Advertisment

କୋଲକାତା ହରର: ସିସିଟିଭିରୁ ଆସିଲା ସଞ୍ଜୟ ସମ୍ପର୍କରେ ସାଂଘାତିକ ତଥ୍ୟ

ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୧୧ଟା ବେଳେ ସଞ୍ଜୟ ରୟ ହସ୍ପିଟାଲରେ ବୁଲୁଥିଲା। ଏହି ସମୟରେ ସେ ବାରମ୍ବାର ୩୧ ବର୍ଷୀୟ ମହିଳା ଡାକ୍ତରଙ୍କୁ ବୁଲିବୁଲି ଚାହୁଁଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି।

Kolkata

Kolkata

Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରୟ ସମ୍ପର୍କରେ ସିବିଆଇକୁ ମିଳିଛି ବଡ଼ ତଥ୍ୟ। ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ସଞ୍ଜୟ ଘଟଣା ଦିନ ରାତିରେ କ’ଣ କରୁଥିଲା, ସେକଥା ଜଣାପଡ଼ିଛି।

Advertisment

ସିବିଆଇର ମନୋବିଶ୍ଲେଷକ ଟିମ ସଞ୍ଜୟକୁ ପଶୁ ପ୍ରବୃତ୍ତି ଥିବା ଯୌନ ବିକୃତ ମଣିଷ ଭାବେ ଅଭିହିତ କରିଥିବା ବେଳେ ଆଜି ତା’ ସମ୍ପର୍କରେ ନୂଆ ସୂଚନା ଦେଇଛି। ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୧୧ଟା ବେଳେ ସଞ୍ଜୟ ରୟ ହସ୍ପିଟାଲରେ ବୁଲୁଥିଲା। ଏହି ସମୟରେ ସେ ବାରମ୍ବାର ୩୧ ବର୍ଷୀୟ ମହିଳା ଡାକ୍ତରଙ୍କୁ ବୁଲିବୁଲି ଚାହୁଁଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି।

ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲରୁ ଉକ୍ତ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ସଞ୍ଜୟକୁ ଗିରଫ କରାଯାଇଛି। ମହିଳା ଡାକ୍ତରଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏହା ପଛରେ ସଞ୍ଜୟ ହିଁ ଏକମାତ୍ର ସନ୍ଦିଗ୍ଧ ବୋଲି ଏଯାଏ ସିବିଆଇ କରିଥିବା ତଦନ୍ତୁ ଜଣାପଡ଼ିଛି।

Advertisment

ସିବିଆଇ ସୂତ୍ରରେ କୁହାଯାଇଛି, ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜକୁ ଜଣାପଡ଼ିଛି ଯେ ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୧୧ଟା ବେଳେ ଛାତି ବିଭାଗ ନିକଟରେ ସଞ୍ଜୟ ବୁଲୁଥିଲା। ସେଠାରେ ୩୧ ବର୍ଷୀୟ ମହିଳା ଡାକ୍ତର ଓ ଆଉ ୪ ଜଣ ଜୁନିୟର ଡାକ୍ତର ରହିଥିଲା। ସଞ୍ଜୟ ସେଠାରେ ବେଶ କିଛି ସମୟ ବୁଲିବା ପରେ ମହିଳା ଡାକ୍ତରଙ୍କୁ ବୁଲିବୁଲି ଦେଖିଥିଲା। ଏହାପରେ ସେଠାରୁ ଚାଲି ଯାଇଥିଲା। ଜେରା ବେଳେ ସଞ୍ଜୟ ମଧ୍ୟ ଏକଥା ସ୍ୱୀକାର କରିଛି। ଅଗଷ୍ଟ ୮ ତାରିଖ ଦିନ ସନ୍ଧ୍ୟାରୁ ରାତି ଯାଏ ସେ ୱାର୍ଡରେ ବୁଲୁ ଥିଲା ବୋଲି କହିଛି।

ସିବିଆଇ କହିଛି ଯେ ପୀଡ଼ିତା ଜଣଙ୍କ ରାତ୍ର ଭୋଜନ ପାଇଁ କିଛି ଜୁନିୟର ଡାକ୍ତରଙ୍କ ସହ ୱାର୍ଡ ଛାଡ଼ିଥିଲେ। ସେ ରାତି ପ୍ରାୟ ୧ଟା ବେଳେ ସେମିନାର ହଲକୁ ଫେରିଥିଲେ। ଜଣେ ଜୁନିୟର ଡାକ୍ତରଙ୍କ ସେ ରାତି ପ୍ରାୟ ୨.୩୦ରେ କଥା ହେବା ପରେ ସେମିନାର ହଲ ଭିତରେ ଶୋଇ ପଡ଼ିଥିଲେ। ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଯେ ରାତି ୧୧ଟା ବେଳେ ହସ୍ପିଟାଲ ଛାଡ଼ିଥିବା ସଞ୍ଜୟ ଭୋର ୪ଟାରେ ପୁଣି ହସ୍ପିଟାଲରେ ପ୍ରବେଶ କରୁଛି।

ସେ ଏମର୍ଜେନ୍ସିରୁ ସିଧା ତୃତୀୟ ମହଲାରେ ଥିବା ସେମିନାର ରୁମକୁ ଯାଇଥିଲା। ସମ୍ଭବତଃ ସେଠାରେ ବିଶ୍ରାମ ନେଉଥିବା ମହିଳା ଡାକ୍ତରଙ୍କୁ ଏକାକୀ ଦେଖି ସଞ୍ଜୟ ତାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ସିବିଆଇ ତଦନ୍ତରୁ ଜାରିବାକୁ ପାଇଛି।

Kolkata Kolkata Police Kolkata Doctor Rape And Murder Case Sanjay Roy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe