Advertisment

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ; ଅଯୋଧ୍ୟାରେ ପହଞ୍ଚିଲେ ସେଲିବ୍ରିଟି

ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଅନୁପମ ଖେର, ବିକି କୌଶଲ-କ୍ୟାଟ୍ରିନା କୈଫ, ରଣବୀର କପୁର-ଆଲିଆ ଭଟ୍ଟ, ଆୟୁଷ୍ମାନ ଖୁରାନାଙ୍କ ସହ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ସୋମବାର ସକାଳେ ମନ୍ଦିର ପରିସରରେ ପହଞ୍ଚିଛନ୍ତି।

author-image
Debibandita Barick
Bollywood Actor And Actress

Bollywood Actor And Actress

ସମଗ୍ର ଭାରତ ମନାଉଛି ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ବର୍ଷ ବର୍ଷ ଧରି ଯେଉଁ ପବିତ୍ର ମୁହୂର୍ତ୍ତକୁ ଅପେକ୍ଷା ଥିଲା ତାହା ଆଜି ଆସି ପହଞ୍ଚିଛି। ଏହି ପବିତ୍ର ଅବସରର ମୁକ ସାଖି ହେବାକୁ ଯାଉଛି ବର୍ତ୍ତମାନର ପିଢି। ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ କ୍ରିକେଟ ଓ ଫିଲ୍ମ ତାରକା ଅଯୋଧ୍ୟାରେ ପହଞ୍ଚିଛନ୍ତି।

Advertisment

ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଅନୁପମ ଖେର, ବିକି କୌଶଲ-କ୍ୟାଟ୍ରିନା କୈଫ, ରଣବୀର କପୁର-ଆଲିଆ ଭଟ୍ଟ, ଆୟୁଷ୍ମାନ ଖୁରାନାଙ୍କ ସହ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ସୋମବାର ସକାଳେ ମନ୍ଦିର ପରିସରରେ ପହଞ୍ଚିଛନ୍ତି। ସେହିପରି କ୍ରିକେଟର ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, ମିତାଲି ରାଜ, ସିଙ୍ଗର-କମ୍ପୋଜର ଶେଖର ମହାଦେବନ, ବ୍ୟବସାୟୀ ମୁକେଶ ଅମ୍ବାନି ଏବଂ ପତ୍ନୀ ମିତା ଅମ୍ବାନି ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି।

Advertisment

ମହାଭାରତ ଟିଭି ସିରିଏଲରେ ଶ୍ରୀକୃଷ୍ଣ ଭୂମିକା ନିଭାଇଥିବା ପ୍ରସିଦ୍ଧ କଳାକାର ନୀତିଶ ଭରଦ୍ୱାଜ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି। ସେହିପରି ରାମାୟଣରେ ରାମ, ସୀତା ଏବଂ ଲକ୍ଷ୍ମଣ ଚରିତ୍ର ନିଭାଇଥିବା କଳାକାର ମଧ୍ୟ ତିନି ଦିନ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚି ସାରିଥିଲେ।

ଅଯୋଧ୍ୟା ଯିବା ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ ବଲିଉଡ ଦମ୍ପତି ରଣବୀର କପୁର-ଆଲିଆ ଭଟ୍ଟ, ବିକି କୌଶଲ-କ୍ୟାଟ୍ରିନା କୈଫ। ଏମାନଙ୍କ ସହ ସ୍ୱାମୀ ଶ୍ରୀରାମ ନେନେଙ୍କ ସହ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମଧ୍ୟ ମୁମ୍ବାଇ ବିମାନବନ୍ଦର ବାହାରେ ନଜର ଆସିଥିଲେ। ବଲିଉଡର ଏହି ଦମ୍ପତିମାନେ ପାରମ୍ପାରିକ ପୋଷାକ ଶାଢୀ ଏବଂ କୁର୍ତ୍ତା ପାଇଜାମା ପିନ୍ଧିଛନ୍ତି। 

ଅଭିନେତ୍ରୀ କଙ୍ଗନା ରଣାୱତ ଗତକାଲିରୁ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି। ଆଜି ସେ ମନ୍ଦିର ପରିସରରେ ସଫେଇ କରୁଥିବା ଦେଖିବାକୁ ମିଳିଛି। ବଲିଉଡ କଳାକାରଙ୍କ ବ୍ୟତୀତ ସାଉଥ ଷ୍ଟାରମାନେ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି। ରଜନୀକାନ୍ତ, ଧନୁଷ, ରାମ ଚରଣ ଏବଂ ଚୀରଞ୍ଜୀବୀଙ୍କ ଭଳି ଲୋକପ୍ରିୟ କଳାକାରଙ୍କୁ ଅଯୋଧ୍ୟା ରାମ ମନ୍ଦିର ପରିସରରେ ଦେଖିବାକୁ ମିଳିଛି। 

Vicky-Katrina Celebrities At Ayodhya Amitabh Bachchan Ayodhya Ram Temple Ram Mandir Pran Pratistha Ram Mandir