Advertisment

ବିଭ୍ରାନ୍ତକର ବିଜ୍ଞାପନ ପାଇଁ ସେଲେବ୍ରିଟୀ ବି ଉତ୍ତରଦାୟୀ: ସୁପ୍ରିମକୋର୍ଟ

ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦର ପ୍ରକାଶ କରିଥିବା ବିଭ୍ରାନ୍ତକର ବିଜ୍ଞାପନ ମାମଲାର ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ଇଣ୍ଡିଆନ ମେଡିକାଲ ଆସୋସିଏସନ ଉପରେ ମଧ୍ୟ ବର୍ଷିଛନ୍ତି।

Court

Court

Advertisment

ଭ୍ରମାତ୍ମକ ବିଜ୍ଞାନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ବଡ଼ ବୟାନ ଦେଇଛନ୍ତି। ଯଦି କୌଣସି ଦ୍ରବ୍ୟ କିମ୍ବା ସେବାର ବିଜ୍ଞାପନ ବିଭ୍ରାନ୍ତକର ସାବ୍ୟସ୍ତ ହେବ, ତା’ହେଲେ କମ୍ପାନୀ ସହ ଏହାର ପ୍ରଚାର କରୁଥିବା ସେଲେବ୍ରେଟୀ ଓ ସୋଶାଲ ମିଡିଆ ଇନଫ୍ଲୁଏନ୍ସର୍ସ ବି ସମାନ ଭାବେ ଉତ୍ତରଦାୟୀ ରହିବେ।

Advertisment

ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦର ପ୍ରକାଶ କରିଥିବା ବିଭ୍ରାନ୍ତକର ବିଜ୍ଞାପନ ମାମଲାର ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ଇଣ୍ଡିଆନ ମେଡିକାଲ ଆସୋସିଏସନ ଉପରେ ମଧ୍ୟ ବର୍ଷିଛନ୍ତି। ସେହିପରି ପ୍ରସାରଣକାରୀ ସଂସ୍ଥା ଏପରି ବିଜ୍ଞାପନ ଦେଖାଇବା ପୂର୍ବରୁ ଗୋଟିଏ ଘୋଷଣାପତ୍ର ମଧ୍ୟ ଜାରି କରିବ ବୋଲି କହିଛନ୍ତି। 

ମଙ୍ଗଳବାର ଏ ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ଜଷ୍ଟିସ ହେମା କୋହଲି ଓ ଜଷ୍ଟିସ ଏ ଅମନୁଲ୍ଲା Prevention of Misleading Advertisements and Endorsements for Misleading Advertisements, 2022ରେ ଥିବା ଗାଇଡଲାଇନ ପ୍ରସଙ୍ଗ ଉଠାଇଥିଲେ।

Advertisment

ଖଣ୍ଡପୀଠ ୧୩ ନମ୍ବର ଗାଇଡଲାଇନ ସମ୍ପର୍କରେ ଅବଗତ କରାଇ କହିଥିଲେ ଯେ କୌଣସି ଦ୍ରବ୍ୟ କିମ୍ବା ସେବାର ବିଜ୍ଞାପନ କରୁଥିବା ବ୍ୟକ୍ତି ଉକ୍ତ ଜନିଷ ସମ୍ପର୍କରେ ଭଲ ଭାବେ ଅବଗତ ରହିଥିବା ଦରକାର। ସେହିପରି ଏହା ଭ୍ରମାତ୍ମକ ନୁହେଁ ବୋଲି ପ୍ରଚାର କରୁଥିବା ବ୍ୟକ୍ତି ମଧ୍ୟ ଭଲ ଭାବେ ଜାଣିବା ଉଚିତ।

ଗ୍ରାହକଙ୍କ ସୁବିଧା ଓ ଗ୍ରାହକମାନେ ମାର୍କେଟରୁ କିଣୁଥିବା ଜିନିଷ ସମ୍ପର୍କରେ ଭଲ ଭାବେ ଅବଗତ ରହିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ବିଶେଷ କରି ସ୍ୱାସ୍ଥ୍ୟ ଓ ଖାଦ୍ୟ କ୍ଷେତ୍ର ସହ ଜଡ଼ିତ ଜନିଷ ବେଳେ ଏହାକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି।

ସେହିପରି ବିଭ୍ରାନ୍ତକର ବିଜ୍ଞାପନର ପ୍ରଚାର କରୁଥିବା ସେଲେବ୍ରିଟୀ ଓ ସୋଶାଲ ମିଡିଆରେ ପ୍ରଭାବ ରଖୁଥିବା ଲୋକମାନେ ମଧ୍ୟ ଏଥିପାଇଁ ସମାନ ପରିମାଣର ଦାୟୀ ରହିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ ସରକାର ଲୋକଙ୍କୁ ବିଭ୍ରାନ୍ତକର ବିଜ୍ଞାପନ ବିରୋଧରେ ସଚେତନ କରିବା ସହ ଅଭିଯୋଗ କରିବାକୁ ପ୍ରୋତ୍ସାହିତ କରନ୍ତୁ।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe