Advertisment

ପ୍ରଥମେ ଗ୍ୟାସ ଲିକ ପରେ ହେଲା ପ୍ରଚଣ୍ଡ ବିସ୍ଫୋରଣ: ସାମ୍ନାକୁ ଆସିଲା ଭିଡିଓ, ୯ ମୃତ

ପ୍ରଥମେ କିଛି ସମୟ ଗ୍ୟାସ୍‌ ଲିକ୍‌ ହୋଇଥଲା। ଏହାପରେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ।

Blast

Blast

Advertisment

ରାଜସ୍ଥାନର ଜୟପୁର-ଆଜମେର ଜାତୀୟ ରାଜପଥ ନିକଟ ପେଟ୍ରୋଲ ପମ୍ପ ସାମ୍ନାରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ଭାନ୍‌କ୍ରୋଟାସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଆଜି ଭୋରରୁ ଗୋଟିଏ ଏଲପିଜି ବୋଝେଇ ଟ୍ରକ୍‌ ଓ ଅନ୍ୟ ଗୋଟିଏ ସିଏନଜି ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

Advertisment

ପ୍ରଥମେ କିଛି ସମୟ ଗ୍ୟାସ୍‌ ଲିକ୍‌ ହୋଇଥଲା। ଏହାପରେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ। ଫଳରେ ପୂରା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୪୦ରୁ ଅଧିକ ଗାଡ଼ି ମଧ୍ୟ ଜଳି ଯାଇଛି। ଏବେ ପୂରା ଘଟଣା ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।

ମୁହାଁମୁହିଁ ଧକ୍କା ହେବାର କିଛି ସମୟ ପରେ ବିସ୍ଫୋରଣ ହୋଇଥିଲା। ଏହାପରେ ନିଆଁ କେମିତି ନିକଟସ୍ଥ ଅଞ୍ଚଳକୁ ବ୍ୟାପିଥିଲା, ତାହା ସିସିଟିଭିରେ କଏଦ ହୋଇଛି। ଏଥିରୁ ଜଣାପଡ଼ିଛି ଯେ ଜାତୀୟ ରାଜପଥ ନିକଟରେ ଥିବା ଗୋଟିଏ ଘରକୁ ନିଆଁ ବ୍ୟାପିବା ସହ ଏହାକୁ ପାଉଁଶ କରି ଦେଉଛି। ପୂରା ଘରକୁ ନିଆଁ ଧ୍ୱଂସ କରିଦେଇଛି। ଆଉ କିଛି ଭିଡିଓରେ ଦେଖାଯାଉଛି ଯେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ପରେ ପୂରା ଅଞ୍ଚଳର ଧୂଆଁମୟ ହୋଇଯାଉଛି।

Advertisment

ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଅନେକ ଗାଡ଼ି ଦୀର୍ଘ ଘଣ୍ଟା ଯାଏ ରାସ୍ତାରେ ଅପେକ୍ଷା କାରି ରହିଥିଲେ।

ଆଜି ସକାଳ ପ୍ରାୟ ୫ଟା ୩୦ରେ ଭାନ୍‌କ୍ରୋଟାରେ ଏକ ଏଲପିଜି ବୋଝେଇ ଟ୍ରକ୍‌ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ସିଏନଜି ଟ୍ୟାଙ୍କରରେ ଜୋରଦାର ବ୍ଲାଷ୍ଟ ହେବା ସହ ଆଖପାଖରେ ଥିବା ଗାଡ଼ିଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଥିଲା। ପାଖରେ ଥିବା ଏକ ଗାଡ଼ି ଗୋଦାମରେ ମଧ୍ୟ ନିଆଁ ଲାଗିଯାଇଥିଲା। ଗୋଟିଏ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଯାଇଥିବା ବେଳେ ଯାତ୍ରୀମାନେ ପ୍ରାଣ ବିକଳରେ ଝରକା ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ।

ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଗାଡ଼ି ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ୨୨ରୁ ଅଧିକ ଅଗ୍ନିଶମ ଗାଡ଼ି ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ସେମାନେ ବେଶ କିଛି ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି।

Accident Rajasthan Jaipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe