ମମତା
ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସଆଇଆର) ପ୍ରସଙ୍ଗରେ ଆଜି ମମତା ବାନାର୍ଜୀ ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ୯୦ ମିନିଟ ଧରି ବୈଠକ କରିଛନ୍ତି। ଏସ୍ଆଇଆରରେ ନାଁରେ ବେଙ୍ଗଲ ଭୋଟର ତାଲିକାରୁ ପୁଳାପୁଳା ନାଁ କଟା ଯାଇଥିବା ଅଭିଯୋଗ କରି ମମତାଙ୍କ ନେତୃତ୍ୱରେ ଟିଏମସିର ଗୋଟିଏ ପ୍ରତିନିଧି ମଣ୍ଡଳୀ ସିଇସି ଜ୍ଞାନେଶ କୁମାରଙ୍କୁ ଭେଟିଛନ୍ତି।
ଏହି ବୈଠକରେ ବେଳେ ମମତା ଓ ଟିଏମସି ସାଂସଦମାନେ କଳା ସାଲ ଓ ସ୍ୱିଟର ପିନ୍ଧିଥିଲେ। ୯୦ ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ନିର୍ବାଚନ କମିଶନଙ୍କ ବିରୋଧରେ ଦୁର୍ବ୍ୟବହାରର ସାଂଘାତିକ ଅଭିଯୋଗ ଆଣିଛନ୍ତି ମମତା।
ଭୋଟରଙ୍କ ଦାବିକୁ ଛୋଟ ଧରଣର ସ୍ପେଲିଂ ଜନିତ ତ୍ରୁଟି ଯୋଗୁ ବାତିଲ କରାଯାଇଥିବା ମମତା(Mamata Banerjee) ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସେମାନେ ପ୍ରଥମେ ଲୋକଙ୍କ ନାଁ ହଟାଇ ଦେଇଥିଲେ। ନିର୍ବାଚନ କମିଶନର ବିଜେପିର ଆଇଟି ସେଲ। ଏହାପରେ ବି ଆପଣ ଏହାକୁ ଗଣତନ୍ତ୍ର କହୁଛନ୍ତି?”
ମମତାଙ୍କ କହିବା କଥା ଯେ ବାନାର୍ଜୀ ଓ ବନ୍ଦୋପାଧ୍ୟାୟ, ମୁଖାର୍ଜୀ ଓ ମୁଖୋପାଧ୍ୟୟ, ଚାଟାର୍ଜୀ ଓ ଚଟ୍ଟୋପାଧ୍ୟାୟରେ ସ୍ପେଲିଂ ତ୍ରୁଟି କାରଣରୁ ଲୋକଙ୍କ ନାଁ ଭୋଟର ତାଲିକାରୁ କାଟି ଦିଆଯାଇଛି। ସେ କହିଛନ୍ତି, “ବେଙ୍ଗଲରେ ସରନେମ ବା ସାଙ୍ଗିଆ ବଦଳିଥାଏ। ଲୋକମାନେ ସେମାନଙ୍କ ଟାଇଟେଲ ବଦଳାଇ ଥାଆନ୍ତି। ଟାଇଟେଲ ପରିବର୍ତ୍ତନ ଯୋଗୁ ସେମାନେ ନାଁ କାଟି ଦେଇଛନ୍ତି।
ବିନା ଶୁଣାଣିରେ ୫୮ ଲକ୍ଷ ଭୋଟରଙ୍କ ନାଁ କଟା ଯାଇଛି। ସେମାନଙ୍କୁ ଏ ସମ୍ପର୍କରେ ଥରେ ପଚରା ଯାଇ ନାହିଁ। ଏସ୍ଆଇଆର କାର୍ଯ୍ୟକ୍ରମ ବେଳେ ବୁଥସ୍ତରୀୟ ଅଧିକାରୀଙ୍କ ଉପରେ ଚାପ ପକା ଯାଇଥିଲା। ଅନୁସୂଚିତ ଜାତି ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। କାହିଁକି ଏସ୍ସି ଓ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରାଯାଉଛି? କ’ଣ ସେମାନେ ମଣିଷ ନୁହନ୍ତି?”
କାହିଁକି ବିଜେପି ଶାସିତ ଆସାମରେ ହେଲାନି ଏସ୍ଆଇଆର?
ଏସ୍ଆଇଆରର ସମୟ ଉପରେ ପ୍ରଶ୍ନ ଉଠାଇ ମମତା ବାନାର୍ଜୀ ପଚାରିଛନ୍ତି ଯେ “କାହିଁକି ନିର୍ବାଚନ ପୂର୍ବରୁ ହିଁ ଏହା କେବଳ କରାଯାଉଛି? କାହିଁକି ନିର୍ବାଚନ ପୂର୍ବରୁ ଏତେ ବ୍ୟସ୍ତ? ନିର୍ବାଚନକୁ ଯାଉଥିବା ରାଜ୍ୟଗୁଡ଼ିକୁ ଆପଣ ଛାଡ଼ିବା ଦରକାର। ଆସାମରେ ବିଜେପି ସରକାର ରହିଛି। ତେଣୁ ଆପଣ ସେଠାରେ ଏସ୍ଆଇଆର କଲେ ନାହିଁ। ଆପଣ ବେଙ୍ଗଲ, କେରଳ ଓ ତାମିଲନାଡୁକୁ ଟାର୍ଗେଟ କରି ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଛାଡ଼ି ଦେଉଛନ୍ତି।”
ମମତା ଦାବି କରିଛନ୍ତି ଯେ “ଅନ୍ୟ ରାଜ୍ୟଗୁଡ଼ିକରେ ଜମି କାଗଜପତ୍ର ଓ ମାଧ୍ୟମିକ ପ୍ରମାଣପତ୍ରକୁ ଗ୍ରହଣ କରାଯାଉଛି। କିନ୍ତୁ ଏହି ନିୟମ ବେଙ୍ଗଲରେ ନାହିଁ। ଏହା ନିର୍ବାଚନ କମିଶନ ନୁହେଁ। ଏହା ସିଇସି ନୁହେଁ। ସେମାନେ ବିଜେପି ଏଜେଣ୍ଟ। ଜଣେ ଏଜେଣ୍ଟ।”
ଦୁର୍ବ୍ୟବହାର, ମିଛର ପାହାଡ଼: ମମତା
ମମତା କହିଛନ୍ତି ଯେ ସେ ମିଟିଂ ଅଧାରୁ ବାଧ୍ୟ ହୋଇ ଚାଲି ଆସିଛନ୍ତି। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ସେ ଅଭିଯୋଗ କରିଛନ୍ତି ଯେ “ମୁଁ ବୟକଟ କରିଛି ଓ ଅଧାରୁ ଚାଲି ଆସିଛି। ଏହି ନିର୍ବାଚନ କମିଶନର ବେଶ ଅହଂକାରୀ। ଆମ ସହ ଦୁର୍ବ୍ୟବହାର କରାଯାଇଛି। ଆମକୁ ଅପମାନିତ କରାଯାଇଛି। ଆମେ ନ୍ୟାୟ ପାଇଁ ଆସିଥିଲୁ।
ସିଇସି ଆମକୁ ମିଛା ଅଳିଆ ଗଦା ଧରାଇ ଦେଇଛନ୍ତି। ଆମ ସହ ଅନ୍ୟାୟ କରାଯାଇଛି। ନିର୍ବାଚନ କମିଶନ ଟିଏମସି ନକଲି ଭୋଟର ତାଲିକା କଥା ଉଠାଇ ଦୋଷ ଦେବା ସହ ଏସଆଇଆରକୁ ଠିକ ଦର୍ଶାଇଛନ୍ତି।
ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଙ୍ଘନ କରିଛନ୍ତି ଓ ଇସିଆଇ ନିକଟକୁ ଗଣାମଧ୍ୟମକୁ ଛାଡ଼ି ନାହାନ୍ତି। ମୁଁ ଏ ପ୍ରକାରର ନିର୍ବାଚନ କମିଶନର ପୂର୍ବରୁ କେବେ ଦେଖି ନଥିଲି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/02/tmc-2026-02-02-19-57-08.jpg)