Meta
ସୋଶାଲ ମିଡିଆ କମ୍ପାନୀ METAକୁ ବାଜିଲା CCA ଛାଟ। ଭାରତ ଲଗାଇଲା ମୋଟା ଅଙ୍କର ଫାଇନ। ଫଳରେ ବିଶ୍ୱର ଟପ୍-୧୦ ବିଲେନିୟରଙ୍କ ମଧ୍ୟରୁରେ ଜଣେ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟାର ସିଇଓ ମାର୍କ ଜୁକରବର୍ଗଙ୍କୁ ଭାରତରୁ ଏକ ବଡ଼ ଝଟକା ଲାଗିଛି।
ଆଜିକାଲି ପ୍ରତ୍ୟେକ ମୋବାଇଲ୍ ଫୋନ୍ ହେଉ ଅବା ଟାବଲଏଡ୍ ସବୁଠି ମାର୍କ ଜୁକରବର୍ଗଙ୍କ ହ୍ୱାଟସ୍ ଆପ୍ ଓ ଫେସ୍ବୁକ୍ ଥିବା ଦେଖିବାକୁ ମିଳେ। ଏହାର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେବେ ଏହି ହ୍ୱାଟସ୍ ଆପ୍ ପ୍ଲାଟଫର୍ମ, କମ୍ପାନୀ ମାଲିକ ମାର୍କ ଜୁକରବର୍ଗଙ୍କୁ ଏକ ବଡ଼ ଝଟ୍କା ଦେଇଥିବା ପ୍ରମାଣିତ ହୋଇଛି।
ବାସ୍ତବରେ, ଏହା ସହ ଜଡିତ ପ୍ରାଇଭେସି ପଲିସିର ଅପବ୍ୟବହାର କରାଯାଇଥିବା ଅଭିଯୋଗରେ ଭାରତର କମ୍ପିଟିସନ୍ କମିସନ ଅଫ୍ ଇଣ୍ଡିଆ ଯଥା CCI ମେଟା ଉପରେ ୨୧୩.୧୪ କୋଟି ଟଙ୍କାର ଜରିମାନା ଲଗାଇଛି। ହ୍ୱାଟସ୍ଆପ୍ ୨୦୨୧ର ପ୍ରାଇଭେସି ପଲିସି ଅପଡେଟ୍ ସମ୍ପର୍କରେ ଅନୈତିକ ବ୍ୟବସାୟିକ ତରିକା ଆପଣାଇଥିବାରୁ ଏହି ଜରିମାନା ଲାଗୁ ହୋଇଛି। କେବଳ ସେତିକି ନୁହେଁ ୟୁଜର୍ସଙ୍କ ଡାଟା ଚୋରି ଅଭିଯୋଗ ଉପରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ପ୍ରତିଯୋଗିତା ବିରୋଧୀ ଆଚରଣରୁ ଦୂରେଇବା ଏବଂ ବନ୍ଦ କରିବାକୁ CCI ମେଟାକୁ ନିର୍ଦ୍ଦେଶ ଦେଇଛି। ସେହିପରି CCI ହ୍ୱାଟସ୍ ଆପ୍କୁ ମଧ୍ୟ ଏହାର ପ୍ଲାଟଫର୍ମରେ ସଂଗୃହୀତ ଉପଭୋକ୍ତାଙ୍କ ତଥ୍ୟକୁ ଅନ୍ୟ ମେଟା ଉତ୍ପାଦ କିମ୍ବା କମ୍ପାନୀଗୁଡିକ ସହିତ ବିଜ୍ଞାପନ ଉଦ୍ଦେଶ୍ୟରେ ପାଞ୍ଚ ବର୍ଷ ପାଇଁ ଅଂଶୀଦାର ନକରିବାକୁ ନିର୍ଦ୍ଦେଶ ଦେଇଛି।
ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ଗୋପନୀୟତା ନୀତି ସହିତ ଟାମ୍ପରିଂ ପାଇଁ ମାର୍କ ଜୁକରବର୍ଗଙ୍କ କମ୍ପାନୀ ଉପରେ ଜରିମାନା ଓ ତଥ୍ୟ ବାଣ୍ଟିବା ଉପରେ ନିଷେଧାଦେଶ ଲାଗୁ କରାଯିବା ସହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କମ୍ପାନୀ ଏହାକୁ ଉନ୍ନତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି।
କେବଳ ହ୍ୱାଟସ୍ ଆପ୍ରେ ଦେଶରେ ମାସିକ ୫୦୦ ମିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତା ଅଛନ୍ତି। ନିୟାମକ ମାର୍ଚ୍ଚ ୨୦୨୧ରେ ହ୍ୱାଟସ୍ ଆସ୍ର ରିଭାଇଜଡ୍ ପ୍ରାଇଭେସି ପଲିସିର ଯାଞ୍ଚ ଆରମ୍ଭ କରିଥିଲେ। ସିସିଆଇ ନିଜ ଯାଞ୍ଚରୁ ଜାଣିବାକୁ ପାଇଥିଲା ଯେ, ହ୍ୱାଟସ୍ଆପ୍ର 'ଟେକ୍-ଇଟ୍ ଔର୍ ଲିଭ୍-ଇଟ୍' ପଲିସି ଠିକ୍ ନୁହେଁ।
ମେଟା ଦ୍ୱାରା ଆଣାଯାଇଥିବା ଏହି ନୀତି ଏକ ଅପଡେଟ୍ ଆକାରରେ ବ୍ୟବହାରକାରୀଙ୍କୁ ଏହାକୁ କାର୍ଯ୍ୟକାରୀ କରିବାକୁ ବାଧ୍ୟ କରିଥାଏ। ସେମାନଙ୍କର ସ୍ୱାଧୀନତା ହ୍ରାସ କରିଥାଏ ବୋଲି ସିସିଏ ନିଜ ଯାଞ୍ଚରେ ଜାଣିବାକୁ ପାଇଥିଲା। CCI ଅନୁଯାୟୀ, ମେଟା (ହ୍ୱାଟସଆପ୍ ମାଧ୍ୟମରେ) ଧାରା ୪ (୨) (କ) (i) କୁ ଉଲ୍ଲଂଘନ କରିଛି।
ଅନ୍ଲାଇନ୍ ପ୍ରଦର୍ଶନ ବିଜ୍ଞାପନ ବଜାରରେ ନିଜର ସ୍ଥିତିକୁ ସୁରକ୍ଷିତ ରଖିବା ପାଇଁ ସ୍ମାର୍ଟଫୋନରେ ଓଭର-ଟପ୍ (OTT) ମେସେଜିଂ ଆପ୍ସରେ ମେଟା ଏହାର ପ୍ରାଧାନ୍ୟ ସ୍ଥିତିର ସୁଯୋଗ ନେଇଛି ବୋଲି ଆୟୋଗ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us