ୨୦,୧୬,୭୭୯ ଜଣ ପାସ୍‌ କରିଛନ୍ତି। ଏହି ଲିଙ୍କରେ ପିଲାମାନେ ସେମାନଙ୍କ ରେଜଲ୍ଟ ଜାଣି ପାରିବେ।  https://testservices.nic.in/cbseresults/class_x_2023/ClassTenth_c_2023.htm

ସବୁଥର ଭଳି ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍‌ ହାର ୯୪.୨୫% ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୯୨.୨୭% ଓ ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀଙ୍କ ପାସ୍‌ ହାର ୯୦% ରହିଛି। ଏହାର ଅର୍ଥ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ୧.୨୮% ଅଧିକ ରହିଛି।

Advertisment

ମୋଟ ୧,୯୫,୭୯୯ ଜଣ ପିଲା ୯୦%ରୁ ଅଧିକ ମାର୍କ ରଖିଛନ୍ତି। ଏହା ମୋଟ ଶିକ୍ଷାର୍ଥୀଙ୍କର ୯.୦୪%। ସେହିପରି ୪୪,୨୯୭ ଜଣ ପିଲା ୯୫%ରୁ ଅଧିକ ମାର୍କ ରଖିଛନ୍ତି। ଏହା ମୋଟ ଶିକ୍ଷାର୍ଥୀଙ୍କ ୨.୦୫%। ବିଦେଶରେ ରହି ପାଠପଢ଼ୁଥିବା ୨୫,୧୮୬ ଜଣ ପିଲା ଚଳିତ ବର୍ଷ ସିବିଏସ୍‌ଇ ୧୦ମ ପରୀକ୍ଷା ଦେଇଥିଲେ। ସେମାନଙ୍କ ପକ୍ଷରୁ ୨୪,୬୬୭ ଜଣ ପିଲା ପାସ୍‌ କରିଛନ୍ତି।

ତେବେ ୨୦୨୨ ତୁଳନାରେ ଏଥର ସିବିଏସ୍‌ଇ ୧୦ ପାସ୍‌ ହାର କମ ରହିଛି। ୨୦୨୨ରେ ପାସ୍‌ ହାର ୯୪.୦୪% ରହିଥିଲା। ୨୦୨୧ରେ ଏହା ୯୯.୦୪%, ୨୦୨୦ରେ ୯୧.୪୬% ଓ ୨୦୧୯ରେ ୯୧.୧୦% ରହିଥିଲେ।

ରିଜିଅନ ଅନୁସାରେ ଦେଖିଲେ ଥିରୁଅନନ୍ତପୁରମରେ ପାସ୍‌ ହାର ସବୁଠାରୁ ଅଧିକ ୯୯.୯୧% ରହିଛି। ସବୁଠାରୁ ଖରାପ ପ୍ରଦର୍ଶନ ଗୌହାଟୀ ରିଜିଅନରେ ଦେଖିବାକୁ ମିଳିଛି। ଏଠାରେ ପାସ୍‌ ହାର ୭୬.୯୦%।

ଭୁବନେଶ୍ୱର ରିଜିଅନରେ ପାସ୍‌ ହାର ୯୩.୬୪%, ବେଙ୍ଗାଲୁରୁରେ ୯୯.୧୮%, ଚେନ୍ନାଇରେ ୯୯.୧୪%, ଆଜମେରରେ ୯୭.୨୭%, ପୁଣେରେ ୯୬.୯୨%, ପାଟନାରେ ୯୪.୫୭% ଓ ଚଣ୍ଡିଗଡ଼ ରିଜିଅନରେ ପାସ୍‌ ହାର ୯୩.୮୪% ରହିଛି। ଭୁବନେଶ୍ୱର ପାସ୍‌ ହାର ତାଲିକାର ୮ମ ସ୍ଥାନରେ ରହିଛି। ଗୌହାଟୀ ଶେଷ ବା ୧୬ନଂ ସ୍ଥାନରେ ଅଛି।

Odisha CBSE Result