Advertisment

ସେଲେବ୍ରିଟିମାନେ ଫ୍ୟାନ୍‌ମାନଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର: ରେବନ୍ତ ରେଡ୍ଡୀ

ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ତାଙ୍କ ସହ ଟଲିଉଡ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି।

author-image
Madhupriya Mistry
Allu Arjun

Allu Arjun

କମୁନି ପୁଷ୍ପ ରାଜ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ବାହାରେ ହୋଇଥିବା ଦଳଚକଟା ମାମଲାରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ଏହି ମାମଲାରେ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ତାଙ୍କ ସହ ଟଲିଉଡ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି। ତେବେ ଏହି ଭେଟ୍‌ଘାଟ ପରେ ବି ମୁଖ୍ୟମନ୍ତ୍ରୀ ଅଭିନେତାଙ୍କୁ କୌଣସି ଆଶ୍ୱସ୍ତି ପ୍ରଦାନ କରିବା ମୁଡ୍‌ରେ ନଥିବା ଜଣାପଡିଛି।

Advertisment

ଆଇନ କାନୁନ ଠାରୁ କେହି ଉର୍ଦ୍ଧ୍ୱରେ ନାହାନ୍ତି। ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରିବାରେ କୌଣସି ସାଲିସ କରାଯିବ ନାହିଁ। ଆଜି ବସିଥିବା ଏକ ବଡ଼ ବୈଠକରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା, ନିର୍ଦ୍ଦେଶକ ଏବଂ ନିର୍ମାତାମାନଙ୍କୁ ଏଭଳି କିଛି କଡ଼ା ସନ୍ଦେହ ଦେଇଛନ୍ତି।

'ପୁଷ୍ପା ୨' ଦଳାଚକଟା ବିବାଦ ଏବଂ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀକୁ ନେଇ ଫିଲ୍ମ ସମ୍ପ୍ରଦାୟ ସହ ତିକ୍ତତା ମଧ୍ୟରେ ଏହି ସାକ୍ଷାତ ହୋଇଥିଲା। ବିଶେଷକରି କଳାକାରମାନେ ଯେତେବେଳେ ସର୍ବସାଧାରଣ ସ୍ଥାନକୁ ଆସୁଛନ୍ତି ସେତେବେଳେ ଭିଡ଼ ତଥା ଫ୍ୟାନମାନଙ୍କୁ ନିୟନ୍ତ୍ରଣ କରିବା ହେଉଛି ସେଲେବ୍ରିଟି ଏବଂ ପୁଲିସର ଦାୟିତ୍ୱ ବୋଲି ରେବନ୍ତ ରେଡ୍ଡୀ କହିଛନ୍ତି।

Advertisment

ଆଜିର ବୈଠକରେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବହୁ ବଡ଼ ବଡ଼ କଳାକାର ସାମିଲ ହୋଇଥିଲେ। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ, ଭେଙ୍କେଟେସ୍‌, ଚିରଞ୍ଜିବୀ ଏବଂ ରାଜ୍ୟ ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କ ମଧ୍ୟ ଉପସ୍ଥିତ ଥିଲେ।

ଦଳଚକଟା ଘଟଣା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଚଳଚ୍ଚିତ୍ରର ସ୍ପେଶାଲ ସ୍କ୍ରିନିଂ ଉପରେ ବ୍ୟାନ୍‌ ଲଗାଇଛନ୍ତି ଏବଂ ଘରୋଇ ସୁରକ୍ଷା କର୍ମୀଙ୍କୁ ଚେତାବନୀ ଦେଇଛନ୍ତି। ହାଇଦ୍ରାବାଦ ପୁଲିସ ଦାବି କରିଛି ଯେ ଏହି ଅଭିନେତାଙ୍କ ପାଇଁ କାମ କରୁଥିବା ବାଉନ୍ସର୍‌ମାନେ ଦଳାଚକଟା ସମୟରେ ଅସାବଧାନତା ଅବଲମ୍ବନ କରିଥିଲେ। ସେମାନଙ୍କ ଆକ୍ରମଣାତ୍ମକ ଆଚରଣ ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା।

କହିରଖୁ ଯେ, ଡିସେମ୍ବର ୪ ତାରିଖରେ ହାଇଦ୍ରାବାର ସନ୍ଧ୍ୟା ଥିଏଟର ବାହାରେ ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ବେଳେ ଦଳଚକଟା ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ୮ ବର୍ଷର ପୁଅ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ୨୦ ଦିନ ପରେ ଉକ୍ତ ନାବାଳକର ଚେତା ଫେରିଛି। ପୀଡିତ ପରିବାରଙ୍କୁ ଅଲ୍ଲୁ ଅର୍ଜୁନଙ୍କ ବାପା ଭେଟିଛନ୍ତି। ଏଥିସହ ତାଙ୍କୁ ଅଲ୍ଲୁ ଅର୍ଜୁନ ଓ ଫିଲ୍ମର ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କ ତରଫରୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

Pushpa2 Stampede Allu Arjun Controversy Tollywood Revanth Reddy