Advertisment

ପୋର୍ସେ ଧକ୍କାରେ ୨ ମୃତ ଘଟଣା; ଦୁର୍ଘଟଣା ପୂର୍ବରୁ ପବରେ ମଦ ପିଉଥିଲେ ନାବାଳକ

କୋର୍ଟରୁ ବେଲ୍ ମିଳିବା ପରେ ପୁଲିସ ହାତରେ ଲାଗିଛି ସିସିଟିଭି ଫୁଟେଜ। ନବାଳକଙ୍କ ବିଲ୍ଡର ବାପା ବିରୁଦ୍ଧରେ ମାମଲା ରୁଜୁ।

CCTV Footage

CCTV Footage

Advertisment

ପୁଣେ ସଡ଼କ ଦୁର୍ଘଟଣାରେ ଯୁବକ-ଯୁବତୀ ମୃତ୍ୟୁ ଘଟଣାର ଗୋଟିଏ ପରେ ଗୋଟିଏ ନୂଆ ଦିଗ ସାମ୍ନାକୁ ଆସୁଛି। ଦୁର୍ଘଟଣା ଘଟାଇଥିବା ପୋର୍ସେ କାର୍ ଚଳାଉଥିବା ନାବାଳକ ବାରରେ ମଦ ପିଉଥିବାର ସିସିଟିଭି ଫୁଟେଜ ପୁଲିସ ହାତରେ ଲାଗିଛି। 

Advertisment

ନାବାଳକଙ୍କୁ ବେଲ୍ ମିଳିବାର କିଛି ସମୟ ପରେ ଏହି ଭିଡିଓ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ ଅନୁସାରେ, ଦୁର୍ଘଟଣାର କିଛି ସମୟ ପୂର୍ବରୁ ଉକ୍ତ ନାବାଳକ ପବରେ ସାଙ୍ଗମାନଙ୍କ ସହ ମଦ ପିଉଥିଲେ। ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ପାଇବା ପରେ ସେ ସାଙ୍ଗମାନଙ୍କ ସହ ପାର୍ଟି କରୁଥିବା କୁହାଯାଉଛି।  

ଅନ୍ୟପଟେ ନାବାଳକଙ୍କ ବିଲ୍ଡର ବାପାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୁଲିସ। ସେହିପରି ନାବାଳକ ଜଣକ ମଦ ପିଉଥିବା ପବ୍ ମଧ୍ୟ ପୁଲିସ ମାମଲାର ସମ୍ମୁଖୀନ ହୋଇଛି। ଜୁଭେନାଇଲ ଜଷ୍ଟିସ୍ ଆକ୍ଟର ଧାରା ୭୫ ଏବଂ ୭୭ ଅନୁଯାୟୀ ନାବାଳକଙ୍କ ବାପା ଏବଂ ପବ୍ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରାଯାଇଛି।

Advertisment

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ନାବାଳକ ଜଣକ ଦାମୀ ପୋର୍ସେ କାରରେ ଯାଉଥିଲେ। ଏହି ସମୟର ରାତି ପ୍ରାୟ ୨.୧୫ ସମୟରେ ଏକ ବାଇକକୁ ଧକ୍କା ଦେଇଥିଲେ। ଯେଉଁଥିରେ ମଧ୍ୟପ୍ରଦଶରେ ଉଞ୍ଜିନିୟର ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଡିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ। 

ସ୍ଥାନୀୟ ଲୋକେ ଉକ୍ତ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୁଲିସକୁ ଜିମା ଦେଇଥିଲେ। ଗିରଫର ୧୪ ଘଣ୍ଟା ପରେ ଏକ କୋର୍ଟ ତାଙ୍କୁ କିଛି ସର୍ତ୍ତ ରଖି ଜାମିନ ଦେଇଛି। ବର୍ତ୍ତମାନ ଏକାଧିକ ସିସିଟିଭି ଫୁଟେଜ ଆସିବା ପରେ ମାମଲା ନୂଆ ମୋଡ଼ ନେଇଛି।

Pune Accident Porsche Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe